ଓଡିଶା

odisha

World Cup 2023: କୋହଲିଙ୍କ ବଡ଼ ପ୍ରଶଂସକ ୱେଷ୍ଟଇଣ୍ଡିଜ୍‌ର ଏହି ମହାନ କ୍ରିକେଟର, କହିଲେ କ୍ରିକେଟ୍‌ର ଅମୂଲ୍ୟ ସମ୍ପଦ

By ETV Bharat Odisha Team

Published : Nov 11, 2023, 5:45 PM IST

ବିଶ୍ବକପ୍‌ ୨୦୨୩ରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ଭାରତୀୟ ଦଳ ସକରାତ୍ମକ ରହିଲେ ଜିତିବ ଟାଇଟଲ । ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର ଭିଭିଆନ୍‌ ରିଚାର୍ଡ୍ସ । ଅଧିକ ପଢ଼ନ୍ତୁ

ବିରାଟ କୋହଲି ଓ ଭିଭିଆନ୍‌ ରିଚାର୍ଡ୍ସ
Virat Kohli and Viv Richards

ହାଇଦ୍ରାବାଦ: ଚଳିତ ବିଶ୍ବକପ୍‌ ୨୦୨୩ରେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ବେଶ ଚମତ୍କାର ରହିଛି । ଲିଗ୍‌ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୮ଟି ଲିଗ୍‌ ମ୍ୟାଚ୍‌ ଖେଳି ସାରିଥିବା ଟିମ୍‌ ଇଣ୍ଡିଆ ସମସ୍ତ ୮ଟି ମ୍ୟାଚ୍‌ ଜିତି ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଛି । ଏପରିକି ଚଳିତ ସଂସ୍କରଣରେ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ମଧ୍ୟ ପ୍ରଥମେ ପ୍ରବେଶ କରିଥିଲା ରୋହିତ ବାହିନୀ । ଦଳର ସମସ୍ତ ଖେଳାଳି ବହୁତ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ସହ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟରୁ ପ୍ରତି ମ୍ୟାଚ୍‌ରେ ରନ୍‌ ବର୍ଷା ହେଉଛି । ଯାହାକୁ ଦେଖି ୱେଷ୍ଟଇଣ୍ଡିଜ୍‌କୁ ଦୁଇ ଦୁଇଥର ବିଶ୍ବକପ୍‌ ଜିତାଇଥିବା ମହାନ କ୍ରିକେଟର ଭିଭିଆନ୍‌ ରିଚାର୍ଡ୍ସ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

'ସକରାତ୍ମକ ରହୁ, ଭାରତ ଜିତିବ ବିଶ୍ବକପ୍‌': ବିରାଟ କୋହଲି ଦଶକର ଶ୍ରେଷ୍ଠ ବ୍ୟାଟର ଭାବେ କ୍ରିକେଟ୍‌ ଜଗତରେ ବେଶ ରାଜୁତି କରିଛନ୍ତି । ଏଥିପାଇଁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର ପୂର୍ବତନ ମହାନ କ୍ରିକେଟରମାନେ ମଧ୍ୟ କୋହଲିଙ୍କ ବଡ଼ ପ୍ରଶଂସକ ଅଟନ୍ତି । ୱେଷ୍ଟଇଣ୍ଡିଜ୍‌ ଦଳକୁ ଦୁଇ ଦୁଇଥର ବିଶ୍ବକପ୍‌ ଜିତାଇଥିବା ମହାନ କ୍ରିକେଟର ସାର୍‌ ଭିଭିଆନ୍‌ ରିଚାର୍ଡ୍ସ ମଧ୍ୟ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ଜଣେ ବଡ଼ ପ୍ରଶଂସକ । ତେବେ ଚଳିତ ବିଶ୍ବକପ୍‌ରେ ଅପରାଜିତ ଥିବା ଭାରତୀୟ ଦଳର ପ୍ରଦର୍ଶନରେ ମଧ୍ୟ ସେ ବହୁତ ପ୍ରଭାବିତ ହୋଇଛନ୍ତି । ପୂର୍ବରୁ ୧୯୮୩ ଓ ୨୦୧୧ ବିଶ୍ବକପ୍‌ ବିଜେତା ଭାରତକୁ ତୃତୀୟ ଟାଇଟଲ ହାତେଇବା ପାଇଁ ଦଳକୁ ସକରାତ୍ମକ ରହିବାକୁ ଏବଂ ସମସ୍ତ ପରିସ୍ଥିତିରେ ବିପକ୍ଷ ଦଳକୁ ଆକ୍ରମଣ କରିବାକୁ ରିଚାର୍ଡ୍ସ ମେନ୍‌ ଇନ୍‌ ବ୍ଲ୍ୟୁକୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିରାଟ ଓ ଜାଡେଜାଙ୍କୁ ପ୍ରଶଂସା କଲେ ରୋହିତ

ସେ କହିଛନ୍ତି, "ଏହିଭଳି ଆକର୍ଷଣୀୟ ଖେଳ ଖେଳିବା ପାଇଁ ଭାରତୀୟ ଦଳ ନିକଟରେ ଏକ ମାନସିକତା ଅଛି । ଏଭଳି ମାନସିକତା ରହବା ଉଚିତ୍‌, ଯଦି ମୁଁ ଭାରତୀୟ ଡ୍ରେସିଂ ରୁମରେ ଥାଆନ୍ତି, ମୋର ମଧ୍ୟ ସମାନ ମାନସିକତା ରହିଥାନ୍ତା । ଏହା ଏପର୍ଯ୍ୟନ୍ତ କାର୍ଯ୍ୟ କରିଛି ଏବଂ ଯଦି ତାହା ବଦଳିଯାଏ, ତେବେ ଫଳାଫଳ ବିପରୀତ ହୋଇପାରେ । ମୁଁ ଭାବୁଛି, ସେମାନେ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିପାରିବେ । ଏଥିପାଇଁ ବାସ୍ତବରେ କିଛି ପ୍ରୟାସ କରିବାକୁ ପଡିବ । ସେମାନେ ଏପର୍ଯ୍ୟନ୍ତ ଯେ ଭଲ ଖେଳିଛନ୍ତି ଏବଂ କେଉଁଠି ନା କେଉଁଠି ସେମାନଙ୍କ ପାଇଁ ଏକ ଖରାପ ମ୍ୟାଚ୍‌ ଥାଇପାରେ ବୋଲି ସେମାନଙ୍କ ମନରେ ଏକ ଭୟ ଥାଇପାରେ । ହେଲେ ସେମାନଙ୍କୁ ଏଭଳି ନକରାତ୍ମକ ଚିନ୍ତାଧାରାକୁ ତ୍ୟାଗ କରିବାକୁ ପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: କୋହଲିଙ୍କ ପ୍ରଶଂସାରେ ଶତମୁଖ ରିକି ପଣ୍ଟିଂ, କହିଲେ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ଅଛି

'କୋହଲିଙ୍କ ପ୍ରଦର୍ଶନ ଅଦ୍ଭୁତ': ନିକଟରେ ୪୯ତମ ଦିନିକିଆ ଶତକ ହାସଲ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିବା ବିରାଟ କୋହଲିଙ୍କର ଖେଳପ୍ରତି ଥିବା ମାନସିକ ଆଭିମୁଖ୍ୟକୁ ରିଚାର୍ଡ୍ସ ପ୍ରଶଂସା କରିଛନ୍ତି । ଏହାକୁ ହିଁ ଏକ ପ୍ରମୁଖ କାରଣ ଭାବରେ ଚିହ୍ନଟ କରିଥିଲେ ଯାହା କୋହଲିଙ୍କୁ ଅନ୍ୟ ଖେଳାଳି ମାନଙ୍କ ଠାରୁ ପୃଥକ କରିଥାଏ । ସେ କହିଛନ୍ତି,"ମୁଁ ବିରାଟଙ୍କର ଜଣେ ବଡ଼ ପ୍ରଶଂସକ । ଦୀର୍ଘ ଦିନ ଧରି ତାଙ୍କର ପ୍ରଶଂସକ ରହିଆସିଛି । ସେ ନିଜ ପ୍ରଦର୍ଶନ ମାଧ୍ୟମରେ ସର୍ବକାଳୀନ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବୋଲି ପ୍ରମାଣିତ କରି ଆସିଛନ୍ତି । ବିଶ୍ବକପ୍‌ ପୂର୍ବରୁ ସେ ଖରାପ ସମୟ ଦେଇ ଗତି କରିଥିଲେ । ଏପରିକି ତାଙ୍କୁ ଦଳରୁ ବାଦ୍‌ ଦିଆଯାଉ ବୋଲି ମଧ୍ୟ ଅନେକ କହିଥିଲେ । ହେଲେ ପୂର୍ବଭଳି ପୁଣିଥରେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ।"

ତେବେ ବିଶ୍ବକପ୍‌ରେ କୋହିଲଙ୍କର ସଫଳ ପ୍ରଦର୍ଶନ ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସହକାରୀ ଷ୍ଟାଫ୍‌ଙ୍କୁ ଶ୍ରେୟ ଦେଇଛନ୍ତି ମହାନ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡ୍ସ । ଖରାପ ସମୟ ମଧ୍ୟରେ ସେମାନେ କୋହଲିଙ୍କୁ ସମର୍ଥନ ଏବଂ ଉତ୍ସାହିତ କରିବା ଜାରି ରଖିଥିଲେ, ଯାହା ତାଙ୍କୁ ସଫଳ ପ୍ରଦର୍ଶନ କରିବାରେ ସହାୟକ ହୋଇଥିବା ସେ ବିଶ୍ବାସ କରିଛନ୍ତି । ବିଶ୍ବକପ୍‌ରେ ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ ଜାରି ରଖିଛି, ଏହା ଜାରି ରଖିଲେ ଦଳ ନିଶ୍ଚୟ ଚମ୍ପିଆନ୍‌ ହେବ ବୋଲି ରିଚାର୍ଡ୍ସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details