ବ୍ରିସବେନ୍: ଚଳିତ ଟି୨୦ ବିଶ୍ବକପ ୨୦୨୨ର ସୁପର ୧୨ ପର୍ଯ୍ୟାୟରେ ଆଜି ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ସେମିଫାଇନାଲା ସ୍ଥାନ ଦୃଷ୍ଟିରୁ ଏହି ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । କ୍ୟାପଟେନ ଆରୋନ ଫିଞ୍ଚଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଆୟରଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଫର୍ମ ପାଇଁ ସଂଘର୍ଷ କରୁଥିବା ଫିଞ୍ଚ୍ ଟୁର୍ଣ୍ଣାମେଣ୍ଟର ଉପଯୁକ୍ତ ସମୟରେ ନିଜର ଫର୍ମ ଫେରିପାଇଥିବାରୁ କଙ୍ଗାରୁ ଶିବିରରେ ଖୁସି ଖେଳିଯାଇଛି ।
T20 World Cup: ଫିଞ୍ଚ୍ଙ୍କ ଲଢୁଆ ଅର୍ଦ୍ଧଶତକ, ଆୟରଲାଣ୍ଡ ଆଗରେ ଟାର୍ଗେଟ ୧୮୦
କ୍ୟାପଟେନ୍ ଆରୋନ ଫିଞ୍ଚଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଆୟରଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ୍ କରିଛି ଅଷ୍ଟ୍ରେଲିଆ । ଆୟରଲାଣ୍ଡଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଆସିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ହରାଇଥିଲା । ଏହା ପରେ ମିଚେଲ ମାର୍ଶ ଓ ଆରୋନ ଫିଞ୍ଚ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ମାର୍ଶ ୨୮ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଏହା ପରେ ଗ୍ଲେନ ମାକ୍ସୱେଲ ୧୩ କରି ସଅଳ ପାଭଲିୟନ ଲେଉଟିଥିଲେ । ଅଷ୍ଟ୍ରେଲିଆର ୩ଟି ୱିକେଟ ପଡିସାରିଥିବାବେଳେ ଆରନ ଫିଞ୍ଚ୍ ତାଙ୍କର ଦମଦାର ବ୍ୟାଟିଂ ଜାରି ରଖିଥାନ୍ତି । ଏହା ପରେ ମାର୍କସ ଷ୍ଟୋଇନିସ୍ ମଇଦାନକୁ ଆସି ଆରୋନ ଫିଞ୍ଚଙ୍କ ସହିତ ପାଳି ସମ୍ଭାଳିଥିଲେ ।
ଅଧିନାୟକ ଆରୋନ ଫିଞ୍ଚ୍ ୪୪ ବଲରୁ ୫ ଟି ଚୌକା ଏବଂ ୩ ଟି ଛକା ସହିତ ୬୩ ରନର ଇନିସ ଖେଳିଥିଲେ । ସେହିପରି ମାର୍କସ ଷ୍ଟୋଇନିସ୍ ୨୫ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୫ ରନ୍ କରିଥିଲେ । ଟିମ ଡେଭିଡ ୧୫ ଓ ମାଥ୍ୟୁ ୱାଡେ ୭ ରନ କରି ଅପରାଜିତ ରହିଥିଲେ । ଆୟରଲାଣ୍ଡର ବ୍ୟାରୀ ମାକର୍ଥି ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ଲିଟିଲ୍ ୨ଟି ୱିକେଟ୍ ନେଇଥିଲେ । ସେପଟେ ୧୮୦ ରନର ଟାର୍ଗେଟ ନେଇ ବ୍ୟାଟିଂ ଆରମ୍ଭ କରିଛି ଆୟରଲାଣ୍ଡ ।