ଓଡିଶା

odisha

ETV Bharat / sports

ବିଶ୍ବକପ ଫାଇନାଲ ୨୦୨୩: କିକ୍ରେଟ କ୍ରେଜ, ୩୦ ହଜାର ଦେଇ ବ୍ଲାକ୍‌ରେ କିଣିଥିଲେ ଟିକେଟ୍‌

କ୍ରିକେଟ ମହାକୁମ୍ଭର ମହାମୁକାବିଲାରେ ଫ୍ୟାନ୍ସ ହୋଇଉଠିଛନ୍ତି କ୍ରେଜି । ପ୍ରଶଂସକଙ୍କ ମଧ୍ୟରେ ଭରି ରହିଛି ଉତ୍କଣ୍ଠା । ତେବେ ଷ୍ଟାଡିୟମ ପରିସରର ପରିବେଶ ଫାଇନାଲ ଫାଇଟ ପାଇଁ କିପରି ରହିଛି ପଢନ୍ତୁ ଏହି ରିପୋର୍ଟ

By ETV Bharat Odisha Team

Published : Nov 19, 2023, 7:54 PM IST

World Cup 2023 final
World Cup 2023 final

ଅହମ୍ମଦାବାଦ:ଆଇସିସି ବିଶ୍ବକପ ୨୦୨୩ର ଆଜି ଅନ୍ତିମ ଦିନ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଫାଇନାଲ ଫାଇଟ । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଏହି ମହାମୁକାବିଲାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭରି ରହିଛି ଉତ୍କଣ୍ଠା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିଛି ନୀଳ ସମୁଦ୍ର । ପ୍ରଶଂସକଙ୍କ ମଧ୍ୟରେ ଅଦ୍ଭୁତ ଉତ୍କଣ୍ଠା ଦେଖିବାକୁ ମିଳିଛି । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟି ପଡୁଛି ଷ୍ଟାଡିମୟ ପରିସର । ଯେତେବେଳେ ଷ୍ଟାଡିମରେ ପ୍ରବେଶ କରିବାକୁ ଗେଟ୍‌ ଖୋଲିଥିଲା, ସେତେବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫ୍ୟାନ୍ସଙ୍କୁ ସମ୍ଭାଳିବା ସୁରକ୍ଷାକର୍ମୀଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା ।

ଗେଟ୍‌ ଖୋଲିବା ପରେ କିଛି ଫ୍ୟାନ୍ସ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ଲାଗି ଚେୟାର ତଳେ ଲୁଚି ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ କିଛି ଫ୍ୟାନ୍ସ ଟିକେଟ ପାଇଁ ଡହଳ ବିକଳ ହେଉଥିଲେ । ଏହି ମହାମୁକାବିଲାର ସାକ୍ଷୀ ହେବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଫ୍ୟାନ୍ସ । ସେପଟେ ଏହି ଫାଇନାଲ ଫାଇଟର ଫାଇଦା ଉଠାଇଛି ଗୁଜୁରାଟ । ଷ୍ଟାଡିୟମରେ ବାହାରେ ପୁଳା ପୁଳା ଇଣ୍ଡିଆନ ଜର୍ସି ବିକ୍ରି ହୋଇଥିଲା । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଅନେକ ସ୍ଥାନୀୟ ବାସିନ୍ଦା ଷ୍ଟାଡିୟମକୁ ଆସି ଫଟୋ କ୍ଲିକ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବୃଦ୍ଧବୃଦ୍ଧା, ବାପାଙ୍କ କାନ୍ଧରେ କୁନି ଶିଶୁ, ମହିଳା ସମସ୍ତେ ଭାରତର ଏହି ଐତିହାସିକ ଯାତ୍ରାକୁ ସେଲିବ୍ରେଟ କରିଥିଲେ ।

ଏହା ବି ପଢନ୍ତୁ- ବିଶ୍ବକପ ୨୦୨୩: ଶେଷଦିନରେ କ୍ରିକେଟ ମହାକୁମ୍ଭ, ଜାଣନ୍ତୁ କେମିତି ଥିଲା ଟୁର୍ଣ୍ଣାମେଣ୍ଟର ରୂପରେଖ

ତେବେ ସେମାନେ ଫାଇନାଲ ମ୍ୟାଚ୍‌କୁ ଷ୍ଟାଡିୟମ ଭିତରେ ବସି ଦେଖିବାର ସୁଯୋଗ ପାଇନଥିଲେ ସୁଦ୍ଧା ସମସ୍ତଙ୍କ ମୁହଁରେ ଖୁସି ଥିଲା । ଫାଇନାଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଷ୍ଟାଡିୟମରେ ଥିବା ଜଣେ ପ୍ରଶଂସକ କହିଥିଲେ, " ଆମେ ପାର୍ଟି କରିବା ପାଇଁ ପୁରା ରାତି ଏଠାରେ ରହିଛୁ । କାଲି ମହାମୁକାବିଲା ହେବ । ଆଜି ଗୋଟିଏ ରାତି ପାଇଁ ଆପଣ ମୋତେ ରୋହିତ କହିପାରିବେ, ସେ କୋହଲି ଓ ସେ ଶାମି ।" ସେପଟେ ଗୋଆରୁ ୫ ଜଣିକିଆ ପ୍ରଶଂସକ ଟ୍ରେନ ନେଇ ଅହମ୍ମଦାବାଦରେ ପହଞ୍ଚିଥିଲେ । ବ୍ଲାକ୍‌ରେ ୩୫ ହଜାର ଦେଇ ଟିକେଟ କିଣିଥିଲେ । ଏହାପରେ ଇଣ୍ଡିଆ ଜିତିବ ବୋଲି ସେ ଆଶା ରଖିଥିବା କହିଥିଲେ । କ୍ରିକେଟ ଭାତୀୟଙ୍କୁ କେତେ ପସନ୍ଦ ତାହା ଦୁନିଆଠୁ ଅଛପା ନାହିଁ । ଏହାକୁ କୌଣସି ଯୁଦ୍ଧଠାରୁ କମ ଭାବନ୍ତି ନାହିଁ ଭାରତୀୟ ।

ରିପୋର୍ଟ- ମୀନାକ୍ଷୀ ରାଓ

ABOUT THE AUTHOR

...view details