ଓଡିଶା

odisha

ETV Bharat / sports

ଓଡି଼ଶା ଏଫସି ପାଇଁ ଖେଳିବେ କମଲଜିତ ସିଂହ - ଓଡିଶା ଏପସି ପାଇଁ ଖେଳିବେ କମଲଜିତ ସିଂହ

ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଓଡ଼ିଶା ଏଫସିରେ ଯୋଗ ଦେଲେ ଗୋଲକିପରି ଗୋଲକିପର କମଲଜିତ ସିଂହ । ଅଧିକ ପଢ଼ନ୍ତୁ...

ISL, Goalkeeper Kamaljit Singh joins Odisha FC, Indian Super League, ଓଡିଶା ଏପସି ପାଇଁ ଖେଳିବେ କମଲଜିତ ସିଂହ, ଇଣ୍ଡିଆନ ସୁପର ଲିଗ୍
ଓଡି଼ଶା ଏପସି ପାଇଁ ଖେଳିବେ କମଲଜିତ ସିଂହ

By

Published : Jun 9, 2020, 9:52 PM IST

Updated : Jun 10, 2020, 1:05 AM IST

ନୂଆଦିଲୀ: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଦୁଇ ବର୍ଷ ପାଇଁ ଭାରତୀୟ ଗୋଲକିପର କମଲଜିତ ସିଂହଙ୍କ ଓଡି଼ଶା ଏଫସି ପାଇଁ ଖେଳିବାକୁ ଘୋଷଣା କରିଛି ଓଡି଼ଶା ଏଫସି ।

ଆଇଏସଏଲରେ ତିନି ସିଜନ ପାଇଁ ହାଇଦ୍ରାବାଦ ଏଫସିକୁ ପ୍ରତିନିଧିତ୍ବ କରିବା ପରେ 24 ବର୍ଷ ବୟସ୍କ କିପର ଏବେ ଭୁବନେଶ୍ବର ଦଳ ପାଇଁ ଖେଳିବେ ।

ଗତ ବର୍ଷ ବାଂଲାଦେଶ ବିପକ୍ଷ କଳିଙ୍ଗ କପ, ଇଣ୍ଟରକଣ୍ଟିନେଣ୍ଟାଲ୍ କପ ଏବଂ ଫିଫା ବିଶ୍ବକପ ଯୋଗ୍ୟତା ମ୍ୟାଚ ପାଇଁ କୋଚ ଇଗୋର ଷ୍ଟିମାକଙ୍କ ଅଧୀନରେ କମଲଜିତ ବରିଷ୍ଠ ଜାତୀୟ ଦଳର ଏକ ଅଂଶ ଥିଲେ।

ସେ ଆଇଏସଏଲରେ ଏଫସି ପୁଣେ ସିଟି (ବର୍ତ୍ତମାନ ହାଇଦ୍ରାବାଦ ଏଫସି) ଖେଳିବା ପୂର୍ବରୁ ତାଙ୍କ କ୍ୟାରିୟରରେ ସ୍ପୋର୍ଟିଂ କ୍ଲବ ଡି ଗୋଆ ଏବଂ ମିନର୍ଭା ପଞ୍ଜାବ ଏଫସିର ପ୍ରତିନିଧିତ୍ୱ କରିଥିଲେ।

ଗୋଲକିପରଙ୍କୁ ସ୍ବାଗତ କରି ଓଡିଶା ଏଫସି ସଭାପତି ରୋହନ ଶର୍ମା କହିଛନ୍ତି, ‘‘କମଲଜିତଙ୍କୁ ସାଇନ କରି ମୁଁ ଖୁସି। ସେ ଆମର ଗୋଲକିପିଙ୍ଗ ସ୍ଥିତିକୁ ଅନେକ ଅଭିଜ୍ଞତା ଆଣିବେ। ଗତ ବର୍ଷ ସେ ସର୍ବୋତ୍ତମ ନଥିଲେ ମଧ୍ୟ ଆମେ ଜାଣୁ କମଲଜିତଙ୍କ ଦକ୍ଷତା, ଏବଂ ଆମେ ନିଶ୍ଚିତ ଯେ ସେ କେବଳ ଆର୍ଶଦୀପଙ୍କୁ ପ୍ରତିଯୋଗିତା ଦେବେ ନାହିଁ, ବରଂ ଶେଷରେ ନିଜର ଫର୍ମକୁ ଫେରି ଜାତୀୟ ଦଳକୁ ମଧ୍ୟ ଫେରିବେ। ମୁଁ ନିଶ୍ଚିତ ଯେ କମଲଜିତ ତାଙ୍କ ଉପରେ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କୁ ଭୁଲ ପ୍ରମାଣିତ କରିବାକୁ କଠିନ ପରିଶ୍ରମ କରିବେ।’’

ଓଡିଶା ଏଫସିରେ ଯୋଗଦେବା ପରେ କମଲଜିତ କହିଛନ୍ତି, ‘‘ଓଡିଶା ଏଫସିର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ମୋ ପ୍ରତି ଆଗ୍ରହ ଦେଖାଇଥିବାରୁ କ୍ଲବ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତି କୃତଜ୍ଞ । ମୁଁ ଭୁବନେଶ୍ବରରେ ଖେଳିବାକୁ ଉତ୍ସାହିତ ଏବଂ ଆଶା କରୁଛି ଦଳ ପ୍ରତି ମୋର ଅବଦାନ ଦେଇ ପାରିବି ।’’

ଗତ ସିଜନରେ 10 ଟିମ ଆଇଏସଏଲ ପଏଣ୍ଟ ଟେବୁଲରେ ଓଡି଼ଶା ଏଫସି ଷଷ୍ଠ ସ୍ଥାନ ହାସଲ କରି ପ୍ଲେ ଅଫ ବର୍ଥରୁ ବଞ୍ଚିତ ହୋଇଥିଲା। ATK ଚାମ୍ପିଅନ ହେଲା ।

@IANS

Last Updated : Jun 10, 2020, 1:05 AM IST

ABOUT THE AUTHOR

...view details