ନୂଆଦିଲ୍ଲୀ: କିମ୍ବଦନ୍ତୀ ଷ୍ଟ୍ରାଇକର ବାଇଚୁଙ୍ଗ ଭୁତିଆ ଭାରତୀୟ ଫୁଟବଲ ଉନ୍ନତି ନେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି । ଅଧିକ ସଂଖ୍ୟକ ମ୍ୟାଚ, ପ୍ରତିଭାକୁ ପରକ୍ଷିବାକୁ ସୁଯୋଗ ସୃଷ୍ଟି କରିବ । ଫଳରେ ଭାରତୀୟ ଫୁଟବଲର ଉନ୍ନତିରେ ଏହା ସହାୟକ ବୋଲି ସେ କହିଛନ୍ତି ।
ପ୍ରଥମ ଭାରତୀୟ ଭାବେ 100ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭୁତିଆ । 2011 ପରଠରୁ ଭାରତୀୟ ଫୁଟବଲରେ ପରିବର୍ତ୍ତନ ହେଉଥିବା ସେ କହିଛନ୍ତି ।
ସହଯୋଗ, ଫୁଟବଲ ପାଇଁ ପରିବେଶ, ପ୍ରତିଯୋଗିତାର ସ୍ତର ଖେଳାଳି ଓ କୋଚିଂ ଷ୍ଟାଫଙ୍କୁ ଅଧିକ ଦକ୍ଷ କରିବ ବୋଲି ଭୁତିଆ କହିଛନ୍ତି ।
ଭେଟେରାନ ଷ୍ଟ୍ରାଇକର ବାଇଚୁଙ୍ଗ ଭୁତିଆ ଭାରତୀୟ ସିନିୟର ଜାତୀୟ ଫୁଟବଲ ଟିମରେ 1995ରେ ଡେବ୍ୟୁ କରିଥିଲେ । 2014ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ସୁପର ଲିଗ(ISL)ର 6ଟି ସଂସ୍କରଣ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ବିଶେଷ ଭାବେ ଜାତୀୟ ଟିମ ପାଇଁ ସହାୟକ ହେବ ବୋଲି ସେ ମତ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ