ଓଡିଶା

odisha

ETV Bharat / sports

ହାର୍ଦ୍ଦିକ, ମୁନାଫ ଓ ରାଜୀବ ଶୁକ୍ଳାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ !

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମର ସହଯୋଗୀ କୁହାଯାଉଥିବା ରିୟାଜ ଭାଟି ନାମରେ ପତ୍ନୀ ରେହନୁମା ଭାଟି ନିଜର ବ୍ୟବସାୟିକ ସହଯୋଗୀ ଓ ଅନ୍ୟ 'ହାଇପ୍ରୋଫାଇଲ' ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Woman accuses cricketer Hardik Pandya, Congress leader Rajiv Shukla of rape, police says no FIR filed and no evidence found yet
ରାଜୀବ ଶୁକ୍ଳା, ମୁନାଫ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ

By

Published : Nov 12, 2021, 9:12 PM IST

ମୁମ୍ବାଇ:କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମର ସହଯୋଗୀ କୁହାଯାଉଥିବା ରିୟାଜ ଭାଟି ନାମରେ ପତ୍ନୀ ରେହନୁମା ଭାଟି ନିଜର ବ୍ୟବସାୟିକ ସହଯୋଗୀ ଓ ଅନ୍ୟ 'ହାଇପ୍ରୋଫାଇଲ' ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ମୁମ୍ବାଇର ସନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଅଭିଯୋଗ ପତ୍ରରେ ସେ ଯେଉଁ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି, ସେଥିରେ ଖେଳାଳି ଓ ରାଜନେତା ମଧ୍ୟ ସାମିଲ ଅଛନ୍ତି ।

ଏକ ବଡ ସେକ୍ସ ରାକେଟ୍‌ ସ୍ବାମୀ ଚଳାଉଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସ୍ବାମୀଙ୍କ ବ୍ୟତୀତ ଦୁଷ୍କର୍ମ ଅଭିଯୁକ୍ତ ଭାବେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା ଓ ପୃଥୀରାଜ କୋଥାରୀଙ୍କୁ ଦର୍ଶାଇଛନ୍ତି ।

ସୂଚନା ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୧ରେ ଆବେଦନପତ୍ର ଦାଖଲ କରିଥିବା ରେହନୁମା, ଏହି ଘଟଣା କେବେ, କେଉଁଠି ଏବଂ କେଉଁ ତାରିଖରେ ଘଟିଛି ସ୍ପଷ୍ଟଭାବେ ଉଲ୍ଲେଖ କରିନାହାନ୍ତି ।

ତେବେ ଅଭିଯୋଗ ନେଇ ରେହନୁମା କହିଛନ୍ତି ଯେ," FIR ଦାଖଲ ପାଇଁ ପୋଲିସ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି, ମାତ୍ର ସମ୍ଭବ ହେଉନାହିଁ । ସେପ୍ଟେମ୍ବରରେ ମୋର ଆବେଦନପତ୍ର, ଏବେ ନଭେମ୍ବର ହେଲାଣି । ଏକାଧିକ ଥର ପୋଲିସ ଅଧିକାରୀଙ୍କୁ ଭେଟୁଛି, ମାତ୍ର ଟଙ୍କା ଦେବାକୁ କୁହାଯାଉଛି ।"

ଅଭିଯୋଗ ଅନୁଯାୟୀ, କ୍ରିକେଟର ମୁନାଫ ପଟେଲଙ୍କ ସହ ତାଙ୍କୁ ଏକ ବିଶାଳପୂର୍ଣ୍ଣ ତାରକା ହୋଟଲେରେ ରାତ୍ରୀଯାପନ ପାଇଁ ବାଧ୍ୟ କରାଯାଇଥିଲା । ଟ୍ରାଇଡେଣ୍ଟ ନାମକ ଏକ ହୋଟେଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟ ସମାନ ଭାବେ ବାଧ୍ୟ କରାଯାଇଥିଲା । ଅଭିଯୋଗରେ ଅନୁଯାୟୀ, ପାଣ୍ଡ୍ୟା ଓ ତାଙ୍କର ଦୁଇ ବନ୍ଧୁ ମଦ୍ୟପାନ କରି ଅପ୍ରାକୃତିକ ଯୌନସମ୍ପର୍କ ପାଇଁ ବାଧ୍ୟ କରିଥିଲେ ।

ଅଭିଯୋଗରେ ମହିଳା ଜଣଙ୍କ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ରାଜୀବ ଶୁକ୍ଳାଙ୍କ ସହ ସେ ରାତ୍ରୀଯାପନ କରିବାକୁ ମନାକରିବାରୁ ତାଙ୍କୁ ଶୁକ୍ଳା ଓ ତାଙ୍କର ବନ୍ଧୁ ମାରପିଟ୍‌ କରିଥିଲେ । ନିବସ୍ତ୍ର ଭାବେ ଶୁକ୍ଳା ଓ ତାଙ୍କ ବନ୍ଧୁଙ୍କ ସାମ୍ନାରେ ଡ୍ୟାନ୍ସ କରିବାକୁ କୁହାଯାଇଥିଲା । ପରେ ସେମାନେ ଦୁଷ୍କର୍ମ କରିବାକୁ ପଛାଇନଥିଲେ । ଏହି ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ଓ ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ଶୁକ୍ଳା ନିର୍ଯାତନା ଦେଇଥିଲେ । କେବଳ ଏହି ତିନି ସେଲିବ୍ରିଟି ବ୍ୟକ୍ତି ନୁହଁନ୍ତି ୧୫-୨୦ ବ୍ୟକ୍ତିଙ୍କ ସହ ସ୍ବାମୀ ରିୟାଜ ରାତ୍ରୀଯାପନ ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ରେହନୁମା ।

ତେବେ ଅଭିଯୋଗର ସତ୍ୟତା ସ୍ପଷ୍ଟ ହୋନଥିବାବେଳେ, ମାମଲାରେ କୌଣସି FIR ଦାଖଲ ହୋଇନାହିଁ କିମ୍ବା କୌଣସି ପ୍ରମାଣ ଜଣାପଡିନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details