ଓଡିଶା

odisha

ETV Bharat / sports

WTC ଫାଇନାଲ: ପ୍ରଥମ ଦିନ ଖେଳ ବାତିଲ - ଭାରତ ବନାମ ନ୍ୟୁଜିଲାଣ୍ଡ

ଭାରତୀୟ ସମୟ ସନ୍ଧ୍ୟା 7.30ରେ ଅମ୍ପାୟର ପଡିଆ ଅନୁଧ୍ୟାନ କରିବା ନେଇ ସୂଚନା ରହିଥିଲା ମାତ୍ର ଏହାପୂର୍ବରୁ ପ୍ରଥମ ଦିନ ଖେଳ ବାତିଲ ହେଲା ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

WTC final: Rain stops, umpires to inspect field at 7.30 pm IST
WTC ଫାଇନାଲ: ଥମିଲା ବର୍ଷା, 7.30ରେ ଅମ୍ପାୟରଙ୍କ ପଡିଆ ଅନୁଧ୍ୟାନ

By

Published : Jun 18, 2021, 7:26 PM IST

ସାଉଥମାମ୍ପଟନ: କ୍ରିକେଟ ପ୍ରେମୀଙ୍କ ନିରାଶ । ବାତିଲ ହେଲା WTC ଫାଇନାଲର ପ୍ରଥମ ଦିନ ଖେଳ । ହାମ୍ପସାୟର ବାଓଲରେ ବର୍ଷା ସାମାନ୍ୟ ଥମିବା ପରେ ଭାରତୀୟ ସମୟ ସନ୍ଧ୍ୟା 7.30ରେ ଅମ୍ପାୟର ପଡିଆ ଅନୁଧ୍ୟାନ କରିବା ନେଇ ସ୍ଥିର ହୋଇଥିଲା । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌ରେ ବାଧକ ସାଜିବା ପରେ ଟସ୍‌ରେ ବିଳମ୍ବ ସହ ପ୍ରଥମ ସେସନ ଖେଳ ସଂପୂର୍ଣ୍ଣ ଧୋଇଯାଇଥିଲା ।

ତେବେ ବର୍ଷା ସାମାନ୍ୟ କମ୍‌ ହେବାପରେ ଗ୍ରାଉଣ୍ଡ ଷ୍ଟାଫ ଯୁଦ୍ଧକାଳୀନ ଭିତ୍ତିରେ ପଡିଆରୁ ପାଣି କାଢିବାରେ ଲାଗିପଡିଥିଲେ। ମାତ୍ର ଓଦା ପଡିଆ ଯୋଗୁଁ ପ୍ରଥମ ଦିନର ସଂପୂର୍ଣ୍ଣ ଖେଳ ବାତିଲ ଘୋଷଣା ହୋଇଛି ।

ତେବେ ରିଜର୍ଭ ଦିନ ରଖାଯାଇଥିବା ଜୁନ 23ରେ ପ୍ରଥମ ଦିନର ପ୍ରଭାବିତ ଖେଳ ହେବାନେଇ ଘୋଷଣା ହୋଇପାରେ । ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର ପାଗ ମେଘୁଆ ଓ ପବନ ବହୁଥିବା ନେଇ ଟ୍ବିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details