ଓଡିଶା

odisha

ETV Bharat / sports

ISL-7: ଆଜି ଗୋଆ FC ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ମୁକାବିଲା - Northeast United

ଆଇଏସଏଲ 7ରେ ଆଜି 12ତମ ମ୍ୟାଚ ଖେଳାଯିବ । ଗୋଆର ଫାଟର୍ଡା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଗୋଆ ଏଫସିକୁ ଭେଟିବ ନର୍ଥଇଷ୍ଟ ୟୁନାଇଟେଡ । ଅଧିକ ପଢ଼ନ୍ତୁ...

isl 7: ଆଜି ଗୋଆ ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ମୁକାବିଲା
isl 7: ଆଜି ଗୋଆ ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ମୁକାବିଲା

By

Published : Nov 30, 2020, 3:37 PM IST

ପାନାଜି: ଆଇଏସଏଲ ସପ୍ତମ ସଂସ୍କରଣରେ ଆଜି (ସୋମବାର) 12ତମ ମ୍ୟାଚ ଖେଳାଯିବ । ଗୋଆର ଫାଟର୍ଡା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଗୋଆ ଏଫସିକୁ ଭେଟିବ ନର୍ଥଇଷ୍ଟ ୟୁନାଇଟେଡ। ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବୀତା ହେବାନେଇ ଆକଳନ କରାଯାଉଛି । ସନ୍ଧ୍ୟା 7.30 ମିନିଟରେ ଏହି ମ୍ୟାଚ ଆରମ୍ଭ ହେବ।

କୋରୋନା କଟକଣା ଯୋଗୁଁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୋଆରେ ଖେଳାଯାଉଛି । ଏହାସତ୍ତ୍ବେ ଘରୋଇ ମୈଦାନର ଫାଇଦା ଉଠାଇ ପାରିନାହିଁ ଗୋଆ ଏଫସି ଦଳ । ଗୋଆ ବର୍ତ୍ତମାନ ସୁଦ୍ଧା ଦୁଇଟି ମ୍ୟାଚ ଖେଳିଛି । ତେବେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚରେ ବି ବିଜୟ ହାସଲ କରି ପାରିନାହିଁ । ଗୋଆ ଖେଳିଥିବା ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏ ଡ୍ର' ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ଘରୋଇ ମୈଦାନରେ ମ୍ୟାଚ ହେଉଥିଲେ ସୁଦ୍ଧା ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ । ପ୍ରଥମ ମ୍ୟାଚରେ ଗୋଆ ବେଙ୍ଗାଲୁରୁ ଏଫସିକୁ ଭେଟିଥିଲା । ଏହି ମ୍ୟାଚ 2-2 ଗୋଲରେ ଡ୍ର ହୋଇଥିଲା । ଏହାପରେ ଦଳ ମୁମ୍ବାଇ ସିଟି ବିପକ୍ଷରେ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ଗୋଟିଏ ମଧ୍ୟ ଗୋଲ ଦେବାର ସଫଳ ହୋଇ ପାରିନଥିଲା। ଫଳରେ ଏହି ମ୍ୟାଚକୁ 1-0 ଗୋଲରେ ଗୋଆ ହାତରୁ ଛଡ଼ାଇ ନେଇଥିଲା ମୁମ୍ବାଇ ସିଟି।

ସେପଟେ ନର୍ଥଇଷ୍ଟ ୟୁନାଇଟେଡ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଜାରି ରଖିଛି। ନର୍ଥଇଷ୍ଟ ୟୁନାଇଟେଡ ଆଇଏସଏଲର ସପ୍ତମ ସଂସ୍କରଣରେ ଦୁଇଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଗୋଟିଏ ଡ୍ର ହୋଇଥିବା ବେଳେ ଗୋଟିଏରେ ବିଜୟ ହାସଲ କରିବାରେ ସଫଳ ରହିଛି ଦଳ । ନର୍ଥଇଷ୍ଟ ୟୁନାଇଟେଡ ଆକ୍ରମକ ଖେଳା ଦେଖାଇବା ଷ୍ଟ୍ରାଟେଜିରେ ଖେଳୁଛି । ନର୍ଥଇଷ୍ଟ ୟୁନାଇଟେଡ ପ୍ରଥମ ମ୍ୟାଚ ମୁମ୍ବାଇ ସିଟି ସହ ଖେଳିଥିଲା । ଏହି ମ୍ୟାଚକୁ 1-0 ଗୋଲରେ ଜିତି ନେଇଥିଲା ନର୍ଥଇଷ୍ଟ ୟୁନାଇଟେଡ । ଏହାପରେ ଦଳ କେରଳ ବ୍ଲାଷ୍ଟରକୁ ଭେଟିଥିଲା। ଏହି ମ୍ୟାଚ 2-2 ଗୋଲରେ ସମାପ୍ତ ହୋଇଥିଲା। ଫଳରେ ଉଭୟ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଥିଲା।

ବର୍ତ୍ତମାନ ନର୍ଥଇଷ୍ଟ ୟୁନାଇଟେଡ ଦଳ 4 ପଏଣ୍ଟ ସହ ପଏଣ୍ଟ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସେପଟେ ଗୋଆ ଏଫସି ଗୋଟିଏ ପଏଣ୍ଟ ସହ ପଏଣ୍ଟ ତାଲିକାର ଦଶମ ସ୍ଥାନରେ ରହିଛି । ଏଭଳି ସ୍ଥିତିରେ ଗୋଆ ଏଫସି ଦମଦାର ପ୍ରଦର୍ଶନ କରି ଆଜିର ମ୍ୟାଚକୁ ଜିତିବାକୁ ଚାହିଁବ । ସେପଟେ ନର୍ଥଇଷ୍ଟ ୟୁନାଇଟେଡ ଦଳ ମଧ୍ୟ ନିଜର ଭଲ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚରେ କିଏ ବାଜିମାତ କରୁଛି ତାହାରି ଉପରେ ସଭିଙ୍କ ନଜର ରହିବ।

ABOUT THE AUTHOR

...view details