ମେଲବୋର୍ଣ୍ଣ: ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ରହିଛି । ଆଜି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା । ପୂର୍ବ ରେକର୍ଡ ଅନୁସାରେ ପାକିସ୍ତାନ ସପକ୍ଷରେ ମ୍ୟାଚ ରହିଛି ମାତ୍ର ଫର୍ମକୁ ଦେଖିଲେ ଇଂଲଣ୍ଡ ଟ୍ରଫି ଫେବରିଟ ରହିଛି । ପାକିସ୍ତାନର ବୋଲିଂ ବିଭାଗ ଭଲ ରହିଥିବାବେଳେ ଇଂଲଣ୍ଡର ବ୍ୟାଟିଂ ବିଭାଗ ଭଲ ରହିଛି । ଆଜି ଟାଇଟଲ ହାତେଇବାକୁ ଦୁଇ ଦଳ ମଧ୍ୟରେ ଏକ ମୁକାବିଲା ଦେଖିବାକୁ ମିଳିବ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା ।
ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲା । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡି ଦେଲେ ଦଳର ପ୍ରଦର୍ଶନ ଭଲ ରହିଥିଲା । ଭାରତ ବିପକ୍ଷ ସେମିରେ ବିନା ୱିକେଟ ହରାଇ ଦଳ ବିଜୟ ହାସଲ କରିଥିଲା । ଏହାପରେ ଦଳର ମନୋବଳ ଦୃଢ ରହିଛି । ଆଜିର ମୁକାବିଲା ଜିତିବାକୁ କଳ ବଳ କୌଶଳ ଲଗାଇ ଦେବ । 1992ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଦଳ । ଚଳିତ ବର୍ଷ ଭାରତକୁ ସେମି ଫାଇନାଲରେ ହରାଇ ଫାଇନାଲ ଟିକେଟ ହାତେଇଥିଲା ଇଂଲଣ୍ଡ । 1992 ବିଶ୍ବକର ମଧ୍ୟ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ।
ମେଲବୋର୍ଣ୍ଣରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନ ଇଂଲଣ୍ଡକୁ 22ରନରେ ପରାସ୍ତ କରିଥିଲା । ପାକିସ୍ତାନ ପୁଣି ସେହି ଇତିହାସକୁ ରିପିଟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ବଦଳାଇବାକୁ ଇଂଲଣ୍ଡ ପାଖରେ ସୁଯୋଗ ରହିଛି । ପେସ ବୋଲରଙ୍କ ପାଇଁ ମେଲବୋର୍ଣ୍ଣ ପିଚ୍ ସୁହାଇବ । ତେଣୁ ଇଂଲଣ୍ଡ ବୋଲର ଏହାର ଫାଇଦା ଉଠାଇବେ । କ୍ରିକେଟ ଏକ ଅନିଶ୍ଚିତତା କ୍ରୀଡା । କେଉଁ ମୂହୁର୍ତ୍ତରେ କିଛି ବି ହୋଇପାରେ । ବିଦାୟ ଦ୍ବାର ଦେଶରେ ଥିବା ଦଳ କିପରି କମବ୍ୟାକ କରି ଫାଇନାଲରେ ପହଞ୍ଚି ପାରେ ତାହା ପାକିସ୍ତାନ ପକ୍ଷରେ ହୋଇଛି ।