ଓଡିଶା

odisha

ETV Bharat / sports

ZIMvIND 2nd ODI:ଭାରତକୁ 162 ରନ ଟାର୍ଗେଟ, ଶାର୍ଦ୍ଦୁଲ ଠାକୁରଙ୍କୁ 3 ୱିକେଟ - ଭାରତ ଜିମ୍ବାୱେ ଦ୍ବିତୀୟ ଦିନିକିଆ

ଜିମ୍ବାୱେ 38.1 ଓଭରରେ 161 ରନ କରି ଅଲଆଉଟ ହୋଇଛି । ରତ 162 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଛି । ଏପଟେ ଦମଦାର ବୋଲିଂ କରି ଶାର୍ଦ୍ଦୁଳ ଠାକୁର 3ଟି ଓ୍ୱିକେଟ ନେଇଛନ୍ତି (thakur takes three wickets) । ଅଧିକ ପଢନ୍ତୁ

ZIMvIND 2nd ODI:ଭାରତକୁ 162 ରନ ଟାର୍ଗେଟ, ଶାର୍ଦ୍ଦୁଲ ଠାକୁରଙ୍କୁ 3 ୱିକେଟ
ZIMvIND 2nd ODI:ଭାରତକୁ 162 ରନ ଟାର୍ଗେଟ, ଶାର୍ଦ୍ଦୁଲ ଠାକୁରଙ୍କୁ 3 ୱିକେଟ

By

Published : Aug 20, 2022, 5:31 PM IST

ହାଇଦ୍ରାବାଦ: ଆଜି ଜିମ୍ବାୱେ (Zimbabwe ) ବିପକ୍ଷ ସିରିଜରେ ଦ୍ବିତୀୟ ଦିନିକିଆ (2nd ODI) ଖେଳୁଛି ଭାରତ(India) । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି 38.1 ଓଭରରେ 161 ରନ କରି ଅଲଆଉଟ ହୋଇଛି । ତେବେ ଭାରତ 162 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଛି । ଭାରତ ପକ୍ଷରୁ ଶିଖର ଧାୱନ ଏବଂ ଅଧିନାୟକ ଲୋକେଶ ରାହୁଲ ଓପନିଂ କରିଥିଲେ ।

ଲୋକେଶ ରାହୁଲ ଟସ ଜିିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବିପକ୍ଷ ଟିମ ଜିମ୍ବାୱେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଜିମ୍ବାୱେ ପକ୍ଷରୁ କାଇଟାନୋ ଏବଂ ଇନୋସେଣ୍ଟ କାଇଆ ଓପନିଂ ପାଇଁ ଆସିଥିଲେ । ତେବେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂରେ ଜିମ୍ବାୱେ କ୍ରିକେଟର କ୍ରିଜରେ ବେଶୀ ସମୟ ତିଷ୍ଠି ପାରିବାକୁ ସକ୍ଷମ ହୋଇନଥିଲେ । କାଇଟୋନୋ 7 ରନ, ଇନୋସେଣ୍ଟ କାଇଆ 16 ରନ, ୱେସଲି ମଧେଭେରେ 2 ରନ, ରେଗିସ ଚକଭା 2 ରନ, ସିକନ୍ଦର ରାଜା 16 ରନ, ସିନ ୱିଲୟମସ ସର୍ବାଧିକ 42 ରନ, ଲୁକେ ଜଙ୍ଗୱେ 6 ରନ, ବ୍ରଡ ଇଭାନସ 9 ରନ କରି ଆଉଟ ହୋଇଛନ୍ତି । ରାୟନ ବର୍ଲ 39 ରନ କରି ଅପରାଜିତ ରହିଛନ୍ତି ।

ସେହିପରି ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁରଙ୍କ ଦମଦାର ବୋଲିଂ ପ୍ରଦର୍ଶନ ଜାରି ରହିଥିଲା । ସେ ସର୍ବାଧିକ 3 ଟି ୱିକେଟ ଅକ୍ତିଆର କରିଛନ୍ତି । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିଲେ ଭାରତ ଏହି ସିରିଜ ଜିତିବାରେ ସକ୍ଷମ ହେବ ।

ABOUT THE AUTHOR

...view details