ପ୍ୟାରିସ୍: UEFA ଚାମ୍ପିଆନସିପରେ ଲିଭରପୁଲଠାରୁ ପରାସ୍ତ ହୋଇ ବିଦା ହୋଇଥିଲେ କିମ୍ବଦନ୍ତୀ ଫୁଟୁବଲ ଖେଳାଳି ମେସିଙ୍କ ଦଳ । ମାତ୍ର ଏହି ପରାସ୍ତ ସତ୍ବେ ବି ମେସି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଲଗାତର ୩ୟ ଥର ପାଇଁ ୟୁରୋପର ସର୍ବଶ୍ରେଷ୍ଠ ପୁରସ୍କାର ସ୍ବର୍ଣ୍ଣ ଜୋତା ଜିତିଛନ୍ତି ।
ଲଗାତର ୩ୟ ଥର ପାଇଁ ଗୋଲ୍ଡେନ ବୁଟ ଜିତିଲେ ମେସି - Lionel Messi
UEFA ଚାମ୍ପିଆନସିପରେ ଲିଭରପୁଲଠାରୁ ପରାସ୍ତ ହୋଇ ବିଦା ହୋଇଥିଲେ କିମ୍ବଦନ୍ତୀ ଫୁଟବଲ ଖେଳାଳି ମେସିଙ୍କ ଦଳ । ମାତ୍ର ଏହି ପରାସ୍ତ ସତ୍ବେ ବି ମେସି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଲଗାତର ୩ୟଥର ପାଇଁ ୟୁରୋପର ସର୍ବଶ୍ରେଷ୍ଠ ପୁରସ୍କାର ଗୋଲ୍ଡେନ ବୁଟ ଜିତିଛନ୍ତି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ମେସି ବ୍ୟକ୍ତିଗତ ଭାବେ ଫୁଟବଲ ଜଗତରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ସ୍ବର୍ଣ୍ଣ ଜୋତା ମିଳିଛି । ଏଭଳି କ୍ରମାଗତ ୩ୟ ଥର ପାଇଁ ଏଭଳି ମର୍ଯ୍ୟାଦାଜନକ ସମ୍ମାନ ଜିତିବାରେ ମେସି ବିଶ୍ବର ପ୍ରଥମ ଫୁଟବଲ ଖେଳାଳି ବନିଯାଇଛନ୍ତି ମେସି ।
ତେବେ ଲା-ଲିଗାର ଏହି ସଂସ୍କରଣରେ ସର୍ବଧିକ ମେସି ମୋଟ ୩୬ଟି ଗୋଲ୍ ଦେଇଛନ୍ତି । ତାଙ୍କ ପଛକୁ ଫ୍ରାନ୍ସର ତାରକା ଖେଳାଳି କେ ଏମବାପେ ୩୩ଟି ଗୋଲ ଦେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।