ନୂଆଦିଲ୍ଲୀ: ଭାରତୀୟ ଦଳର ନୂଆ ଫୁଟବଲ କୋଚ ଇଗୋର ଷ୍ଟିମାକ । ଦାୟିତ୍ବ ସମ୍ଭାଳିବା ପରେ ନୂଆଦିଲ୍ଲୀରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଷ୍ଟିମାକ କହିଛନ୍ତି ଯେ ଭାରତୀୟ ଦଳ ଆଉ ପଛକୁ ଫେରି ଚାହିଁବନାହିଁ । ପୂର୍ବ ପ୍ରଦର୍ଶକୁ ଭୁଲି ଆସୁଥିବା ବଡ ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ପକ୍କା କରିବ ।
ଶୂନରୁ ଆରମ୍ଭ କରିବ ଭାରତ: ଇଗୋର ଷ୍ଟିମାକ - place
ଭାରତୀୟ ଦଳର ନୂଆ ଫୁଟବଲ କୋଚ ଇଗୋର ଷ୍ଟିମାକ । ଦାୟିତ୍ବ ସମ୍ଭାଳିବା ପରେ ନୂଆଦିଲ୍ଲୀରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସୁନିଲ ଛେତ୍ରି ଭାରତୀୟ ଦଳର ମୁଖ୍ୟ ଖେଳାଳି । ସୁନିଲଙ୍କ ପାଖେ ଅଭିଜ୍ଞତା ରହିଛି । ଆମେ ଶୂନରୁ ଆରମ୍ଭ କରିବୁ । ଫୁଟବଲ ଖେଳ ହିଁ ଏମିତି । ଅତୀତ ବିଷୟରେ ଆମେ ଅଧିକ ଚିନ୍ତା କରିବୁ ନାହିଁ । ଆଜି ପାଇଥିବା ସଫଳତା ଯୋଗୁଁ ଆସନ୍ତିକାଲି ଏକ ନୂଆ ସୁଯୋଗ ମିଳିବ । ଥାଇଲାଣ୍ଡରେ ହେବାକୁ ଥିବା କିଙ୍ଗ୍ସ କପ ପାଇଁ 23 ଜଣିଆ ଦଳ ପ୍ରସ୍ତୁତ ହେବ । 51 ବର୍ଷିୟ ଷ୍ଟିମାକ ଭାରତୀୟ ଫୁଟବଲ ପାଇଁ କିଛି ଭଲ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
ଇଣ୍ଡିଆନ ସୁପର ଲିଗକୁ ସେ ନିୟମିତ ଅନୁଧ୍ୟାନ କରୁଥିଲେ । ବହୁ ଭାରତୀୟ ଫୁଟବଲ ପ୍ରତିଭା ଅଛନ୍ତି । ଖାଲି ସୁନିଲଙ୍କ ଠୁ ଭଲ ପ୍ରଦର୍ଶନ ଆଶା ନାହିଁ ବରଂ ଗୁରପ୍ରିତ, ସନ୍ଦେଶଙ୍କ ଠୁ ବି ରହିଛି । ଅନ୍ୟ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଭଲ ହେଉ ବୋଲି ଷ୍ଟିମାକ ଆଶା ରଖିଛନ୍ତି ।