ଓଡିଶା

odisha

ETV Bharat / sports

ଆରପାରିରେ 1982 ଫିଫା ବିଶ୍ବକପ୍‌ର ହିରୋ ପାଓଲୋ ରୋସି

ଇଟାଲୀର ମହାନ ଫୁଟବଲର ପାଓଲୋ ରୋସିଙ୍କ ପରଲୋକ । 64ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ମହାନ ଖେଳାଳି । 1982 ଫିଫା ବିଶ୍ବକପ୍‌ରେ ଦେଶ ପାଇଁ ସର୍ବାଧିକ ଗୋଲ୍‌ କରିଥିଲେ ପାଓଲୋ ।

By

Published : Dec 10, 2020, 2:59 PM IST

ଆରପାରିରେ 1982 ଫିଫା ବିଶ୍ବକପ୍‌ର ହିରୋ ପାଓଲୋ ରୋସି
ଆରପାରିରେ 1982 ଫିଫା ବିଶ୍ବକପ୍‌ର ହିରୋ ପାଓଲୋ ରୋସି

ରୋମ: ଇଟାଲୀର ମହାନ ଫୁଟବଲର ପାଓଲୋ ରୋସିଙ୍କ ପରଲୋକ । 64ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ମହାନ ଖେଳାଳି । 1982 ଫିଫା ବିଶ୍ବକପ୍‌ରେ ଦେଶ ପାଇଁ ସର୍ବାଧିକ ଗୋଲ୍‌ କରିଥିଲେ ପାଓଲୋ ।

ରୋସି ଇଟାଲୀର ଏକ ଟିଭି ଚ୍ୟାନେଲରେ ବିଶେଷଜ୍ଞ ଭାବେ କାମ କରିଥଲେ । ଉକ୍ତ ଚ୍ୟାନେଲ ତାଙ୍କର ନିଧନ ଖବରର ସୂଚନା ଦେଇଛି ।

ଉକ୍ତ ଚ୍ୟାନେଲର ଆଙ୍କର ଟ୍ବିଟ କରି କହିଛନ୍ତି ଯେ, ବହୁତ ବଡ ଦୁଃଖର ଖବର । ପାଓଲୋ ରୋସି ଆମକୁ ଛାଡି ଚାଲିଗଲେ । ତାଙ୍କୁ କେବେ ଭୁଲି ହେବ ନାହିଁ । ସେ 82 ସମରକୁ ସ୍ମରଣୀୟ କରାଇଛନ୍ତି ।

ତେବେ ତାଙ୍କର ନିଧନର କାରଣ ଏଯାଏଁ ଜଣା ପଡି ନାହିଁ । ସ୍ପେନରେ 1982ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ସେ 6ଟି ଗୋଲ କରି ଗୋଲ୍ଡେନ ବୁଟ ଓ ଗୋଲ୍ଡେନ ବଲ୍‌ ନିଜ ନାଁରେ କରିଥିଲେ ।

ତାଙ୍କର ନିଧନ ଖବର ପାଇ ଭାରତୀୟ ଫୁଟବଲ ଟିମ ଟ୍ବିଟ କରି ଶୋକବ୍ୟକ୍ତ କରିଛି । ଆମେ ଇଟାଲୀର ମହାନ ଫୁଟବଲ ଖେଳାଳି ରୋସିଙ୍କ ନିଧନରେ ଶୋକବ୍ୟକ୍ତ କରୁଛୁ । 1982 ବିଶ୍ବକପ୍ ଜିତିଥିବା ଦଳର ସଦସ୍ୟ ଥିଲେ ।

ABOUT THE AUTHOR

...view details