ଭୁବନେଶ୍ବର: ସଂଘର୍ଷ କରିବା ସତ୍ତ୍ବେ ସେମିଫାଇନାଲ ଦୌଡରୁ ବାଦ ପଡିଛି ଜାମସେଦପୁର । ଚଳିତ ହିରୋ ସୁପର କପର 3ୟ କ୍ବାର୍ଟର ଫାଇନାଲରେ ଜାମସେଦପୁରକୁ 4-3ଗୋଲରେ ପରାସ୍ତ କରିଛି ଗୋଆ ଏଫସି । ଫଳରେ 3ୟ ସେମିଫାଇନାଲିଷ୍ଟ ହୋଇ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପାକ୍କା କରିଛି ।
ତେବେ ଖେଳ ଆରମ୍ଭରୁ ନିଜର ଆଧିପତ୍ୟ ପ୍ରଦର୍ଶନ ପୂର୍ବକ ଦଳ 23ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା । ଯାହାକୁ ବ୍ରାଣ୍ଡନ ଫରନାଡେସ ସିଧାସଳଖ ଫାଉଲ ମାରି ସ୍କୋର କରିଥିଲେ । ତେବେ ପ୍ରଥମାର୍ଦ୍ଧ ସୁଦ୍ଧା ଗୋଆ ଖେଳରେ ଲିଡ କରୁଥିଲା ।
ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର ମାତ୍ର ଖେଳର ଦ୍ଵିତୀୟାର୍ଦ୍ଧ ଥିଲା ରୋମାଞ୍ଚ ପୂର୍ଣ୍ଣ । ଯେଉଁ ସମୟ ଉଭୟ ପକ୍ଷର ଖେଳାଳିମାନେ 5ଟି ଗୋଲ ସ୍କୋର କରିବାକୁ ସମର୍ଥ ହୋଇଥିଲେ । ସେଥିମଧ୍ୟରୁ 2ଟି ଗୋଲ ଗୋଆ ଖାତାରେ ପଡି ଥିବାବେଳେ 3ଟି ଜାମସେଦପୁର ଖାତାକୁ ଯାଇଥିଲା । ଶେଷ ପର୍ଯ୍ୟନ୍ତ ମ୍ୟାଚ ଟାଇ ହୋଇଯିବାର ଅନେକ ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ସଂଘର୍ଷ କରିବା ସତ୍ତ୍ୱେ ଗୋଆ 4-3ରେ ବିଜୟୀ ହେବା ସହିତ 3ୟ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ତେବେ ପରାଜିତ ଦଳର ଖେଳାଳି କାର୍ଲୂସ କାରଭୋଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଛି । ଆସନ୍ତାକାଲି ଶେଷ କ୍ୱାଟର ଫାଇନାଲ ନର୍ଥ ଇଷ୍ଟ ୟୁନାଇଟେଡ଼ ଏବଂ ଚେନ୍ନାଇଆନ ଏଫସି ମଧ୍ୟରେ ଖେଳାଯିବ । ତେବେ 4ର୍ଥ ସେମିଫାଇନାଲିଷ୍ଟ ମିଳିବା ପରେ ସେମିଫାଇନାଲ ଲାଇନ ଅଫ ହେବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ