ଓଡିଶା

odisha

ETV Bharat / sports

ଷ୍ଟାର ଖେଳାଳି ବ୍ରାୟଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ - ହେଲିକପ୍ଟର ଦୁର୍ଘଟଣା

କୋବେ ବ୍ରାୟଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ । ବିମାନରେ ନଥିଲା କୌଣସି ସତର୍କ ସୂଚନା ଯୁକ୍ତ ସଫ୍ଟୱେର । ଅଧିକ ପଢନ୍ତୁ...

helicopternot equipped with warning system
ୟଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ

By

Published : Jan 30, 2020, 12:15 PM IST

ଲସଆଞ୍ଜେଲସ: ଏନବିଏର ଷ୍ଟାର ଖେଳାଳି କୋବେ ବ୍ରାୟଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ । ବିମାନ ଦୁର୍ଘଟଣା ଘଟିବା ପୂର୍ବରୁ ପାଇଲଟକୁ ମିଳିନଥିଲା କୌଣସି ସତର୍କ ସୂଚନା । କାରଣ ହେଲିକପ୍ଟରରେ ସେପରି କୌଣସି ସଫ୍ଟୱେରର ବ୍ୟବସ୍ଥା ନଥିଲା ।

ୟଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ

ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହେଲିକପ୍ଟର । ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡର ଅଧିକାରୀ ଜେନିଫର ବେଣ୍ଡିଙ୍କ କହିବା ଅନୁସାରେ, ହେଲିକପ୍ଟରରେ ସତର୍କ ସୂଚନାର ବ୍ୟବସ୍ଥା ନଥିଲା । ଯଦି ଏହି ସଫ୍ଟୱେର ବ୍ୟବସ୍ଥା ଥାନ୍ତା ହୁଏତ ଦୁର୍ଘଟଣା ହୋଇନଥାନ୍ତା ।

ଦୁର୍ଘଟଣାର 2 ଦିନ ପରେ ନର୍ଥ ୱେଷ୍ଟ ହିଲ ସାଇଡରୁ କୋବେଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଡ୍ରୋନ ସାହାଯ୍ୟରେ ଘଟଣାସ୍ଥଳରେ ତଦନ୍ତ କରାଯାଉଥିଲା । ବର୍ତ୍ତମାନ ସୁଦ୍ଧା ପାଇଲଟ ଆରା ଜୋବାୟନ,ବେସବଲ କୋଚ ଜନ ଅଲଟୋବେଲି ଏବଂ ସାରା ଚେଷ୍ଟାରଙ୍କ ଚିହ୍ନଟ କରାଯାଇଥିବା ବେଳେ କୋବେଙ୍କ ଝିଅଙ୍କ ମୃତଶରୀର ଚିହ୍ନଟ ହୋଇନାହିଁ । ବ୍ରାୟଣ୍ଟ ମୃତ୍ୟୁ ଖବର ମିଳିବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।

ABOUT THE AUTHOR

...view details