ଓଡିଶା

odisha

ETV Bharat / sports

15 years of Virat Kohli: କ୍ରିକେଟ୍‌ରେ କୋହଲିଙ୍କ ୧୫ ବର୍ଷର ଶାସନ, ଦେଖନ୍ତୁ କଣ ରହିଛି ରେକର୍ଡ

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି କିଙ୍ଗ୍ କୋହଲି । ଏହି ୧୫ ବର୍ଷରେ କ୍ରିକେଟ୍‌ ଜଗତର ଏହି ବାଦଶାହ ଅନେକ ଉପଲବ୍ଧି ହାସଲ କରିଛନ୍ତି । ନଜର ପକାନ୍ତୁ ସମସ୍ତ ଫର୍ମାଟ୍‌ରେ କିଙ୍ଗ କୋହଲିଙ୍କ ରେକର୍ଡ ଉପରେ..

By

Published : Aug 19, 2023, 2:52 PM IST

କ୍ରିକେଟ୍‌ରେ କୋହଲିଙ୍କ ୧୫ ବର୍ଷର ଶାସନ
କ୍ରିକେଟ୍‌ରେ କୋହଲିଙ୍କ ୧୫ ବର୍ଷର ଶାସନ

ହାଇଦ୍ରାବାଦ:ଅନ୍ତର୍ଜାତୀୟ କ୍ରିକେଟରେ ଶୁକ୍ରବାର ୧୫ ବର୍ଷ ପୂରଣ କରିଛନ୍ତି କ୍ରିକେଟ୍‌ର କିଙ୍ଗ୍ ବିରାଟ କୋହଲି । ଅର୍ଥାତ ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳି ଠିକ୍ ୧୫ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ୨୦୦୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଏହି ଦିନକୁ ଶୁକ୍ରବାର ୧୫ ବର୍ଷ ପୂରଣ ହେଇଛି । ଆଉ ଏହି ୧୫ ବର୍ଷରେ ଏହି ମହାନ କ୍ରିକେଟର ଭାରତ ତଥା ବିଶ୍ବ କ୍ରିକେଟ ପାଇଁ ଯାହା ସବୁ କରିଛନ୍ତି, ତାହା ଇତିହାସ ହୋଇ ରହିଯିବ ।

୧୫ ବର୍ଷର ରେକର୍ଡ: ୧୮ ଅଗଷ୍ଟ ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଡେବ୍ୟୁ ମ୍ୟାଚ୍‌ରେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଥିବା କିଙ୍ଗ୍‌ କୋହଲି ଏହି ୧୫ ବର୍ଷରେ ନିଜ ନାଁରେ ଯେଉଁ ରେକର୍ଡ ସବୁ କରିଯାଇଛନ୍ତି, ତାହା ଅନ୍ୟ ଜଣେ କ୍ରିକେଟର୍‌ ପାଇଁ କେବଳ ସ୍ବପ୍ନରେ ସମ୍ଭବ । ଅନ୍ତର୍ଜାତୀୟ ପଦାର୍ପଣରୁ ଏବେ ପର୍ଯ୍ୟନ୍ତ କୋହଲି ସବୁଠାରୁ ଅଧିକ ଅନ୍ତର୍ଜାତୀୟ ରନ, ଦିନିକିଆ ଓ ଟି୨୦ରେ ସବୁଠାରୁ ଅଧିକ ରନ କରିବା ସହିତ ବିଶ୍ବ କ୍ରିକେଟ୍‌ରେ ସବୁଠାରୁ ଅଧିକ ୨୦୦+, ୧୦୦+ ଓ ୫୦+ ସ୍କୋର କରିଥିବା କ୍ରିକେଟର ଅଟନ୍ତି । ବିଶ୍ବ କ୍ରିକେଟ୍‌ରେ ଶେଷ ୧୫ ବର୍ଷରେ ସବୁଠାରୁ ଅଧିକ ଥର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ସିରିଜ୍‌ ହାତେଇଥିବା ଖେଳାଳି ମଧ୍ୟ ଅଟନ୍ତି କୋହଲି । ସେହିଭଳି ଆଇସିସି ଇଭେଣ୍ଟ୍ସରେ ମଧ୍ୟ ସବୁଠାରୁ ଅଧିକ ରନ ସହିତ ସବୁଠାରୁ ଅଧିକ ଆୱାର୍ଡ ଜିତିଥିବା ଖେଳାଳି ହେଉଛନ୍ତି ବିରାଟ କୋହଲି ।

ଟେଷ୍ଟ୍‌ କ୍ରିକେଟ୍‌ରେ କୋହଲି: ବିରାଟ କୋହଲି ୨୦୧୧ ମସିହାରେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ଏବେ ପର୍ଯ୍ୟନ୍ତ ସେ ୧୧୧ ଟେଷ୍ଟ୍‌ ମ୍ୟାଚ୍‌ରେ ୧୮୭ ପାଳି ଖେଳି ୪୯.୨୯ ହାରରେ ୮,୬୭୬ ରନ ସଂଗ୍ରହ କରିଛନ୍ତି । ଏଥିରେ ୨୯ ଶତକ ଓ ୨୯ ଅର୍ଦ୍ଧଶତକ ସାମିଲ ରହିଛି । ଟେଷ୍ଟ୍‌ରେ ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସ୍କୋର ହେଉଛି ଅପରାଜିତ ୨୫୪ ରନ । କୋହଲି ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ୫ମ ଭାରତୀୟ ଓ ବିଶ୍ବରେ ୨୩ତମ କ୍ରିକେଟର । ଏପରିକି ଅତିଶୀଘ୍ର କୋହଲି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଅତିକ୍ରମ କରିବେ ବୋଲି ସମସ୍ତଙ୍କର ଆଶା ରହିଛି ।

ଦିନିକିଆକ୍ରିକେଟ୍‌ରେକୋହଲି:ବିରାଟ କୋହଲିଙ୍କର ସବୁଠାରୁ ବଡ଼ କୀର୍ତ୍ତିମାନ ଦିନିକିଆ କ୍ରିକେଟ୍‌ରେ ରହିଛି । ଏଥିପାଇଁ ଦିନିକିଆ କ୍ରିକେଟ୍‌ରେ କୋହଲିଙ୍କୁ ବାଦଶାହ ବୋଲି କୁହାଯାଏ । ସେ ଏବେ ପର୍ଯ୍ୟନ୍ତ ୨୭୫ ଦିନିକିଆ ମ୍ୟାଚ୍‌ରେ ୨୬୫ ପାଳି ଖେଳିଥିବା ବେଳେ ୫୭.୩୨ ହାରରେ ୧୨ ହଜାର ୮୯୮ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୬ ଶତକ ଓ ୬୫ ଅର୍ଦ୍ଧଶତକ ସାମିଲ ରହିଛି । ଦିନିକିଆରେ କୋହଲିଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୮୩ ରହିଛି । ଦିନିକିଆରେ ୪୬୩ ମ୍ୟାଚ୍‌ରେ ୪୯ ଶତକ କରିଥିବା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ସବୁଠାରୁ ଅଧିକ ଦିନିକିଆ ରନ ସଂଗ୍ରହକାରୀ ଦ୍ବିତୀୟ ଭାରତୀୟ କ୍ରିକେଟର ହେଉଛନ୍ତି କୋହଲି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ଶତକ: ଫ୍ୟାନ୍ସଙ୍କ ସେଲିବ୍ରେସନ, ଭିଡିଓ ସେୟାର କଲା BCCI

ଟି୨୦ କ୍ରେକେଟ୍‌ରେ କୋହଲି: କେବଳ ଦିନିକିଆ କିମ୍ବା ଟେଷ୍ଟ୍‌ କ୍ରିକେଟ୍‌ରେ ନୁହେଁ, କୋହଲି ଟି୨୦ରେ ମଧ୍ୟ ଆକ୍ରାମକ ବ୍ୟାଟିଂ କରିଥାନ୍ତି । ସେ ଏବେ ପର୍ଯ୍ୟନ୍ତ ୧୧୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫୨.୭୩ ହାରରେ ୪୦୦୮ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୭ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି କୋହଲି । କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ କୋହଲିଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ଅପରାଜିତ ୧୨୨ ରନ । ତେବେ ଟି୨୦ କ୍ରିକେଟ ଇତିହାସରେ ବିରାଟ କୋହଲିଙ୍କ ନାମରେ ସବୁଠାରୁ ଅଧିକ ରନ, ଲବୁଠାରୁ ଅଧିକ ୫୦+ ସ୍କୋର ଏବଂ ହାରାହାରି ସ୍କୋର ରହିଛି । ଏହାସହ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠାରୁ ଅଧିକ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ (୧୫ ଥର) ଓ ମ୍ୟାନ୍‌ ଅଫ ଦି ସିରିଜ୍‌ (୭ ଥର) ପୁରସ୍କାର ମଧ୍ୟ ବିରାଟ କୋହଲି ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details