ଓଡିଶା

odisha

'ସିଜନର ଶେଷ ମ୍ୟାଚରେ ନିଜର ବେଷ୍ଟ ଦେବୁ'

By

Published : Feb 23, 2020, 8:11 PM IST

କେରଳ ବ୍ଲାଷ୍ଟର୍ସ ସହ ଓଡିଶା ନିଜର ଘରୋଇ ଗ୍ରାଉଣ୍ଡରେ ଚଳିତ ସିଜନ୍‌ର ଅନ୍ତିମ ମ୍ୟାଚ ଖେଳୁଛି । ଏହି ମ୍ୟାଚରେ ନିଜର ବେଷ୍ଟ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ଓଡିଶା ଏଫ୍‌ସି ଦଳର ଖେଳାଳି ମହମ୍ମଦ ସାଜିଦ୍‌ ।

odisha fc
odisha fc

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଲିଗ ପର୍ଯ୍ୟାୟ ମ୍ୟାଚ ମଙ୍ଗଳବାର ଦିନ ସମାପ୍ତ ହେବ । ଏଥି ସହିତ ଫ୍ରାଞ୍ଚାଇଜ୍‌ ଓଡିଶା ଏଫସିର ଯାତ୍ରା ମଧ୍ୟ ଶେଷ ହେବାକୁ ଯାଉଛି । ଚଳିତ ସିଜିନ୍‌ରେ ରବିବାର ଓଡିଶା ତା'ର ଅନ୍ତିମ ମ୍ୟାଚ ଖେଳୁଛି । କେରଳ ବ୍ଲାଷ୍ଟର୍ସ ସହ ଓଡିଶା ନିଜର ଘରୋଇ ଗ୍ରାଉଣ୍ଡରେ ବିଜୟ ମ୍ୟାଚ ଖେଳି ବିଦାୟ ନେବାର ଆଶା ରଖିଛି ।

ପ୍ଲେ ଅଫ ରେସରୁ ବାଦ ପଡି ସାରିଛି ଓଡିଶା । ତେବେ ଓଡିଶା ଏଫ୍‌ସି ଦଳର ଖେଳାଳି ମହମ୍ମଦ ସାଜିଦ୍‌ କହିଛନ୍ତି ଯେ, ସେମିଫାଇନାଲରୁ ବାଦ ପଡିଥିବାରୁ ନିରାଶ ଅଛୁ । କିନ୍ତୁ ଆମ ଦଳର ଷ୍ଟାଫ୍‌, ଖେଳାଳି ଆମର ବେଷ୍ଟ ଦେଇଛୁ । ଖାସ୍‌ କରି ଆମେ ପ୍ରଥମ ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଖେଳି ନଥିଲୁ । ଯାହା ଆମକୁ ଲାଭ ଦେଇନଥିଲା । ଆମେ ଓଡିଶା ଆସି ଯେତେବେଳେ ଖେଳିଲୁ ଘରୋଇ ଫ୍ୟାନ୍ସ ଓ ଗ୍ରାଉଣ୍ଡ ଆମକୁ ବହୁତ ପ୍ରେରଣା ଓ ଶକ୍ତି ଯୋଗେଇଥିଲା । ଆମେ ସେମିଫାଇନାଲ ଖେଳୁନୁ ସତ ,କିନ୍ତୁ ଏହି ସିଜନର ଶେଷ ମ୍ୟାଚ ଆମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଓ ଏହି ମ୍ୟାଚରେ ଭଲ ଖେଳିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details