ଓଡିଶା

odisha

ଷ୍ଟାଡିୟମ ଯିବା ପଡିଲା ଭାରି, ଚେନ୍ନାଇନ ଏଫ୍‌ସିର ଅଧିକାରୀ ଗିରଫ

By

Published : Mar 17, 2020, 2:26 AM IST

ଚେନ୍ନାଇନ ଏଫ୍‌ସିର ଅଧିକାରୀଙ୍କୁ ଗିରଫ । ଆଇଏସ୍‌ଏଲର ଫାଇନାଲ ମୁକାବିଲାରେ ଚେନ୍ନାଇନ ଏଫ୍‌ସିର ଜଣେ ଅଧିକାରୀ ଗଞ୍ଜେଇ ନେଇ ଷ୍ଟାଡିୟମ ଆସିଥିଲେ । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା ।

chennaiyan fc
chennaiyan fc

ପାଣାଜୀ: ଗୋଆ ପୋଲିସ ଚେନ୍ନାଇନ ଏଫ୍‌ସିର ଏକ ଅଧିକାରୀଙ୍କୁ ଗିରଫ କରିଛନ୍ତି । କଥିତ ରୂପେ ଆଇଏସ୍‌ଏଲର ଫାଇନାଲ ମୁକାବିଲାରେ ଚେନ୍ନାଇନ ଏଫ୍‌ସିର ଜଣେ ଅଧିକାରୀ ଗଞ୍ଜେଇ ନେଇ ଷ୍ଟାଡିୟମ ଆସିଥିଲେ । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା ।

ଫାତୋର୍ଦା ପୋଲିସ ଥାନାର ପ୍ରଭାରୀ କପିଳ ନାୟକ କହିଛନ୍ତି ଯେ, ଚେନ୍ନାଇନ ଟିମର ସୋସିଆଲ ମିଡିଆ ହ୍ୟାଣ୍ଡଲର ଭୂଷଣ ବଗାଡିୟାଙ୍କୁ ଶନିବାରର ରାତିରେ ଗିରଫ କରାଯାଇଥିଲା । ତାଙ୍କ ପାଖରେ 24ଗ୍ରାମ ଗଞ୍ଜେଇ ମିଳିଛି । ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି ।

ABOUT THE AUTHOR

...view details