ଓଡିଶା

odisha

By

Published : May 9, 2021, 7:09 PM IST

ETV Bharat / sports

'ମାତୃ ଦିବସ'ରେ ମା'ଙ୍କୁ କ୍ରିକେଟରଙ୍କ ଶୁଭେଚ୍ଛା

ଭାରତୀୟ କ୍ରିକେଟର ସେମାନଙ୍କର ମା'ଙ୍କ ଉଦ୍ଦେଶ୍ୟରେ ହୃଦୟଛୁଆଁ ଆବେଗପୂର୍ଣ୍ଣ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଅଧିକ ପଢନ୍ତୁ...

Tendulkar, Sehwag lead as cricketers extend Mother's Day greetings
'ମାତୃ ଦିବସ' ମା'ଙ୍କୁ କ୍ରିକେଟରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ରବିବାର ଦେଶ ପାଳୁଛି ମାତୃ ଦିବସ । ଏହି ଅବସରରେ ଭାରତୀୟ କ୍ରିକେଟର ସେମାନଙ୍କର ମା'ଙ୍କ ଉଦ୍ଦେଶ୍ୟରେ ହୃଦୟଛୁଆଁ ଆବେଗପୂର୍ଣ୍ଣ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ସବୁସମୟରେ ଭଲପାଇବା ପାଇଁ ଧନ୍ୟବାଦ ଦେଇଥିବାବେଳେ, ବିରେନ୍ଦ୍ର ସେହ୍ବାଗ ମା'ଙ୍କ ପାଇଁ ହିନ୍ଦିରେ ଏକ ଭାବପୂର୍ଣ୍ଣ କବିତା ଲେଖିଛନ୍ତି ।

ସନ୍ତାନ ଯେତେ ବଡ ହେଉ ନା କାହିଁକି, ମା' ସର୍ବଦା ସନ୍ତାନର ଭଲ ପାଇଁ ପ୍ରାର୍ଥନା କରିଥାନ୍ତି । ମା'ଙ୍କ ପାଇଁ ତା'ର ସନ୍ତାନ ସବୁବେଳେ କୁନିଶିଶୁ । ଏହା କହିଛନ୍ତି ତେନ୍ଦୁଲକର ।

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ମା'ଙ୍କୁ ''ସର୍ବୋତ୍ତମ ପ୍ରେରଣା' ବୋଲି କହିଛନ୍ତି ।

ଓପନର ଶିଖର ଧାୱନ ମାତୃ ଦିବସରେ ମା'ଙ୍କୁ ''ମହାନତମ ଶିକ୍ଷକ'' ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details