ହାଇଦ୍ରାବାଦ: ମାରାତ୍ମକ ହେଉଛି ମହାମାରୀ କୋରୋନା । COVID-19 ଭାଇରସ ସଂକ୍ରମଣରୁ ବି ବାଦ ପଡୁନାହାଁନ୍ତି କ୍ରୀଡାବିତ । ଏହି ଭିତରେ ଫୁଟବଲ ଦୁନିଆରୁ ଆସିଛି ଦୁଃଖଦ ଖବର । ସ୍ପାନିସ ଫୁଟବଲ କୋଚ ଫ୍ରାନ୍ସିସକୋ ଗାର୍ସିଆଙ୍କର ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି ।
କୋରୋନା ଭାଇରସ: ପ୍ରାଣ ହରାଇଲେ ସ୍ପାନିସ ଫୁଟବଲ କୋଚ ଫ୍ରାନ୍ସିସକୋ - ଫୁଟବଲ କୋଚ ଫ୍ରାନସିସକୋ ଗାର୍ସିଆ
21 ବର୍ଷିୟ ସ୍ପାନିସ ଫୁଟବଲ କୋଚ ଫ୍ରାନସିସକୋ ଗାର୍ସିଆଙ୍କର ମହାମାରୀ କୋରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି ।
ମଲାଗାର ଆଟଲେଟିକୋ ପୋର୍ଟାଡା ଅଲଟା ଫୁଟବଲ କ୍ଳବ ପକ୍ଷରୁ କୋଚ ଦାୟିତ୍ବରେ ଥିଲେ 21 ବର୍ଷିୟ ଫ୍ରାନ୍ସିସକୋ ଗାର୍ସିଆ । ଗତ 4 ବର୍ଷ ଧରି କ୍ଳବର ଇନଫାଣ୍ଟିଲ ଏସାଇଡ ଟିମର କୋଚ ରହିଥିଲେ । କୋରୋନା ଭାଇରସର ଅତିମାତ୍ରାରେ ଲକ୍ଷଣ ଦେଖାଯିବା ପରେ ଫ୍ରାନ୍ସିସକୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ମୃତ୍ୟୁ ଘଟିଥିଲା । ଏହାପରେ ଫ୍ରାନ୍ସିସକୋ ଗାର୍ସିଆ ମଲାଗାର ସର୍ବକନିଷ୍ଠ ରୋଗୀ ଭାବେ କୋରୋନା ଭାଇରସରେ ପ୍ରାଣ ହରାଇଛନ୍ତି ।
ଯୁବ କୋଚ ଫ୍ରାନ୍ସିସକୋଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁରେ ଆଟଲେଟିକୋ ପୋର୍ଟାଡା ଅଲଟା, ସୋସିଆଲ ମିଡିଆରେ ଏକ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଜଣାଇଛି । " ଦୁର୍ଭାଗ୍ୟପୂର୍ଣ୍ଣ, ଦୁର୍ଭାଗ୍ୟପୂର୍ଣ୍ଣ, ଆମେ ତୁମ ବିନା କଣ କରିବୁ, ଫ୍ରାନିସ?, ଆମର ଆବଶ୍ୟକ ସ୍ଥଳେ ସବୁସମୟରେ, ସହଯୋଗ କରିବାକୁ ସମସ୍ତ ଚେଷ୍ଟା କରିଛ । ଲିଗରେ ଆମେ ବିଜୟ ଲକ୍ଷ୍ୟ ନେଇ କିପରି ଯିବୁ ? ଆମେ କିପର ଜାଣିନାହୁଁ କିନ୍ତୁ ଆମେ ସବୁବେଳ ତୁମ ପାଇଁ ରହିବୁ, କେବେବି ତୁମକୁ ଆମେ ଭୁଲିପାରିବୁନି । ଇଶ୍ବର ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ " ସବୁଦିନ ପାଇଁ ତମେ ଆଦରଣୀୟ ହୋଇ ରହିବ ।