ଓଡିଶା

odisha

ETV Bharat / sports

Cricket World cup 2023: ନିଶାଙ୍କ-ସଦିରାଙ୍କ ଅର୍ଦ୍ଧଶତକ, ୮ ୱିକେଟରେ ଶ୍ରୀଲଙ୍କାର ସହଜ ବିଜୟ

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ । ୧୫୭ ରନ୍‌ ଟାର୍ଗେଟକୁ ପିଛା କରି ୮ ୱିକେଟରେ ମ୍ୟାଚ୍‌ ଜିତିଲା ଶ୍ରୀଲଙ୍କା । ଅଧିକ ପଢନ୍ତୁ

Eng vs Sri Lanka
Eng vs Sri Lanka

By ETV Bharat Odisha Team

Published : Oct 26, 2023, 7:33 PM IST

Updated : Oct 26, 2023, 7:50 PM IST

ଚେନ୍ନାଇ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭର ଆଜି ୨୫ତମ ଲିଗ୍‌ । ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚକୁ ସହଜରେ ଜିତି ନେଇଛି ଶ୍ରୀଲଙ୍କା । ଟିମ୍‌ ମାତ୍ର ୧୫୭ ରନ୍‌ ଟାର୍ଗେଟକୁ ପିଛା କରି ୨୫.୪ ଓଭର ସୁଦ୍ଧା ୨ ୱିକେଟ ପତନରେ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଓପନର୍‌ ପାଥୁମ ନିଶାଙ୍କ ଓ ସଦିରା ସମରବିକ୍ରମାଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ମିଳିଛି ସହଜ ବିଜୟ । ସେପଟେ ଇଂଲିଶ ବୋଲର୍‌ ଡେଭିଡ ୱିଲିଙ୍କୁ ୨ଟି ୱିକେଟ ମିଳିଛି । ଲାହିରା କୁମାର ପ୍ରଥମ ଇନିଂସରେ ୩ଟି ୱିକେଟ ନେଇଥିବାରୁ ସେ 'ପ୍ଲେୟାର ଅଫ ଦ ମ୍ୟାଚ୍‌' ହୋଇଛନ୍ତି ।

ଶ୍ରୀଲଙ୍କା ବୋଲର୍‌ଙ୍କ ଆକ୍ରମଣାତ୍ମକ ବୋଲିଂରେ ବିପର୍ଯ୍ୟସ୍ତ ହୋଇଥିଲା ଇଂଲଣ୍ଡର ବ୍ୟାଟିଂ । ଫଳରେ ଇଂଲଣ୍ଡ ୩୩.୨ ଓଭର ସୁଦ୍ଧା ମାତ୍ର ୧୫୬ରନ୍‌ରେ ଅଲ ଆଉଟ୍‌ ହୋଇଥିଲା । ଏହାପରେ ଶ୍ରୀଲଙ୍କାର ବିଜୟ ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଏହାପରେ ଶ୍ରୀଲଙ୍କା ଟିମ ୧୫୭ ରନ୍‌ ଟାର୍ଗେଟର ପିଛା କରିଥିଲା । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଓପନର୍‌ ପାଥୁମ ନିଶାଙ୍କଙ୍କ ବ୍ୟାଟ୍‌ରୁ ଆସିଥିଲା ଅର୍ଦ୍ଧଶତକ । ନିଶାଙ୍କ ୮୩ଟି ବଲ୍‌ ଖେଳି ୭ଟି ଚୌକା ଓ ୨ଟି ଛକା ସହ ୭୭ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପନର୍‌ କୁସଲ ପରେରା ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ସେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହା ବି ପଢନ୍ତୁ- Cricket World Cup 2023: ୧୫୬ରେ ଇଂଲଣ୍ଡ ଅଲଆଉଟ୍‌, କମ୍ ବ୍ୟାକ୍ ମ୍ୟାଚରେ ମାଥ୍ୟୁସଙ୍କ କମାଲ

ସେପଟେ ସଦିରା ସମରବିକ୍ରମା ୫୪ଟି ବଲ୍‌ ଖେଳି ୬୫ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୭ଟି ଚୌକା ଓ ଗୋଟିଏ ଛକା ଅନ୍ତର୍ଭୁକ୍ତ । ଏହାପରେ କୁସଲ ମେଣ୍ଡିସ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଟାର୍ଗେଟ ସେତେ ଅଧିକ ନଥିବା ବେଳେ ଶ୍ରୀଲଙ୍କା ବ୍ୟାଟିଂ ଅର୍ଡରର ଭଲ ପ୍ରଦର୍ଶନ ବଳରେ ଦଳକୁ ସହଜ ବିଜୟ ମିଳିଛି । ସେପଟେ ଇଂଲଣ୍ଡ ବୋଲିଂ ଅର୍ଡର ସମ୍ପର୍କରେ ଆଲୋଚନା କଲେ କ୍ରିସ ୱୋକ୍ସ, ଅଦିଲ ରାସିଦ, ମାର୍କ ଉଡ୍‌, ଲିଆମ ଲିଭିଙ୍ଗଷ୍ଟୋନ ଓ ମୋଇନ ଅଲ୍ଲିଙ୍କୁ ଗୋଟିଏ ବି ୱିକେଟ ମିଳିନଥିଲା । ଡେଭିଡ ୱିଲି ୫ ଓଭର ବୋଲିଂ କରିଥିବା ବେଳେ ୩୦ ରନ୍‌ ଦେବା ସହ ୨ଟି ୱିକେଟ ନେଇଥିଲେ ।

ପୂର୍ବ ରେକର୍ଡ ଦେଖିଲେ ଇଂଲଣ୍ଡର ପଲ୍ଲା ଭାରି ରହିଥିଲା । ହେଲେ ଶ୍ରୀଲଙ୍କା ଦଳ ପାଖରେ ଡିଫେଣ୍ଡି ଚମ୍ପିଆନକୁ ହରାଇବର ଯଥେଷ୍ଟ କ୍ଷମତା ରହିଥିଲା । ଯାହାକି ଆଜିର ମ୍ୟାଚ୍‌ରେ ପ୍ରମାଣିତ ହୋଇଛି । ବିଶ୍ବକପ ଇତିହାସରେ ଦୁଇଦଳ ପରସ୍ପରକୁ ୧୧ ଥର ଭେଟିଥିବା ବେଳେ ଇଂଲଣ୍ଡ ୬ ଥର ଓ ଶ୍ରୀଲଙ୍କା ୫ଟି ମ୍ୟାଚ ଜିତିଥିଲା । ଆଜିର ମ୍ୟାଚ୍‌ ଜିତି ଶ୍ରୀଲଙ୍କା ଏହି ରେକର୍ଡରେ ବରାବର ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2023, 7:50 PM IST

ABOUT THE AUTHOR

...view details