ଓଡିଶା

odisha

ETV Bharat / sports

WTC Final Day 2 Stumps: ଅଷ୍ଟ୍ରେଲିଆର ଆକ୍ରାମକ ବୋଲିଂରେ ଟପ୍‌ ଅର୍ଡର ଧ୍ୱସ୍ତ, ଭାରତ ୧୫୧/୫ - AUS vs IND

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ମ୍ୟାଚ୍‌ରେ ଏକ ମଜଭୁତ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ । ଦ୍ବିତୀୟ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୫ ୱିକେଟ ହରାଇ ୧୫୧ ରନ୍‌ ହିଁ କରି ପାରିଛି । ଅଧିକ ପଢ଼ନ୍ତୁ

WTC Final Day 2 Stumps
WTC Final Day 2 Stumps

By

Published : Jun 8, 2023, 10:57 PM IST

ଲଣ୍ଡନ: 'ଦ ଓଭାଲ୍‌'ରେ ଚାଲିଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଦ୍ବିତୀୟ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତ ୫ ୱିକେଟ ହରାଇ ୧୫୧ ରନ୍‌ ହିଁ କରି ପାରିଛି । ଏହି ମ୍ୟାଚ୍‌ର ଡ୍ରାଇଭିଁ ସିଟ୍‌ରେ ବର୍ତ୍ତମାନ ଅଷ୍ଟ୍ରେଲିଆ ରହିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ୍‌ରେ ଅଲ୍‌ଆଉଟ ହେବାପରେ ପଡି଼ଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର ।

ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ବ୍ୟାଟିଂ କରିବାକୁ ଆସିବାକୁ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ଦୁହିଁଙ୍କ ମଧ୍ୟରେ ମାତ୍ର ୩୦ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ LBW ହୋଇଥିଲେ ରୋହିତ ଶର୍ମା ଏହାପରେ ଶୁଭମନ ଗିଲ୍‌ ମଧ୍ୟ ପଦାର୍ପଣ ବୋଲର ସ୍କଟ୍‌ ବୋଲାଣ୍ଡଙ୍କ ବଲ୍‌ରେ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ପ୍ରଥମ ଓ ଦ୍ବିତୀୟ ୱିକେଟ ପରେ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ପାଳି ସମ୍ଭାଳିବାକୁ ଭରପୁର ପ୍ରୟାସ କରି କେତେକ ଭଲ ସଟ୍‌ ଖେଳିଥିଲେ । ତେବେ ଉଭୟ ୧୪ ରନ୍‌ ଲେଖାଏଁ କରି ପାଭିଲିୟନ ମୁହାଁ ହୋଇଥିଲେ । ପୂଜାରା କ୍ୟାମେରନ ଗ୍ରୀନଙ୍କ ବଲ୍‌ରେ ବୋଲ୍ଡ ହୋଇଥିବା ବେଳେ ବିରାଟଙ୍କୁ ଶିକାର କରିଥିଲେ ମିଚେଲ୍‌ ଷ୍ଟାର୍କ ।

ଏହାପରେ ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଏକ ଅର୍ଦ୍ଧ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଫଳରେ ଦଳ ୧୦୦ ରନ୍‌ ପାର କରି ପାରିଛି । ତେବେ ଜାଡେଜା ୪୮ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ଲିୟନଙ୍କ ବଲ୍‌ରେ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ବସିଥିଲେ । ଯାହାକୁ ହାତଛଡ଼ା କରିନଥିଲେ ଷ୍ଟିଭ୍‌ ସ୍ମିଥ୍‌ । ବର୍ତ୍ତମାନ ଆଜିଙ୍କ୍ୟ ରାହାଣେ ୨୯ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ୫ ରନ୍‌ କରି ପିଚ୍‌ରେ ଅଛନ୍ତି ଶ୍ରୀକର ଭରତ ।

ସେପଟେ ଦ୍ବିତୀୟ ଦିନ ଆରମ୍ଭରୁ ଭାରତୀୟ ବୋଲର ନିଜ ଜଲୱା ଦେଖାଇଥିଲେ । ମାତ୍ର ୧୦୦ ରନ୍‌ ମଧ୍ୟରେ ଅଷ୍ଟ୍ରେଲିଆର ୭ ବ୍ୟାଟରଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଭାରତୀୟ ବୋଲର । କିଛି ସମୟ ପାଇଁ ଆଲେକ୍ସ କ୍ୟାରି ଆକ୍ରାମକ ବ୍ୟାଟିଂ କରିଥିଲେ । ଯାହା ଫଳରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଦଳୀୟ ସ୍କୋର ୪୬୯ରେ ପହଞ୍ଚି ପାରିଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିଭଳି ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ୱିକେଟ ନେଇଛନ୍ତି ।

ତୃତୀୟ ଦିନ ଖେଳ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଫଲୋଅନ୍‌ ଏଡ଼ାଇବା ପାଇଁ ଭାରତକୁ ଆହୁରି ୧୧୮ ରନ୍‌ ଆବଶ୍ୟକ । ଭାରତ ୱିକେଟ ବଞ୍ଚାଇ ଫଲୋଅନ୍‌ ଏଡ଼ାଇବା ପାରୁଛି କି ନାହିଁ ତାହାରି ଉପରେ ରହିବ ନଜର । ବର୍ତ୍ତମାନ ମ୍ୟାଚ୍‌ରେ ଏକ ମଜଭୁତ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ ।

ABOUT THE AUTHOR

...view details