ହାଇଦ୍ରାବାଦ: ଇତିହାସ ରଚିଲେ ସଂଯୁକ୍ତ ରାଷ୍ଟ୍ର ଆମେରିକା(USA) ୱିକେଟ କିପର ବ୍ୟାଟ୍ସମ୍ୟାନ ଜାସକରଣ ମାଲ୍ହୋତ୍ରା । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଦ୍ବିତୀୟ କ୍ରିକେଟର ଭାବେ ଗୋଟିଏ ଓଭରରେ ୬ଟି ଛକା ମାରିବାର ରେକର୍ଡ କରିଛନ୍ତି ଜାସକରଣ ।
ପପୁଆ ଗିନିଆ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍ରେ USA ଇଂନିସର ଶେଷ ଓଭରରେ ୬ଟି ଛକା ମାରି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଜାସକରଣ ।
ୱିକେଟ କିପର ବ୍ୟାଟ୍ସମ୍ୟାନ ଜାସକରଣ ମଧ୍ୟ ପ୍ରଥମ ଆମେରିକୀୟ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଶତକ ହାସଲ କରିଛନ୍ତି । ୧୨୪ ବଲ୍ରୁ ଧୁଆଁଧାର ୧୭୩* ରନର ଇଂନିସ ଖେଳିଛନ୍ତି । ଏହି ମାରାଥନ ଇଂନିସରେ ୧୬ଟି ଛକା ଓ ୪ଟି ଚୌକା ସାମିଲ ରହିଛି ।
ପୂର୍ବରୁ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ହର୍ସଲେ ଗିବ୍ସ ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୬ ବଲ୍ରୁ ୬ ଛକା ହାସଲ କରିଥିଲେ । ୨୦୦୭ ୫୦ ଓଭର ବିଶ୍ବକପରେ ନେଦରଲଲାଣ୍ଡ ବିପକ୍ଷରେ ଏହି ରେକର୍ଡ କରିଥିଲେ ଗିବ୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ