ହାଇଦ୍ରାବାଦ: କୋରୋନା ବିରୋଧି ଲଢେଇରେ ସହଯୋଗ ପାଇଁ ରକ୍ତଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଭାରତୀୟ ଖେଳାଳି । ଫୁଟବଲ ଟିମ ଇଣ୍ଡିଆର ଖେଳାଳି ଜେଜେ ଲାଲପେଖଲୁୟା ମିଜୋରାମରେ ଏକ ଘରୋଇ ସଂଗଠନରେ ରକ୍ତଦାନ କରିଛନ୍ତି । ଏହାଦ୍ବାରା କେବଳ ଖେଳ ଦ୍ବାରା ଫ୍ୟାନ୍ସଙ୍କ ମନୋରଞ୍ଜନ ନୁହଁ, ଦେଶର କଠିନ ସମୟରେ ନିଜ ଦେହର ରକ୍ତ ମଧ୍ୟ ଭାରତୀୟ କ୍ରୀଡାବିତ ଦାନ କରିପାରନ୍ତି ବୋଲି ସେ ପ୍ରମାଣ କରିଛନ୍ତି ।
ଦେଶ ମହାମାରୀ କୋରୋନା ଭାଇରସର ମୁକାବିଲା ଜାରି ରଖିଛି । ଏପରି ସ୍ଥିତିରେ ଦେଶର ବିଭିନ୍ନ ହସ୍ପିଟାଲର ରକ୍ତଭଣ୍ଡାରରେ ରକ୍ତ କମ ପଡୁଥିବା ମଧ୍ୟ ଖବର ରହିଛି । ମିଜୋରାମର ଏକ ହସ୍ପିଟାଲରେ ଯୁବ ମିଜୋ ଆସୋସିଏସନ ନାମକ ଏକ ସଂଗଠନ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଖବର ଶୁଣିବା ପରେ 29 ବର୍ଷିୟ ଜେଜେ ତୁରନ୍ତ ମାସ୍କ ପିନ୍ଧି ରକ୍ତଦାନ ପାଇଁ ପହଞ୍ଚିଥିଲେ ବୋଲି କହିଛନ୍ତି ।