ଓଡିଶା

odisha

ETV Bharat / sports

ଓଡ଼ିଶା ଏଫସିରେ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ

ଓଡ଼ିଶା ଏଫସିରେ ପ୍ରଥମ ଥର ସାମିଲ ହେଲେ ବିଦେଶୀ ଖେଳାଳି । ଗୋଟିଏ ବର୍ଷ ପାଇଁ ବ୍ରାଜିଲର ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କୁ ସାଇନ କଲା କ୍ଲବ । ଅଧିକ ପଢ଼ନ୍ତୁ...

Odisha FC,  Brazilian striker Diego Mauricio in OFC,  indian super league, ଓଡ଼ିଶା ଏଫସି,  ଓଡ଼ିଶା ଏଫସିରେ ବ୍ରାଜିଲ ଷ୍ଟ୍ରାଇକର, ବ୍ରାଜିଲର ଷ୍ଟ୍ରାଇକର ଡିଏଗୋ ମୌରିସିଓ, ଇଣ୍ଡିଆନ ସୁପର ଲିଗ
ଓଡ଼ିଶା ଏଫସିରେ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ

By

Published : Sep 1, 2020, 12:15 PM IST

ଭୁବନେଶ୍ବର: ଓଡ଼ିଶା ଏଫସିରେ ସାସମିଲ ହେଲେ ବ୍ରାଜିଲର ଷ୍ଟ୍ରାଇକର ଡିଏଗୋ ମୌରିସିଓ । ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣ ପୂର୍ବରୁ ଗୋଟିଏ ବର୍ଷ ପାଇଁ ମୌରିସିଓଙ୍କୁ ସାଇନ କରିଥିବା ନେଇ ଘୋଷଣା କରିଛି କ୍ଲବ ।

ସାରା ବିଶ୍ବରେ ଅନେକ ଶ୍ରେଷ୍ଠ ଫୁଟବଲ ଲିଗ ଖେଳିବାର ଅଭିଜ୍ଞତା 29 ବର୍ଷୀୟ ଡିଏଗୋଙ୍କ ପାଖରେ ରହିଛି । 2010ରେ ବ୍ରାଜିଲର ଫ୍ଲାମେଙ୍ଗୋ ପାଇଁ ସିନିୟର କ୍ଲବ ଡେବ୍ୟୁ କରିଥିଲେ ଯେଉଁଠି ସେ ଫୁଟବଲ କିମ୍ବଦନ୍ତୀ ରୋନାଲଡିନୋଙ୍କୁ ଭେଟିଥିଲେ । ସେ ବ୍ରାଜିଲର ଅନ୍ୟାନ୍ୟ ଟିମ ସ୍ପୋର୍ଟ୍ସ କ୍ଲବ ଡୁ ରିସିଫ, ବ୍ରାଙ୍ଗାନଟିନୋ ଓ ସେଣ୍ଟ୍ରୋ ସ୍ପୋର୍ଟିଭୋ ଆଲାଗୋଆନୋ ପାଇଁ ମଧ୍ୟ ଖେଳିଛନ୍ତି ।

ରିଓ-ଡି ଜେନେରିଓ ଠାରେ ଜନ୍ମ ହୋଇଥିବା ଖେଳାଳି ବ୍ରାଜିଲର 20 ବର୍ଷରୁ କମ ସ୍କ୍ବାର୍ଡର ସହସ୍ୟ ରହିଥିଲେ, ଯେଉଁ ଟିମରେ ଫିଲିପ କୌଟିନହୋ, କେସମିରୋ, ଓସ୍କାର, ଫେଲିପ ଏଣ୍ଡରସନ, ଫିରମିନୋ ଓ ନେମାର ଭଳି ଖେଳାଳି ଖେଳୁଥିଲେ ।

ସେ ସାଉଥ କୋରିଆରେ ବୁସାନ ଆଇପାର୍କ ଓ ଗଙ୍ଗୱାନ ଏଫସି, ସାଉଦି ଆରବର ଅଲ କାଦିସିଆ, ପର୍ତ୍ତୁଗାଲର ବିଟୋରିଆ ଏଫସି, ଋଷର ଏଫସି ସ୍ପାର୍ଟାକ ଭ୍ଲାଦିକାଭକାଜ ଓ ଚୀନର ଶିଜିଆଜହୁଆଙ୍ଗ ଏଭର ବ୍ରାଇଟଲ ଏଫସି ପାଇଁ ଖେଳିବା ବେଳେ ସାରା ବିଶ୍ବ ଭ୍ରମଣ କରିଛନ୍ତି ।

ମୌରିସିଓଙ୍କୁ ସ୍ବାଗତ କରି ଓଡ଼ିଶା ଏଫସି ମୁଖ୍ୟ କୋଚ ଷ୍ଟୁଆର୍ଟ ବ୍ୟାକ୍ସଷ୍ଟର କହିଛନ୍ତି, ‘‘ଆମେ ଡିଏଗୋଙ୍କୁ ପାଇ ବେଶ୍‌ ଖୁସି । ସେ ଜଣେ ଏମିତି ଖେଳାଳି ଯିଏ ନିଜ ଟିମ ଖେଳାଳିଙ୍କୁ ସହଯୋଗ କରିବା ସହ ନିଜେ ମଧ୍ୟ ସୁଯୋଗ ସୃଷ୍ଟି କରି ପାରିବେ । ଯେତେବେଳେ ଡିଏଗୋ ଆମ ଟିମକୁ ଜାଣିଯିବେ ସେ ଆମ ପାଇଁ ମୁଖ୍ୟ ଖେଳାଳି ସାବ୍ୟସ୍ତ ହେବେ ।’’

ସେପଟେ ଓଡ଼ିଶା ଏଫସି ସହ ସାମିଲ ହେବା ପରେ ଡିଏଗୋ ଖୁସି ବ୍ୟକ୍ତ କରି କହିଛନ୍ତି, ‘‘ମୁଁ ଏଡ଼ିଶା ଏଫସିରେ ଯୋଗ ଦେଇ ବେଶ୍‌ ଉତ୍ସାହିତ ଅଛି । କୋଚ ଷ୍ଟୁଆର୍ଟ ବ୍ୟାକ୍ସଷ୍ଟରଙ୍କ ସହ କାମ କରିବାକୁ ଆଗ୍ରହୀ ମଧ୍ୟ ରହିଛି । ମୁଁ ଓଡ଼ିଶା ଏଫସିର ଯୁବ ଭାରତୀୟ ଖେଳାଳିଙ୍କ ବିଷୟରେ ଅନେକ ଆକର୍ଷଣୀୟ କଥା ଶୁଣିଛି । ମତେ ଏହି ପ୍ରୋଜେକ୍ଟ ଖୁବ ଉତ୍ସାହିତ କରିଛି ଓ ମୁଁ ଲିଗ ଜିତିବା ଲକ୍ଷ୍ୟ ରଖିଛି ।’’

ABOUT THE AUTHOR

...view details