ଓଡିଶା

odisha

ETV Bharat / sports

ନବରଙ୍ଗପୁରେ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ - ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଇଘର ବ୍ଳକ ଭାରସୁଣ୍ଡି ଠାରେ ଚାଲିଥିବା ଅଲଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ କଟକ ଫନି ଆଟାକ ଦଳ 4-2ଗୋଲରେ କୋଲକାତା ରୟାଲ ବେଙ୍ଗଲ ଟାଇଗରଙ୍କୁ ହରାଇ ଚମ୍ପିଆନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

By

Published : Sep 28, 2019, 9:36 PM IST

ନବରଙ୍ଗପୁର: ରାଇଘର ବ୍ଳକ ଭାରସୁଣ୍ଡି ଠାରେ ଚାଲିଥିବା ଅଲଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ସ୍ଥାନୀୟ ଡିଏନକେ ୟୁଥ କ୍ଳବ ଆନୁକୂଲ୍ୟରେ 2 ଦିନଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ମୋଟ 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ତେବେ କଟକ ଫନି ଆଟାକ ଦଳ 4-2ଗୋଲରେ କୋଲକାତା ରୟାଲ ବେଙ୍ଗଲ ଟାଇଗରଙ୍କୁ ହରାଇ ଚମ୍ପିଆନ ହୋଇଛି । ଉଦଯାପନି ଉତ୍ସବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଜୟୀ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ରନର୍ସ ଅପ ଦଳକୁ ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସ୍ନିଗ୍ଧା ପୁରସ୍କୃତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ନବରଙ୍ଗପୁରର ପୂର୍ବତନ ସାଂସଦ ଇଂ ବଳଭଦ୍ର ମାଝି କରିଥିଲେ । ଭାଜପାର ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ସନ୍ତୋଷ କୁମାର ମହାପାତ୍ର, ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ । ଏହି ଅନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ସଫଳ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତଙ୍କ ଖେଳ ଦେଖିବାକୁ ମିଳିଥିଲା । କଟକ ଫନି ଆଟାକ, କୋଲକାଟା ରୟାଲ ବେଙ୍ଗଲ ଟାଇଗର, ବିହାର ବକ୍ସର, ବନାରସ ୟଙ୍ଗର୍ସ, କୋଲକାତା ଅରନକ୍ସ, ଟାଟା ଜାମଶେଦପୁର, ସେରା କ୍ଲବ ଛତିଶଗଡ, ମୁମ୍ବାଇ ଅଲଫା ଭଳି ପ୍ରମୁଖ 8ଟି ଦଳ ଭାଗନେଇ ଥିଲେ।

ବନାରସ ୟଙ୍ଗର୍ସକୁ ହରାଇ, କଟକ ଫନି ଆଟକ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ସେରା କ୍ଲବ ଛତିଶଗଡକୁ ହରାଇ କୋଲକାତାର ରୟାଲ ବେଙ୍ଗଲ ଟାଇଗର ଫାଇନାଲରେ ପହଞ୍ଚିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details