ଯାଜପୁର: ସୁକିନ୍ଦା ଜାମୁପଶି ଗାଁରେ ଆୟୋଜିତ ହୋଇଛି ଗ୍ରାମାଞ୍ଚଳ ଫୁଟବଲ ପ୍ରଶିକ୍ଷଣ ଶିବିର । 3ଦିନ ଧରି ଚାଲିଥିଲା ଏହି ପ୍ରଶିକ୍ଷଣ ଶିବିର । ଉଦଯାପନି ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଏବଂ କଳିଙ୍ଗନଗର ଟାଟା ଷ୍ଟିଲର ମହାପ୍ରବନ୍ଧକ ଆର ଆର ଶତପଥୀ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଅଧିକ ପୁଂଟବଲ ଖେଳାଳୀ ସୃଷ୍ଟି କରିବା ଏବଂ ଫୁଟବଲ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ରହିଥିଲା । କଳିଙ୍ଗନଗର,ସୁକିନ୍ଦା, ବ୍ରାହ୍ମଣୀପାଳ ଅଞ୍ଚଳର ୬ଶହରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ । ୮ରୁ ୧୮ ବର୍ଷର ଫୁଟବଲ ଖେଳାଳିଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିଥିଲା ।
ତେବେ ସ୍ପେନର ଫୁଟବଲ ଖେଳାଳି ତଥା କୋଚ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଏହାକୁ ସ୍ବତନ୍ତ୍ର କରିଥିଲେ । କାର୍ଲୋସ ଜାମସେଦପୁର ଫୁଟବଲ କ୍ଲବର କୋଚ ରହିଛନ୍ତି । ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ଗ୍ରାମାଞ୍ଚଳର କୁନି ଖେଳାଳିଙ୍କୁ କାର୍ଲୋସ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ । ଏହି ଅନ୍ତର୍ଜାତୀୟ ମାନର ଫୁଟବଲ ପ୍ରଶିକ୍ଷଣ ଶିବିରରେ, ଶାରୀରିକ ଶିକ୍ଷାର ମଧ୍ୟ ପ୍ରଦାନ କରାଯାଇଥିଲା ।