ହାଇଦ୍ରାବାଦ:ଏଜବେଷ୍ଟନରେ ପଞ୍ଚମ ଟେଷ୍ଟ ହାରିବା ପରେ ଭାରତର କାର୍ଯ୍ୟ ନିର୍ବାହୀ ଅଧିନାୟକ ଜଶପ୍ରିତ ବୁମରା କହିଛନ୍ତି ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିଫଳତା ପାଇଁ ପଞ୍ଚମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିବାକୁ ପଡିଲା । ପ୍ରଥମ ଇନିଂସରେ ବ୍ୟାଟିଂ ଏବଂ ବୋଲିଂର ପ୍ରଦର୍ଶନ ଠିକ୍ ରହିଥିଲା । ଖେଳ ମଧ୍ୟ ଭାରତ ନିୟନ୍ତ୍ରଣରେ ରହିଥିଲା । ହେଲେ ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ଫେଲ୍ ମାରିଥିଲା । ଏହା ସହିତ ଦ୍ବିତୀୟ ଇନିଂସରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନଙ୍କୁ ରୋକିବାକୁ ସଫଳ ହୋଇପାରି ନଥିଲେ ବୋଲର । ଯାହା ଫଳରେ ଭାରତ ହାତରେ ମ୍ୟାଚ ଥାଇ ମଧ୍ୟ ଇଂଲଣ୍ଡର ଦ୍ବିତୀୟ ଇନିଂସ ବ୍ୟାଟିଂ ଭାରତ ଠାରୁ ମ୍ୟାଚ ଛଡାଇ ନେଇଥିଲା । ଜୋ ରୁଟ ଏବଂ ଜନୀ ବେୟାରଷ୍ଟୋଙ୍କ ଦମଦାର ଶତକ ଭାରତକୁ 7 ୱିକେଟରେ ହରାଇବାକୁ ସହାୟକ ହୋଇଥିଲା ।
ଇଂଲଣ୍ଡ ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ତଥା ଦ୍ବିତୀୟ ଇନିଂସରେ 378ରନର ଟାର୍ଗେଟକୁ ପୁରା କରି ନେଇଥିଲା । ଯାହା ଫଳରେ ଜୋ ରୁଟ 173 ବଲରୁ ଗୋଟିଏ ଛକା 19 ଚୌକା ମାରି 142 ରନ କରି ଅପରାଜିତ ରହିଛନ୍ତି । ସେହିପରି ଜନି ବେୟାରଷ୍ଟୋ 145 ବଲରୁ ଗୋଟିଏ ଛକା ମାରି 15ଟି ଚୌକା ସହିତ 114 ରନ କରି ଅପରାଜିତ ରହିଛନ୍ତି ।
ସିରିଜ 2-2 ରେ ଡ୍ର ରହିଛି । ଉଭୟ ଦଳ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ଓପନର ଏବଂ ମିଡିଲ ଅର୍ଡର ବ୍ୟାଟର ଫେଲ ମାରିବା ପରେ ୱିକେଟ କିପର ରିଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ଶତକ ଦଳର ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲା ।