ହରାରେ(ଜିମ୍ବାୱେ):ପୁଣି ଭାରତୀୟ କ୍ରିକେଟରଙ୍କ ପାଇଁ ଶୁଭ ଶାବ୍ୟସ୍ତ ହେଲା ହରାରେ ଷ୍ଟାଡିୟମ । ରୋହିତ ଶର୍ମା, କେଏଲ ରାହୁଲଙ୍କ ପରେ ହରାରେ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକୀୟ(1st International ODI Century) ଇଂନିସ ଖେଳିଲେ ଶୁଭମନ ଗିଲ୍ । ଆଜି ଖେଳାଯାଉଥିବା ଜିମ୍ବାୱେ(Zimbabwe) ବିପକ୍ଷ ODI ସିରିଜର ତୃତୀୟ ଦିନିକିଆରେ ୮୨ ବଲ୍ରୁ ଦମଦାର ଶତକ ହାସଲ କରିଛନ୍ତି ଗିଲ୍ ।
ରୋହିତ ଓ ରାହୁଲଙ୍କ ପରେ ହରାରେରେ ଗିଲ୍ଙ୍କ ପ୍ରଥମ ସେଞ୍ଚୁରୀ - ଜିମ୍ବାୱେ ସିରିଜର ନିର୍ଣ୍ଣାୟକ ମ୍ୟାଚ
ଜିମ୍ବାୱେ ସିରିଜର ତୃତୀୟ ମ୍ୟାଚ୍ରେ ଶୁଭମନ ଗିଲଙ୍କ ଦମଦାର ଶତକ । ଅଧିକ ପଢନ୍ତୁ
ଭାରତ ଟସ ଜିତି ଭାରତୀୟ ଅଧିନାୟକ କେଏଲ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଧାୱନ ଓ ରାହୁଲ ଯଥାକ୍ରମେ ୪୦ ଓ ୩୦ ରନ୍ର ଇଂନିସ ଖେଳି ଆଉଟ୍ ହେବାପରେ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ ଗିଲ୍ । ଯୁବ ବ୍ୟାଟ୍ର ଇଶାନ୍ତ କିଶନଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ ଓ ଭାରତର ସ୍କୋରକୁ ୨୫୦ ପାର୍ କରାଇଥିଲେ ।
ଆଜିର ମ୍ୟାଚରେ ଯୁବ ବ୍ୟାଟର ଶୁଭମନ ଗିଲଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଏହି ନିର୍ଣ୍ଣାୟକ ମ୍ୟାଚରେ ଶୁଭମନ ଗିଲ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ(Shubman Gill Maiden International Century) ହାସଲ କରିଛନ୍ତି । ଗିଲ୍ ୯୭ ବଲ୍ରୁ ୧୫ ଚୌକା ଓ ଗୋଟିଏ ଛକା ସହାୟତାରେ ୧୩୦ ରନ୍ର ଇଂନିସ ଖେଳିଛନ୍ତି । ବର୍ଷ ୨୦୧୯ ଜାନୁଆରୀ ୩୧ରେ ନ୍ୟୁଜଲାଣ୍ଡ ବିପକ୍ଷରେ ଗିଲ୍ ଦିନିକିଆରେ ଡେବ୍ୟୁ କରିଥିଲେ ।