ଓଡିଶା

odisha

By

Published : Sep 13, 2019, 6:49 PM IST

ETV Bharat / sports

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ତିନି ଓଡିଆ ଝିଅ

ଆଗାମୀ 27 ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଗସ୍ତ ପାଇଁ ଶୁକ୍ରବାର 18ଜଣିଆ ଭାରତୀୟ ମହିଳା ହକି ଦଳର ଘୋଷଣା କରିଛି ହକି ଇଣ୍ଡିଆ । ଏହି ଦଳରେ ରହିଛନ୍ତି ଓଡିଶାର ତିନି ଷ୍ଟାର ହକି ଖେଳାଳି ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ ଓ ନମିତା ଟପ୍ପୋ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଶୁକ୍ରବାର 18ଜଣିଆ ଭାରତୀୟ ମହିଳା ହକି ଦଳର ଘୋଷଣା କରିଛି ହକି ଇଣ୍ଡିଆ । ତେବେ ଏହି ଦଳରେ ରହିଛନ୍ତି ଓଡିଶାର ତିନି ଷ୍ଟାର ହକି ଖେଳାଳି ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ ଓ ନମିତା ଟପ୍ପୋ । ଅନ୍ୟପଟେ ଦଳର ଭାର ଷ୍ଟାର୍ ଫରୱାର୍ଡ ଖେଳାଳି ରାନୀ ରାମପଲଙ୍କ କାନ୍ଧରେ ରହିଛି । ସେହପରି ତାଙ୍କ ଡେପ୍ୟୁଟି ଭାବେ ରହିଛନ୍ତି ଗୋଲକିପର ସବିତା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଏହି ଦୁଇ ନେତ୍ରୀଙ୍କ ବିଚକ୍ଷଣ ରଣ କୌଶଳ ବଳରେ ଜାପାନରେ ଶେଷ ହୋଇଥିବା ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ତେବେ ଆସନ୍ତା 27 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଗସ୍ତରେ ଭାରତ ପାଞ୍ଚଟି ମ୍ୟାଚ ଖେଳିବ । ସିରିଜର ଶେଷ ମ୍ୟାଚ୍ ଅକ୍ଟୋବର 4 ତାରିଖରେ ଖେଳାଯିବ । ଡିଫେଣ୍ଡର ଦୀପ ଗ୍ରେସ୍ ଏକ୍ମା, ଗୁରଜିତ୍ କୌର୍, ରୀନର ଖୋଖାର ଓ ସାଲିମା ଟେଟେଙ୍କୁ ଟିମରେ ରଖାଯାଇଛି ।

ସେହିପରି ମିଡଫିଲ୍ଡରରେ ଅଭିଜ୍ଞ ନମିତା ଟପ୍ପୋ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାଛଡ଼ା ଅଭିଜ୍ଞ ସୁଶୀଲା ଚାନୁ ପୁଖାରାମବାମ୍, ନିକ୍କି ପ୍ରଧାନ, ମୋନିକା ନେହା ଗୋୟଲ ଓ ଲିଳିମା ମିଞ୍ଜ ମଧ୍ୟ ମିଡଫିଲ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଗତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଶର୍ମିଳା ମଧ୍ୟ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।


ଭାରତୀୟ ଦଳ-

  • ଗୋଲକିପର: ସବିତା (ଉପ-ଅଧିନାୟିକା), ରଜନୀ ଏଟିମାର୍ପୁ
  • ଡିଫେଣ୍ଡର୍: ଦୀପ୍ ଗ୍ରେସ୍ ଏକ୍କା (ଓଡିଶା), ଗୁରଜିତ୍ କୌର୍, ରୀନା ଖୋଖାର୍, ସାଲିମା ଟେଟେ
  • ମିଡଫିଲ୍ଡର୍: ସୁଶୀଲା ଚାନୁ ପୁଖରାମବାମ୍, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ୍, ଲିଳିମା ମିଞ୍ଜ୍(ଓଡିଶା), ନମିତା ଟପ୍ପୋ( ଓଡିଶା ) ।
  • ଫରୱାର୍ଡ: ରାନୀ (ଅଧିନାୟିକା), ବନ୍ଦନା କାଟାରିୟା, ନଭନୀତ୍ କୌର୍, ଲାଲରେମଶିଆମି, ନଭଜୋତ୍ କୌର୍, ଶର୍ମିଲା ଦେବୀ

ABOUT THE AUTHOR

...view details