ଓଡିଶା

odisha

ETV Bharat / sports

ICC Player of the Month: ଆଇସିସି ପୁରସ୍କାର ପାଇଁ ପ୍ରଥମ ଥର ମନୋନୀତ କୋହଲି

ବିରାଟ କୋହଲି ଚଳିତ ଟି୨୦ ବିଶ୍ବକପରେ ଏଯାବତ ୩ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିସାରିଛନ୍ତି । ଏଥିସହ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ମହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି ।

ICC Men's Player of the Month nominees for October 2022 announced
ICC Player of the Month: ଆଇସିସି ପୁରସ୍କାର ପାଇଁ କୋହଲି ପ୍ରଥମ ଥର ମନୋନୀତ

By

Published : Nov 3, 2022, 3:48 PM IST

ହାଇଦ୍ରାବାଦ:ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି ଅକ୍ଟୋବର ମାସ(ଅକ୍ଟୋବର ୨୦୨୨) ଲାଗି ଆଇସିସି ପ୍ଲେଆର ଅଫ ଦ ମନ୍ଥ(ICC Men's Player of the Month) ପାଇଁ ମନୋନୀତ ହୋଇଛନ୍ତି । ଆଇସିସି ପକ୍ଷରୁ ଏହି ପୁରସ୍କାର ଆରମ୍ଭ ହେବା ସମୟରୁ ପ୍ରଥମ ଥର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍‌ର ବିରାଟ କୋହଲି (Nominees for October 2022 ) । ଚଳିତ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଅକ୍ଟୋବର ମାସ ପାଇଁ କୋହଲିଙ୍କ ସହିତ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍‌ର ଡେଭିଡ ମିଲର ଓ ଜିମ୍ବାୱେର ସିକନ୍ଦର ରାଜା ମଧ୍ୟ ମନୋନୀତ ହୋଇଛନ୍ତି ।

ସେହିପରି ମହିଳା କ୍ରିକେଟରେ ଆଇସିସି ପ୍ଲେଆର ଅଫ୍‌ ଦ ମନ୍ଥ ପୁରସ୍କାର ପାଇଁ ଦୁଇ ଭାରତୀୟ ଖେଳାଳି ଜେମିମ୍ମା ରୋଡ୍ରିଗ୍ୟୁସ ଓ ଦିପ୍ତୀ ଶର୍ମା ମନୋନୀତ ହୋଇଛନ୍ତି । ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ ପାଇଁ ପାକିସ୍ତାନର ନିଦା ଦାର୍‌ ମଧ୍ୟ ମନୋନୀତ ହୋଇଛନ୍ତି । ଚଳିତ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ଜବରଦସ୍ତ ଫର୍ମରେ ଥିବାରୁ ପୁରସ୍କାର ବିଜେତା ଦୌଡରେ ଆଗରେ ରହିଛନ୍ତି ବିରାଟ କୋହଲି ।

କୋହଲି ବନାମ ମିଲର ବନାମ ରାଜା

ଅକ୍ଟୋବର ମାସରେ ବିରାଟ କୋହଲି ମୋଟ ୨୦୫ ରନ୍‌ କରିଛନ୍ତି । ଏଥିରେ ସାମିଲ ରହିଛି ଦୁଇଟି ଅର୍ଦ୍ଧଶତକୀୟ ଇଂନିସ । ଚଳିତ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ସୁପର ୧୨ ମୁକାବିଲାରେ ଅପରାଜିତ ୮୨ ରନ୍‌ର ଇଂନିସ ଅବିଶ୍ବସନୀୟ ରହିଥିଲା । ସେହିପରି ନେଦରଲାଣ୍ଡ ବିପକ୍ଷରେ ମଧ୍ୟ କୋହଲି ମ୍ୟାଚ୍‌ ବିଜୟୀ ୬୭୨ ରନ୍‌ର ଇଂନିସ ଖେଳିଥିଲେ ।

ବିରାଟ କୋହଲି

ଅନ୍ୟପଟେ ଡେଭିଡ ମିଲର ପର୍ଥରେ ଖେଳାଯାଇଥିବା ଭାରତ ବିପକ୍ଷ ସୁପର ୧୨ ମ୍ୟାଚ୍‌ରେ ମ୍ୟାଚ୍‌ ବିଜୟୀ ଇଂନିସ ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ମଧ୍ୟ ବିଶ୍ବକପ ପୂର୍ବରୁ ଭାରତ ବିପକ୍ଷ ଦ୍ବିପାକ୍ଷିକ ସିରିଜରେ କମାଲ କରିଥିଲେ । ଭାରତ ବିପକ୍ଷରେ ୩ଟି ଦିନିକିଆରୁ ୧୧୭ ରନ୍‌ ଓ ଦୁଇଟି ଟି୨୦ରୁ ୧୨୫ ରନ୍‌ ସହ ମାସ ଆରମ୍ଭ କରିଥିଲେ ମିଲର । ଏହାମଧ୍ୟରେ ଗୌହାଟୀରେ ଖେଳିଥିବା ୭୯ ବଲ୍‌ରୁ ୧୦୬ ରନ୍‌ର ବିସ୍ଫୋରକ ଇଂନିସ ସାମିଲ ରହିଛି । ସମାନ ବିସ୍ଫୋରକ ବ୍ୟାଟିଂ ମଧ୍ୟ ବିଶ୍ବକପରେ ଜାରି ରଖିଛନ୍ତି ମିଲର ।

ଡେଭିଡ ମିଲର

ସିକନ୍ଦର ରାଜାଙ୍କ ମନୋନୀୟ ହେବା ଜିମ୍ବାୱେ କ୍ରିକେଟ ପାଇଁ ସମ୍ମାନର ବିଷୟ ହୋଇଛି । ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ରାଜାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପାକିସ୍ତାନକୁ ହରାଇବାକୁ ସମର୍ଥ ହୋଇଛି ଜିମ୍ବାୱେ । ଏଠାରେ ଉଲ୍ଲେଖନୀୟ ଯେ, ଅଗଷ୍ଟ ମାସରେ ମଧ୍ୟ ରାଜା ଏହି ପୁରସ୍କାର ବିଜେତା ହୋଇଥିଲେ । ଅକ୍ଟୋବର ମାସରେ ସେ ଖେଳିଥିବା ୬ଟି ଟି୨୦ ମ୍ୟାଚ୍‌ରୁ ୧୪.୬୬ ଆଭରେଜରେ ୯ ୱିକେଟ ଓ ୧୪୫ ରନ୍‌ ସଂଗ୍ରହ କରିଛନ୍ତି ରାଜା । ଆୟରଲାଣ୍ଡ ବିପକ୍ଷ ବିଜୟରେ ମଧ୍ୟ ଅପରାଜିତ ୮୨ ରନ୍‌ର ଇଂନିସ ଖେଳି ହିରୋ ରହିଥିଲେ ରାଜା ।

ସିକନ୍ଦର ରାଜା

ABOUT THE AUTHOR

...view details