ହାଇଦ୍ରାବାଦ:ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଜୁନ 18ରୁ 22 ସାଉଥାମ୍ପଟନର ହାମ୍ପସାୟର ବାଓଲରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଖେଳାଯିବ ।
ମେ 17ରେ ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ଇଂଲଣ୍ଡର ସ୍ବାସ୍ଥ୍ୟ ସୁରକ୍ଷା,(କୋରୋନା ଭାଇରସ, ଅନ୍ତର୍ଜାତୀୟ ଯାତ୍ରା) ନିୟମ 2021 ଅନ୍ତର୍ଭୁକ୍ତ ଏହି ଇଭେଣ୍ଟକୁ ୟୁକେ ସରକାରଙ୍କ ଅନୁମତି ମିଳିଛି ।
ଏହି ଇଭେଣ୍ଟରେ ପାଇଁ ଜୈବ ସୁରକ୍ଷା ନିୟମାବଳୀ ଅନୁୟାୟୀ, ଭାରତୀୟ ପୁରୁଷ ଟିମ ୟୁକେରେ ଜୁନ 3, 2021ରେ ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେ ପହଞ୍ଚିବ ଓ ସମସ୍ତ ସଦସ୍ୟଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦେବାକୁ ହେବ । ୟୁକେ ସରକାର ଓ ଇଂଲଣ୍ଡର ପବ୍ଲିକ ହେଲ୍ଥ ବିଭାଗ ଏହା ଦର୍ଶାଇଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ ଜୁନ 15ରେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ । ଏନେଇ ଆଇସିସି ଏକ ଔପଚାରିକ ଘୋଷଣାନାମାରେ ସ୍ପଷ୍ଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ