ଓଡିଶା

odisha

ETV Bharat / sports

ISL-6: ଘରୋଇ ଗ୍ରାଉଣ୍ଡରେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଓଡିଶା ଏଫ୍‌ସି - ମୁଖ୍ୟ କୋଚ ଜୋସେଫ ଗୋମ୍ବାଉ

ନିଜର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍‌ସି ବିପକ୍ଷ ଦଳ ଗୋଆକୁ ଭେଟିବ । ତେବେ ଏହି ଗ୍ରାଉଣ୍ଡରେ ପୁଣି ବିଜୟ ହାସଲ କରି ଟପ୍‌-4ରେ ନିଜର ସ୍ଥିତି ମଜବୁତ୍‌ ରଖିବାକୁ ଚାହିଁବ ଓଡିଶା ।

ISL-6
ISL-6

By

Published : Jan 29, 2020, 5:33 AM IST

Updated : Jan 29, 2020, 5:39 AM IST

ଭୁବନେଶ୍ବର: ଆଜି ଓଡିଶା ଏଫସି ତା'ର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଏଫସି ଗୋଆକୁ ଭେଟିବ । ତେବେ ଓଡିଶା ତା'ର ଘରୋଇ ଗ୍ରାଉଣ୍ଡରେ ପୂର୍ବରୁ ଖେଳିଥିବା ସମସ୍ତ ତିନୋଟି ମ୍ୟାଚରେ ଜିତିଛି । ଟିମ୍‌ ଓଡିଶାର ଲକ୍ଷ୍ୟ ରହିବ ସେହି ରେକର୍ଡ ଜାରି ରହୁ । ଏଥିସହ ଗୋଆ ବିପକ୍ଷରେ ବିଜୟ ହାସଲ କରି ଟପ୍‌ -4ରେ ନିଜ ସ୍ଥିତି ମଜବୁତ କରିବାକୁ ଚାହିଁବ ଘରୋଇ ଟିମ୍‌ ।

ମୁଖ୍ୟ କୋଚ ଜୋସେଫ ଗୋମ୍ବାଉ କହିଛନ୍ତି ଯେ, ଗୋଆ ଏକ ଟପ୍‌ ଟିମ୍‌ । ଆମମାନଙ୍କୁ ଜଣା ଅଛି ସେମାନେ କିପରି ଖେଳନ୍ତି । ଆମେ ସବୁ ମ୍ୟାଚ ନିଜ ଶୈଳୀରେ ଖେଳୁଛୁ । କିନ୍ତୁ ବିପକ୍ଷ ଟିମକୁ ଦେଖି ଆମ ଗେମ୍‌ରେ କିଛିଟା ପରିବର୍ତ୍ତନ କରିଛୁ । ଆମେ ଏହି ସପ୍ତାହରେ ଭଲ ଅଭ୍ୟାସ କରିଛୁ । ଆମ ଟିମ୍‌ ଏହି ମ୍ୟାଚ ପାଇଁ ପ୍ରସ୍ତୁତ ।

ଓଡିଶା ଏଫ୍‌ସି ଟିମ

ସୂଚନାଥାଉକି, ଓଡିଶା ଏଫ୍‌ସିର ଷ୍ଟାର ଖେଳାଳି ଅରିଡେନ ସାନଟାନା ଆହତ ହୋଇଛନ୍ତି । ଫଳରେ ସେ ଚଳିତ ସିଜନରେ ଆଉ ଦଳ ପକ୍ଷରୁ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନରେ ଷ୍ଟ୍ରାଇକର ମାନୁଏଲ ଓନୟୁ ଖେଳିବେ । ସେହିପରି ଯୁବ ଖେଳାଳି ଶୁଭମ ଷଡଙ୍ଗୀ ଓ କାର୍ଲୋସ ଡେଲଗୋଡା ଖେଳରୁ ବାସନ୍ଦ ଅଛନ୍ତି ।

ପଏଣ୍ଟ ଟେବୁଲକୁ ଦେଖିଲେ ଓଡିଶା ଏଫ୍‌ସି ଓ ଏଫ୍‌ସି ଗୋଆ ଉଭୟ 14ଟି ମ୍ୟାଚ ଖେଳିଛନ୍ତି । 14ଟି ମ୍ୟାଚରୁ ଓଡିଶା 6ଟି ମ୍ୟାଚରେ ବିଜୟ ହୋଇ 21ପ ଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି । ସେହିପରି ଗୋଆ 14ଟି ମ୍ୟାଚରୁ 8ଟି ମ୍ୟାଚରେ ବିଜୟ ହାସଲ କରି 27ପଏଣ୍ଟ ସହ 2ୟ ସ୍ଥାନରେ ରହିଛି ।

ଏଫ୍‌ସି ଗୋଆ ଦଳ

ରେକର୍ଡକୁ ଦେଖିଲେ ଓଡିଶା ଏଫସି ଟପ୍‌-3ରେ ଥିବା ଏଟିକେ, ଏଫ୍‌ସି ଗୋଆ ଓ ବେଙ୍ଗାଲୁରୁ ବିପକ୍ଷରେ ଗୋଟିଏ ବି ଗୋଲ୍‌ କରି ନାହିଁ ।

ଅନ୍ୟପଟେ ଗୋଆ ତା'ର ଘର ବାହାରେ ଖେଳିଥିବା ଅନ୍ତିମ 2ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । କୋଚ ସର୍ଜିୟୋ ଲୋବେରା ଚାହିଁବେ ଯେ, ତାଙ୍କ ଟିମ ଘରେ ବାହାରେ ଭଲ ଖେଳି ବିଜୟ ହାସଲ କରୁ । ଓଡିଶାକୁ ହରାଇ ପ୍ରଥମ ସ୍ଥାନ ହାସଲ କରିବାକୁ ଚାହିଁବ ଗୋଆ ।

Last Updated : Jan 29, 2020, 5:39 AM IST

ABOUT THE AUTHOR

...view details