ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି - FIH ପ୍ରୋ-ଲିଗ୍‌ ମ୍ୟାଚ

ସାଇ ସେଣ୍ଟର, ବେଙ୍ଗାଲୁରୁରେ ନ୍ୟାସନାଲ କ୍ୟାମ୍ପରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅଧିକ ପଢନ୍ତୁ...

75 Days for Tokyo: India captains Manpreet and Rani 'focused' on mission despite hurdles
ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

By

Published : May 9, 2021, 6:23 PM IST

ବେଙ୍ଗାଲୁରୁ:ଟୋକିଓ ଅଲମ୍ପିକ ଗେମ୍ସକୁ ଆଉ ମାତ୍ର 75 ଦିନ ବାକି । ଫଳରେ ସାଇ ସେଣ୍ଟର, ବେଙ୍ଗାଲୁରୁରେ ନ୍ୟାସନାଲ କ୍ୟାମ୍ପରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଖେଳାଳିଙ୍କ ଫୋକସରେ ରହିଛି ଅଲମ୍ପିକ୍ସ ।

ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

ଯାତ୍ରା କଟକଣା ଯୋଗୁଁ ଆଗାମୀ ସପ୍ତାହରେ ଗସ୍ତ ପ୍ରତିଯୋଗିତା ସମ୍ଭବ ହେଉନଥିବାରୁ ଭାରତୀୟ କ୍ୟାପଟେନ ନାଖୁସ ଜାହିର କରିଥିଲେ । ମାତ୍ର ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି ।

ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

ଜର୍ମାନୀ ଓ ସ୍ପେନ ବିପକ୍ଷ FIH ପ୍ରୋ-ଲିଗ୍‌ ମ୍ୟାଚ ସ୍ଥଗିତ ହେବାପରେ ପ୍ରସ୍ତୁତି ପ୍ରଭାବିତ ହୋଇଛି କହିଛନ୍ତି କ୍ୟାପଟେନ ମନପ୍ରୀତ ସିଂହ । ତେବେ ଏହା ସମସ୍ତଙ୍କ ପାଇଁ କଠିନ ସମୟ । କୋଭିଡ ଯୋଦ୍ଧା ଓ ସମ୍ମୁଖ କର୍ମଚାରୀଙ୍କୁ ସାଲ୍ୟୁଟ, ଏଥିସହ ଜୀବନ ହରାଉଥିବା ପ୍ରତିଟି ପ୍ରିଜୟନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ଅଲମ୍ପିକ୍ସରେ ପଦକ ବିଜେତା ହେବାକୁ ଶତପ୍ରତିଶତ ପ୍ରୟାସ ସହ ଟିମର ପ୍ରତ୍ୟେକ ଖେଳାଳିଙ୍କ ଗୋଟିଏ ମିଶନ ରହିଥିବା ହକି ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କହିଛନ୍ତି ମନପ୍ରୀତ ।

ଅନ୍ୟପଟେ ମହିଳା ଟିମ କ୍ୟାପଟେନ ରାନୀ, ନିକଟରେ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସୁସ୍ଥ ହୋଇ ଅଭ୍ୟାସକୁ ଫେରିଛନ୍ତି । ଆଗାମୀ 75 ଦିନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ଚଳିତ ଥର ଅଲମ୍ପିକ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଥିବା କହିଛନ୍ତି ରାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details