ଓଡିଶା

odisha

ETV Bharat / sports

ଅଧିନାୟକତ୍ବ ଛାଡିବେ କି କୋହଲି? ରୋହିତଙ୍କୁ ମିଳିପାରେ ଦାୟିତ୍ବ

ଭାରତୀୟ କ୍ରିକେଟ ଟିମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ପରିବର୍ତ୍ତନ ଦିନିକିଆ ଓ ଟି-୨୦ର ଅଧିନାୟକଙ୍କୁ ନେଇ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ବିସିସିଆଇ ବିଚାର ବିମର୍ଷ କରିବା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅଧିନାୟକତ୍ବ ଛାଡିବେ କି କୋହଲି?
ଅଧିନାୟକତ୍ବ ଛାଡିବେ କି କୋହଲି?

By

Published : Sep 13, 2021, 1:09 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ପରିବର୍ତ୍ତନ ଦିନିକିଆ ଓ ଟି-୨୦ର ଅଧିନାୟକଙ୍କୁ ନେଇ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ବିସିଆଇ ବିଚାର ବିମର୍ଷ କରିବା ଆରମ୍ଭ କରିଛି । ବିରାଟ କୋହଲିଙ୍କ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ରୋହିତ ଶର୍ମା ଏହି ଦାୟିତ୍ବ ନେବା ନେଇ ଅନୁମାନ କରାଯାଉଛି ।

କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବିରାଟ କୋହଲି ଦଳର ଅଧିନାୟକ ଭାର ତୁଲାଇ ଥିଲେ । ଏଥି ସହିତ କ୍ୟାପଟେନ କୋହଲି ମଧ୍ୟ ପ୍ରତ୍ୟେକ ଫର୍ମାଟରେ ଦଳକୁ ଜିତାଇବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ରୋହିତ ଶର୍ମାଙ୍କ ଦଳର ନେତୃତ୍ବ ନେବା ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁଯାୟୀ ଟି -20 ପରେ ଅଧିନାୟକତ୍ବରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକଙ୍କ ଚାପ ଯୋଗୁଁ ବିରାଟ କୋହଲିଙ୍କ ବ୍ୟାଟିଂ ପ୍ରଭାବିତ ହେଉଛି । ରେକର୍ଡଗୁଡିକ ମଧ୍ୟ ଏହାର ପ୍ରମାଣ ଦେଉଛି । ଏଥି ସହିତ ବିରାଟ କୋହଲି ମଧ୍ୟ ବିଶ୍ବାସ କରନ୍ତି ଯେ ବ୍ୟାଟିଂ ପାଇଁ ଅଧିକ ସମୟ ଦେବା ଆବଶ୍ୟକ ।

ଅନ୍ୟପଟେ ଯଦି ରୋହିତଙ୍କ ଅଧିନାୟକତ୍ବ ରେକର୍ଡକୁ ଦେଖିବା, ତେବେ ରୋହିତ ମଧ୍ୟ ଅଧିନାୟକତ୍ବ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଅଟନ୍ତି । ରୋହିତ ପ୍ରମାଣ କରିଛନ୍ତି ଯେ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିବା ତାଙ୍କ ଅଧିନାୟକତ୍ବ ଦକ୍ଷତା ରହିଥିବା ଶ୍ରେଷ୍ଠ ପ୍ରମାଣ । ବର୍ତ୍ତମାନ ଏ ନେଇ କିଛି ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details