ଓଡିଶା

odisha

ETV Bharat / sports

କଣ ଏହି ମାଙ୍କଡିଂ, ଜାଣନ୍ତୁ କେବେଠୁ ହୋଇଥିଲା ଆରମ୍ଭ - ମାଙ୍ଗଡିଂ ବିବାଦ

ଥମିବାର ନା ଧରୁନି ଭାରତୀୟ ମହିଳା କ୍ରିକେଟ ଦଳର ମାଙ୍କଡିଂ ବିବାଦ । ତେବେ କଣ ଏହି ମାଙ୍କଡିଂ ? ଏହାର ଆରମ୍ଭ କେମିତି ହୋଇଥିଲା ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

କଣ ଏହି ମାଙ୍କଡିଂ, ଏହାର ଆରମ୍ଭ କେବେଠୁ ଜାଣନ୍ତୁ
କଣ ଏହି ମାଙ୍କଡିଂ, ଏହାର ଆରମ୍ଭ କେବେଠୁ ଜାଣନ୍ତୁ

By

Published : Sep 27, 2022, 4:28 PM IST

ହାଇଦ୍ରାବାଦ: ଇଂଲଣ୍ଡ ମାଟିରେ ଭାରତୀୟ ମହିଳା କ୍ରିକେଟ ଦଳ ସିରିଜ କ୍ଲିନ ସ୍ବିପ କରି ଐତିହାସିକ ବିଜୟ ହାସଲ କରିଛି । ତେବେ ମ୍ୟାଚରେ ଭାରତ ଶେଷ ୱିକେଟ ହାତେଇବାକୁ ନେଇ ବିବାଦ ବଢିବାକୁ ଲାଗିଛି । ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲର ଦିପ୍ତୀ ଶର୍ମା ( Deepti Sharma ) ଇଂଲଣ୍ଡ ବ୍ୟାଟର ଚାର୍ଲି ଡିନଙ୍କୁ ( Charlie Dean ) ମାଙ୍କଡିଂ ଦ୍ବାରା ଆଉଟ କରିଥିଲେ । ଫଳସ୍ବରୁପ ଭାରତ ୧୬ରନରେ ବିଜୟୀ ହୋଇଥିଲା । ତେବେ କଣ ଏହି ମାଙ୍କଡିଂ ? ଏହାର ଆରମ୍ଭ କେମିତି ହୋଇଥିଲା ଆସନ୍ତୁ ଜାଣିବା ।

କଣ ଏହି ମାଙ୍କଡିଂ

ନନ ଷ୍ଟ୍ରାଇକର ବ୍ୟାଟର ବୋଲିଂ ପୂର୍ବରୁ ଯଦି କ୍ରିଜ ଛାଡି ଦିଅନ୍ତି ତାହେଲେ ବୋଲର ତରଫରୁ ବ୍ୟାଟରଙ୍କୁ ଆଉଟ କରିହେବ । ଏହାକୁ ମାଙ୍କଡିଂ ଅର୍ଥାତ ବର୍ତ୍ତମାନର ନୂଆ ନିୟମ ମୁତାବକ ରନ ଆଉଟ କୁହାଯାଏ । ଏହି କ୍ରିକେଟ ନିୟମ ଆଇସିସି ଦ୍ବାରା ସ୍ବୀକୃତି ପ୍ରାପ୍ତ । ବୋଲରକୁ ଯେବେ ଲାଗେ କି ନନ ଷ୍ଟାଇକର ବ୍ୟାଟର ବୋଲ ଥ୍ରୋ କରିବା ପୂର୍ବରୁ କ୍ରିଜରୁ ବାହାରକୁ ପଳାଇଛନ୍ତି ତାହେଲେ ନନ ଷ୍ଟ୍ରାଇକରେ ସେ ଷ୍ଟମ ଆଉଟ କରି ବ୍ୟାଟରଙ୍କୁ ଆଉଟ କରି ପାରିବେ । କାରଣ ବୋଲ ଥ୍ରୋ କରାଯାଇନଥିଲା ।

ଏହାର ଆରମ୍ଭ କେମିତି ହୋଇଥିଲା

କ୍ରିକେଟ ଇତିହାସରେ ବର୍ଷ ୧୯୪୭ ଡିସେମ୍ବର ୧୩ ତାରିଖରେ ପ୍ରଥମେ ମାଙ୍କଡିଂ ଆଉଟ କରାଯାଇଥିଲା । ଭାରତୀୟ ଖେଳାଳି ବିନୁ ମାଙ୍କଡ ଅଷ୍ଟ୍ରେଲିଆ ବ୍ୟାଟର ବିଲ ବ୍ରାଉଟଙ୍କୁ ଏହି ପରି ରନ ଆଉଟ କରିଥିଲେ । ସେହି ସମୟରେ ଏହି ରନ ଆଉଟ ଘଟଣାରେ ବହୁତ ବିବାଦ ହୋଇଥିଲା । ଭାରତୀୟ ବୋଲର ବିନୁ ମଙ୍କଡ ବହୁ ଆଲୋଚନା ସମାଲୋଚନାର ଶିକାର ହୋଇଥିଲେ । ଏହି ରନ ଆଉଟକୁ ସମର୍ଥନ କରିଥିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଡ ମେନ । ଏହି ଘଟଣା ପରେ ବ୍ୟାଟର ଏମିତି ଆଉଟ ହେଲେ ତାଙ୍କୁ ମାଙ୍କଡିଂ କୁହାଯାଏ । ତେବେ ବିନୁ ମାଙ୍କଡଙ୍କ ନାମରେ ଏହି ନିୟମର ନାମକୁ ମାଙ୍କଡିଂ ରଖାଯାଇଛି ।

ABOUT THE AUTHOR

...view details