ଓଡିଶା

odisha

ETV Bharat / sports

Vijay Hazare Trophy: ୪୩୫ ରନ୍‌ରେ ହାରିଲା ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡ଼ୁ ଓପନରଙ୍କ ରେକର୍ଡ ଭାଗିଦାରୀ

ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ଼ ଓପନିଂ ଯୋଡ଼ିର ରେକର୍ଡ ଭାଗିଦାରୀ । ମ୍ୟାଚ୍‌କୁ ତାମିଲନାଡ଼ୁ ୪୩୫ ରନ୍‌ରେ ଜିତି ନେଇଛି । ଅଧିକ ପଢ଼ନ୍ତୁ

Tamil Nadu registers a record breaking win against Arunachal Pradesh in Vijay Hazare Trophy
Vijay Hazare Trophy: ୪୩୫ ରନ୍‌ରେ ହାରିଲା ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡ଼ୁ ଓପନରଙ୍କ ରେକର୍ଡ ଭାଗିଦାରୀ

By

Published : Nov 21, 2022, 5:02 PM IST

ବେଙ୍ଗାଲୁରୁ:ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ଼ ଓପନିଂ ଯୋଡ଼ିର ରେକର୍ଡ ଭାଗିଦାରୀ । ଅରୁଣାଞ୍ଚଳ ପ୍ରଦେଶ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ୍‌କୁ ତାମିଲନାଡ଼ୁ ୪୩୫ ରନ୍‌ରେ ଜିତି ନେଇଛି ।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅରୁଣାଞ୍ଚଳ ପ୍ରଦେଶ । ତେବେ ନାରାୟଣ ଜଗଦିଶନ ଓ ସାଇ ସୁଦର୍ଶନଙ୍କ ଆକ୍ରାମକ ବ୍ୟାଟିଂ ଆଗରେ ସମସ୍ତ ବୋଲର ଫେଲ୍‌ ମାରିଛନ୍ତି । ଦୁଇ ଓପନରଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୪୧୬ ରନ୍‌ର ଭାଗିଦାରୀ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ତାମିଲନାଡ଼ୁ ଦୁଇ ୱିକେଟ ବିନିମୟରେ ୫୦୬ ରନ୍‌ କରିଥିଲା । ଏହାର ଜବାବରେ ଅରୁଣାଞ୍ଚଳ ପ୍ରଦେଶ ମାତ୍ର ୭୧ ରନ୍‌ରେ ଅଲ୍‌ ଆଉଟ ହୋଇଛି । ଫଳରେ ଏହି ମ୍ୟାଚ୍‌କୁ ତାମିଲନାଡ଼ୁ ୪୩୫ ରନ୍‌ରେ ଜିତି ନେଇଛି । ଅରୁଣାଞ୍ଚଳ ପ୍ରଦେଶ ପକ୍ଷରୁ ଚେତନ ଆନନ୍ଦ ସର୍ବାଧିକ ୧୦ ଓଭରରେ ୧୧୪ ରନ୍‌ ଖର୍ଚ୍ଚ କରିଛନ୍ତି ।

ନାରାୟଣ ଜଗଦିଶନ ୧୪୧ଟି ବଲ୍‌ରେ ୨୭୭ ରନ୍‌ କରିଥିବା ବେଳେ ସାଇ ସୁଦର୍ଶନ ୧୦୨ ବଲ୍‌ରେ ୧୫୪ ରନ୍‌ କରିଥିଲେ । ଯାହାଫଳରେ ତାମିଲନାଡ଼ୁର ଦଳୀୟ ସ୍କୋର୍‌ ୫୦୬ରେ ପହଞ୍ଚି ପାରିଥିଲା । ଲିଷ୍ଟ ଏ' ପୁରୁଷ କ୍ରିକେଟ ଇତିହାସରେ ଏହା ସର୍ବାଧିକ ଦଳୀୟ ସ୍କୋର୍‌ । ତା ସହିତ ଲିଷ୍ଟ ଏ' ପୁରୁଷ କ୍ରିକେଟ ଇତିହାସରେ ନାୟାୟଣ ଜଗଦିଶନ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିଛନ୍ତି । ବର୍ତ୍ତମାନ ସେ ଚମତ୍କାର ଫର୍ମରେ ରହିଛନ୍ତି । ଲଗାତାର ୫ଟି ମ୍ୟାଚ୍‌ରେ ସେ ୫ଟି ଶତକ ହାସଲ କରିଛନ୍ତି । ଏ କ୍ଷେତ୍ରରେ ସେ ଇଂଲଣ୍ଡ କ୍ରିକେଟର ଆଲିଷ୍ଟାର ବ୍ରାଉନ୍‌ ଓ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

୨୭୭ ରନ୍‌ ମଧ୍ୟରେ ୧୫ଟି ଛକା ଓ ୨୫ଟି ଚୌକା ସାମିଲ ରହିଛି । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଏହାପୂର୍ବରୁ ଲିଷ୍ଟ ଏକ କ୍ରିକେଟ ଇତିହାସରେ ସରେ କ୍ରିକେଟ କ୍ଲବ୍‌ ସର୍ବାଧିକ ୪୯୬ ରନ୍‌ କରିଥିଲା । ତେବେ ଏହି ରେକର୍ଡକୁ ଭାଙ୍ଗିଛି ତାମିଲନାଡ଼ୁ କ୍ରିକେଟ ଟିମ୍‌ ।

ABOUT THE AUTHOR

...view details