ହାଇଦ୍ରାବାଦ:ଏସିଆ କପ ପରେ ଦିନିକିଆ ବିଶ୍ବକପ ସ୍କ୍ବାଡରୁ ବାଦ ପଡିଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ। ଏପରି ସ୍ଥିତିରେ ସେ ଏକ ବଡ ପଦକ୍ଷେପ ନେଇଛନ୍ତି । ବିଦେଶ ଲିଗ ମ୍ୟାଚରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଭାରତୀୟ କ୍ରିକେଟର । କାଉଣ୍ଟି କ୍ରିକେଟ ଖେଳିବେ ଚହଲ । କେଣ୍ଟ କାଉଣ୍ଟି କ୍ଲବ ପାଇଁ ସେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବେ । ଏନେଇ କେଣ୍ଟ ପକ୍ଷରୁ ସେ ଚୁକ୍ତି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଚହଲଙ୍କ ଅଲୋଡ଼ା ରେକର୍ଡ: ଟି-20ରେ ଖାଇଛନ୍ତି ସର୍ବାଧିକ ଛକା, ଇଶ୍ ସୋଢ଼ିଙ୍କ ସମକକ୍ଷ
ପୂର୍ବରୁ ବାମହାତୀବୋଲର ଅର୍ଶଦୀପ ସିଂ ଜୁନ୍ ଏବଂ ଜୁଲାଇରେ କାଉଣ୍ଟି ଚାମ୍ପିଅନସିପ୍ ପ୍ରତିଯୋଗିତାରେ କ୍ଲବ ପାଇଁ ଖେଳିଥିଲେ । ମୋଟ ଆଠ ଇନିଂସରେ ସେ 13 ୱିକେଟ୍ ନେଇଥିଲେ । ସେହିପରି ମୁମ୍ବାଇର ଷ୍ଟାର କ୍ରିକେଟର ପୃଥ୍ବୀ ଶ' କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଛନ୍ତି । ସେ ନର୍ଥମ୍ପଟନସାୟାର ପକ୍ଷରୁ ଖେଳିଥିଲେ । 2021ରେ ଇଂଲିଶ କାଉଣ୍ଟି କ୍ରିକେଟ ଲାଙ୍କାଶାୟର ଦଳରେ ସାମିଲ ହୋଇଥିଲେ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ରୟାଲ ଲଣ୍ଡନ କପ 2021 ଟୁର୍ଣ୍ଣାମେଣ୍ଟରେ ଲାଙ୍କାଶାୟର ପାଇଁ ଖେଳିଥିଲେ ଶ୍ରେୟସ ଆୟର । ଏକ ବିବୃତ୍ତିରେ ଚହଲ କହିଛନ୍ତି ଯେ, କାଉଣ୍ଟି କ୍ରିକେଟ ଖେଳିବା ମୋ ପାଇଁ ଏକ ଚ୍ୟାଲେଞ୍ଜ । ମୁଁ କାଉଣ୍ଟି ଖେଳିବାକୁ ଅପେକ୍ଷା କରିଛି ।