ଓଡିଶା

odisha

By

Published : Oct 24, 2022, 6:28 PM IST

ETV Bharat / sports

T20 World Cup: ଡ୍ର ହେଲା ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ, ବାଣ୍ଟିଲେ ପଏଣ୍ଟ

ଟି-୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଡ୍ର ହେଲା ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ । ପଏଣ୍ଟ ବାଣ୍ଟିଲେ ଉଭୟ ଟିମ । ଅଧିକ ପଢନ୍ତୁ

T20 World Cup : ବାତିଲା ହେଲା ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ, ପାଇବେ ୧ ପଏଣ୍ଟ
T20 World Cup : ବାତିଲା ହେଲା ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ, ପାଇବେ ୧ ପଏଣ୍ଟ

ହବର୍ଟ: ଡ୍ର ହେଲା ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ । ଫଳରେ ଏହି ଅମୀମାଂସିତ ମ୍ୟାଚରେ ପଏଣ୍ଟ ଭାଗ କଲେ ଦୁଇ ଦଳ । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୯ ଓଭରରେ ୫ ୱିକେଟ ହରାଇ ୭୯ ରନ କରିଥିଲା । ପରବର୍ତ୍ତୀ ସମୟରେ ଡିଏଲ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ହେଲେ ବର୍ଷା ବାଧକ ସାଜିବାରୁ ଏହି ମ୍ୟାଚକୁ ଡ୍ର ଘୋଷଣା କରିଦିଆଯାଇଛି ।

ଚଳିତ ଟି୨୦ ବିଶ୍ବକପରେ ଜାରି ରହିଛି ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା । ସୁପର ୧୨ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ । ତେବେ ବର୍ଷା ବାଧାପ୍ରାପ୍ତ କାରଣରୁ ନିର୍ଦ୍ଧାରିତ ସମୟ ବଦଳରେ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ବର୍ଷା କାରଣରୁ ନିର୍ଦ୍ଧାରିତ ୨୦ ଓଭର ପରିବର୍ତ୍ତେ ଏହି ମ୍ୟାଚ ୯ ଓଭରକୁ କମାଇ ଦିଆଯାଇଥିଲା । ଟସ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୯ ଓଭରରେ ୫ ୱିକେଟ ହରାଇ ଜିମ୍ବାୱେ ୭୯ ରନ କରିଥିଲା । ହେଲେ ବର୍ଷା କାରଣରୁ ଡିଏଲ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଦକ୍ଷିଣ ଆଫ୍ରିକା ୩ ଓଭରରେ କୌଣସି ୱିକେଟ ନ ହରାଇ ୫୧ ରନ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଷ୍ଟାଡିୟମରେ ପୁଣି ବର୍ଷା ହୋଇଥିଲା । ଯାହା ଫଳରେ ମ୍ୟାଚକୁ ବାତିଲ କରିଦିଆଯାଇଛି । ଦକ୍ଷିଣ ଆଫ୍ରିକାର କିଣ୍ଟନ ଡିକକ୍ ୧୮ ବଲରୁ ୪୭ ରନ କରିଥିଲେ ।

ସେହିପରି ଜିମ୍ବାୱେର ୱେସଲି ମାଧେବେର ୧୮ ବଲରୁ ସର୍ବବାଧିକ ୩୫ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ମିଲଟନ ଶୁମ୍ବା ୧୮ ରନ, ରେଗିସ ଚକାଭା ୮ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି ୨ ଟି ୱିକେଟ ନେଇଥିଲେ । ଏନରିକ ନୋର୍କିଆ ଓ ୱାନି ପେର୍ନେଲ ଗୋଟିଏ ୱିକେଟ ନେଇଥିଲେ ।

ABOUT THE AUTHOR

...view details