ସାଉଥାମ୍ପଟନ:ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ରେ ଲଗାଗାତ ଭାବେ ବର୍ଷା ପ୍ରତିବନ୍ଧକ ହେବାରେ ଲାଗିଛି । ତୃତୀୟ ଦିନ ଖେଳ ମଧ୍ୟ ଓଦା ପଡିଆ ଯୋଗୁଁ ନିର୍ଧାରିତ ସମୟରେ ଆରମ୍ଭ ହୋଇପାରିନାହିଁ । ୟୁକେ ସମୟ 10:20 am ଭାରତୀୟ ସମୟ 2:50 ISTରେ ଅମ୍ପାୟର ପଡିଆ ଅନୁଧ୍ୟାନ କରିଛନ୍ତି ।
"WTC ଫାଇନାଲ ମ୍ୟାଚ୍ର ତୃତୀୟ ଦିନ ଖେଳ ଆରମ୍ଭ ଓଦା ପଡିଆ ପାଇଁ ବିଳମ୍ବ ହୋଇଛି ।" ଆଇସିସି ପକ୍ଷରୁ ଟ୍ବିଟ ଯୋଗେଁ ଏହା ସ୍ପଷ୍ଟ କରାଯାଇଛି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ର ଦ୍ବିତୀୟ ଦିନ ଖେଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା । ତୃତୀୟ ସେସନ ଖେଳ ସଂପୂର୍ଣ୍ଣ ହୋଇପାରିନଥିଲା । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟମ୍ପ୍ ଅପସାରଣ ହୋଇଥିଲା । ତୃତୀୟ ସେସନରେ ମାତ୍ର 9.1 ଓଭର ଖେଳ ସମ୍ଭବ ହୋଇଥିଲା ।
ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 146/3 ରହିଛି । କ୍ୟାପଟେନ ବିରାଟ କୋହଲି 44 ଓ ଅଜିଙ୍କ୍ୟ ରାହାଣେ 29 ରନରେ ଅପରାଜିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ