ଓଡିଶା

odisha

Ind vs Aus T20: ସାମିଙ୍କ ବଦଳରେ ସ୍ଥାନ ପାଇଲେ ଉମେଶ ଯାଦବ

By

Published : Sep 18, 2022, 6:20 PM IST

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-ଟ୍ବେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସାମି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମହମ୍ମଦ ସାମିଙ୍କ ବଦଳରେ ଦଳରେ ସ୍ଥାନ ପାଇଲେ ଫାଷ୍ଟ ବୋଲର ଉମେଶ ଯାଦବ । ଅଧିକ ପଢନ୍ତୁ

Ind vs Aus T20 : ମହମ୍ମଦ ସାମିଙ୍କ ବଦଳରେ ସ୍ଥାନ ପାଇଲେ ଉମେଶ ଯାଦବ
Ind vs Aus T20 : ମହମ୍ମଦ ସାମିଙ୍କ ବଦଳରେ ସ୍ଥାନ ପାଇଲେ ଉମେଶ ଯାଦବ

ହାଇଦ୍ରାବାଦ: ମହମ୍ମଦ ସାମିଙ୍କ ବଦଳରେ ଦଳରେ ସ୍ଥାନ ପାଇଲେ ଫାଷ୍ଟ ବୋଲର ଉମେଶ ଯାଦବ ( Umesh replaces Shami in India squad for Australia series ) । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସାମି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ସେ ଟିମ ସହ ମୋହଲି ଯାତ୍ରା ନକରି ଆଇସୋଲେସେନରେ ରହିଛନ୍ତି । ତେଣୁ ତାଙ୍କ ବଦଳରେ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି ।

ଏହା ମଧ୍ୟ ପଢନ୍ତୁ:ମହମ୍ମଦ ସାମି କୋରୋନା ସଂକ୍ରମିତ

ଆସନ୍ତା ୨୦ ତାରିଖରୁ (ମଙ୍ଗଳବାର) ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ( India VS Australia ) ତିନୋଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଏନେଇ ବିସିସିଆଇ କହିଛି "ଫାଷ୍ଟ ବୋଲର ମହମ୍ମଦ ସାମି କୋଭିଡ ପଜିଟିଭ କାରଣରୁ ମ୍ୟାଚରୁ ବାଦ ପଡିଛନ୍ତି । ତେଣୁ ତାଙ୍କ ବଦଳରେ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ଟି-୨୦ ସ୍କ୍ବାଡରେ ସାମିଲ କରାଯାଇଛି । ଉମେଶ ଯାଦବ ବର୍ଷ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଥର ପାଇଁ ଟି-୨୦ ମ୍ୟାଚ ଖେଳିଥିଲେ ।

୨୦୧୮ ମସିହାରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ । ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପ୍ରାୟ ତିନି ବର୍ଷ ପରେ ଟି-୨୦ ମ୍ୟାଚ ଖେଳିବେ ଫାଷ୍ଟ ବୋଲର ଉମେଶ ଯାଦବ । ବର୍ଷ ୨୦୨୨ରେ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳି ଦଳରେ ନିଜର ବୋଲିଂ ଦବଦବା ଜାରି ରଖିଥିଲେ । ତେବେ ଟି-୨୦ ସ୍କ୍ବାଡରେ ଉମେଶ ଯାଦବଙ୍କ ନାମ ଘୋଷଣା ପରେ ସେ ଖୁବ ଶୀଘ୍ର ମୋହଲିରେ ଟିମ ଇଣ୍ଡିଆ ସହିତ ଯୋଗ ଦେବାର ସୂଚନା ରହିଛି । ଆସନ୍ତା 20 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । 23 ତାରିଖରେ ଦ୍ବିତୀୟ ଓ 25 ତାରିଖରେ ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସ୍କ୍ବାଡ

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ କିପର ), ଦିନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଦୀପକ ଚହର, ଜଶପ୍ରିତ ବୁମରା, ଉମେଶ ଯାଦବ ।

ABOUT THE AUTHOR

...view details