ଓଡିଶା

odisha

ETV Bharat / sports

IPL 2022: ଆରସିବି କ୍ୟାମ୍ପ୍‌ରେ ସାମିଲ ହେଲେ ବିରାଟ କୋହଲି - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବର୍ଷ ୨୦୦୮ରୁ ଆଇପିଏଲ ଆରମ୍ଭରୁ କୋହଲି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଆସୁଛନ୍ତି । ୮ଟି ସଂସ୍କରଣରେ ସେ RCBର ଅଧିନାୟକ ରହିଥିଲେ । ଅଧିକ ପଢନ୍ତୁ

Virat Kohli joins Royal Challengers Bangalore preparatory camp for IPL 2022
IPL 2022: ଆରସିବି କ୍ୟାମ୍ପ୍‌ରେ ସାମିଲ ହେଲେ ବିରାଟ କୋହଲି

By

Published : Mar 22, 2022, 3:37 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ(IPL ୨୦୨୨) ପାଇଁ ମହାରାଷ୍ଟ୍ରରେ ପ୍ରସ୍ତୁତି ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) । ଟିମର ପୂର୍ବତନ କ୍ୟାପଟେନ୍‌ ତଥା ଷ୍ଟାର ବ୍ୟାଟ୍‌ର ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ RCB କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି ।

RCB ଫ୍ୟାନ୍ସ କୋହଲିଙ୍କ ଆଇପିଏଲ ପ୍ରସ୍ତୁତି ନେଇ ଫ୍ରାଞ୍ଚାଇଜ ଠାରୁ ଜାଣିବାକୁ ଚାହିଁଥିଲେ । ଫଳରେ ବେଙ୍ଗାଲୁରୁ ସ୍ଥିତ IPL ଫ୍ରାଞ୍ଚାଇଜ RCB, ନିଜର ଟ୍ବିଟ୍‌ର ଆକାଉଣ୍ଟରେ ବିରାଟ କୋହଲି ପ୍ରସ୍ତୁତି କ୍ୟାମ୍ପରେ ସାମିଲ ହୋଇଥିବା ନେଇ ସ୍ପଷ୍ଟ କରିଛି । ଟ୍ବିଟ୍‌ରେ RCB ପକ୍ଷରୁ ଲେଖାଯାଇଛି, "କିଙ୍ଗ କୋହଲି ପହଞ୍ଚି ସାରିଛନ୍ତି, ଏହା ହିଁ ଖବର ।" ଏଥିସହ ବିରାଟଙ୍କ ଏକ ଫଟୋ ମଧ୍ୟ ସେୟାର କରିଛି ଫ୍ରାଞ୍ଚାଇଜ ।

ବର୍ଷ ୨୦୦୮ରୁ ଆଇପିଏଲ ଆରମ୍ଭରୁ କୋହଲି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଆସୁଛନ୍ତି । ୮ଟି ସଂସ୍କରଣରେ ସେ ବାଙ୍ଗାଲୋର ଟିମର ଅଧିନାୟକ ରହିଥିଲେ । ମାତ୍ର ଆଇପିଏଲ ୨୦୨୨ ପୂର୍ବରୁ କ୍ୟାପଟେନ ପଦ ଛାଡିସାରିଛନ୍ତି କୋହଲି । ଫଳରେ ଫାଫ ଡୁପ୍ଲେସିସଙ୍କ ରୂପରେ RCBକୁ ନୂଆ ଅଧିନାୟକ ମିଳିବାକୁ ଯାଉଛି ।

୩୩ ବର୍ଷୀୟ କୋହଲି ଆଇପିଏଲରେ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ରହିଛନ୍ତି । କୋହଲିଙ୍କ ନାମରେ ୨୦୭ ମ୍ୟାଚ୍‌ରୁ ୩୭.୩୯ ଆଭରେଜ ଓ ୧୨୯.୫୪ ଷ୍ଟ୍ରାଇକରେଟ୍‌ ସହ ୬୨୮୩ ରନ୍‌ ରହିଛି । ୧୧୩ ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର । ଏଥର RCBର ନେତୃତ୍ବ ନେଉନଥିଲେ ମଧ୍ୟ କୋହଲି ଟିମର ପ୍ରମୁଖ ବ୍ୟାଟ୍‌ର ରହିବେ ।

IANS

ABOUT THE AUTHOR

...view details