ଓଡିଶା

odisha

By

Published : Oct 24, 2021, 3:51 PM IST

ETV Bharat / sports

ବିରାଟ ବନାମ ବାବରଙ୍କ ଲଢେଇ ଉପରେ ବିଶ୍ବର ନଜର

ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ...

T 20 WORLD CUP 2021 WORLD EYES ON VIRAT KOHLI VS BABAR AZAM BATTLE
ବିରାଟ ବନାମ ବାବରଙ୍କ ଲଢେଇ ଉପରେ ବିଶ୍ବର ନଜର

ଦୁବାଇ:ଏ କ୍ରିକେଟ ଦୁନିଆର ସବୁଠୁ ବଡ ମୁକାବିଲାର ଦିନ । ଏ ଭାରତ ଓ ପାକିସ୍ତାନର ୨୨ ଖେଳାଳିଙ୍କ ସହିତ କୋଟିକୋଟି ଫ୍ୟାନ୍ସଙ୍କ ଉତ୍କଣ୍ଠା ଓ ଉତ୍ସାହର ଦିନ । ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ଏ ଟକ୍କର ଦୁବାଇ ମଇଦାନରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।

ଏ ଟକ୍କର ହେବ ତ ପ୍ରଶ୍ନ ବି ଉଠିବ ଓ ଜବାବ ବି ମିଳିବ କି ଏହି ସୁପରହିଟ୍‌ ମୁକାବିଲାରେ ବିରାଟ କୋହଲିଙ୍କ ବ୍ୟାଟ୍‌ କଥା କହିବ ନା ବାବର ଆଜମ ଭାରି ପଡିବେ । ପ୍ରଶ୍ନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂକୁ ନେଇ ମଧ୍ୟ ହେବ ଓ ଟିମ ଇଣ୍ଡିଆର ଚୁଡାନ୍ତ ଏକାଦଶର ଚିତ୍ର ଉପରେ ମଧ୍ୟ ।

ଏସବୁ ପ୍ରଶ୍ନର ଜବାବ ଏହି ସ୍ଥିର କରିବେ ଯେ କ୍ରିକେଟ ବିଶ୍ବକପରେ ୨୯ ବର୍ଷ ଓ ୧୨ ମୁକାବିଲାରେ ଚାଲିଆସିଥିବା ଟିମ ଇଣ୍ଡିଆର ବିଜୟ ପରମ୍ପରା ଅତୁଟ ରହିବ ନା ପାକିସ୍ତାନ ଟିମ ନୂଆ ଇତିହାସ ରଚିବାରେ ସଫଳ ହେବ ।

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ସମୟରେ ଏହା ଶୁଣିବାକୁ ମିଳେ ଯେ, ଏ ମୁକାବିଲା ଅନ୍ୟ ସାଧାରଣ ମୁକାବିଲା ପରି । ବିରାଟ କୋହଲି ମଧ୍ୟ ନିଜର ସାମ୍ବାଦିକ ସମ୍ମିଳନୀରେ ଏହି କଥା ଦୋହରାଇଥିଲେ, ମାତ୍ର ବିରାଟ ନିଜେ ଏ କଥା ମଧ୍ୟ ଜାଣନ୍ତି ଯେ ଏ କୌଣସି ସାଧାରଣ ମୁକାବିଲା ନୁହେଁ । ଏହା ନିସନ୍ଦେଙ ଯେ ଟିମ ଇଣ୍ଡିଆ ପାଖରେ ICC ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ବିଜୟର ଶତ ପ୍ରତିଶତ ରେକର୍ଡ ରହିଛି, ମାତ୍ର ଯେବେ ନୂଆ ଏକ ଲଢେଇ ପାଇଁ ମଇଦାନରେ ଓହ୍ଲାଇବେ ସେତେବେଳେ ଇତିହାସ ପୃଷ୍ଠାରେ ଥିବା ରେକର୍ଡର କିଛି ମୂଲ୍ୟ ନଥାଏ ।

ଏହି କାରଣ ପାଇଁ ବିରାଟ କୋହଲି, ଯେତେ ସଫେଇ ଦେଲେମଧ୍ୟ ଏହି ମ୍ୟାଚ୍‌ ଉପରେ ସମଗ୍ର ବିଶ୍ବ କ୍ରିକେଟ ନଜର କେନ୍ଦ୍ରୀଭୁତ ହୋଇଛି । ଲୋକେ ନିଜର ଜରୁରୀ କାମ ସମୟ ପୂର୍ବରୁ ସାରିବାକୁ ଯୋଜନା କରିଛନ୍ତି, ଗଳି, କନ୍ଦି, ଚା' ଖଟିରେ ଏହି ମହା ମୁକାବିଲା କଥା ଆଲୋଚନା ହେଉଛି ଯେ ଏ କୌଣସି ସାଧାରଣ ମ୍ୟାଚ୍‌ ନୁହେଁ ।

ଭାରତ ଓ ପାକିସ୍ତାନ ଟିମର ଶକ୍ତିକୁ ତୁଳନା କଲେ ଟିମ ଇଣ୍ଡିଆର ପଲା ଭାରୀ ହେବ । ମାତ୍ର ଟି-୨୦ ଫର୍ମାଟ ହୋଇଥିବାରୁ ରାଜାଙ୍କୁ ଗୁଲାମ ଓ ଫକିରକୁ କିଙ୍ଗ୍‌ ହେବାକୁ ସମୟ ଲାଗେନି । ମାତ୍ର ୪୦ ଓଭରର କଥା, କୌଣସି ବି ଟିମ ଦବଦବା ବନାଇ ରଖିଲେ ଫଳାଫଳ ଆଶ୍ଚର୍ଯ୍ୟ କରିପାରେ । ବିଶେଷକରି ଭାରତ ଓ ପାକିସ୍ତାନ ମଧ୍ୟରେ ଚାପଯୁକ୍ତ ମ୍ୟାଚ୍‌ରେ କିଛି ପୂର୍ବାନୁମାନ କରାଯାଇନପାରେ । ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ତାରକା ଖେଳାଳିଙ୍କୁ ନେଇ ସୁସଜ୍ଜିତ ଶକ୍ତିଶାଳୀ ଟିମ ଇଣ୍ଡିଆକୁ ନିରାଶ ହେବାର ଫ୍ୟାନ୍ସ ସାକ୍ଷୀ ପାଲଟିସାରିଛନ୍ତି ।

ଚଳିତ ବିଶ୍ବକପରେ ବାଂଲାଦେଶକୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସ୍କଟଲାଣ୍ଡ ଭଳି ଦେଶ ହରାଇବାର ଦେଖାଯାଇଛି । ସେଥିପାଇଁ ସବୁଥର ପରି ଏହି ମୁକାବିଲା ମଧ୍ୟ ଭାରତର ଶକ୍ତିଶାଳୀ ବ୍ୟାଟିଂ ଓ ପାକିସ୍ତାନର ଘାତକ ବୋଲିଂ ମଧ୍ୟରେ ହେବାକୁ ଯାଉଛି । ଏଥର ଟିମ ଇଣ୍ଡିଆର ବ୍ୟାଟିଂକ୍ରମରେ ରହିଛନ୍ତି କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା । ସେହିପରି ପାକିସ୍ତାନ ପାଖରେ ବୋଲିଂ ଅସ୍ତ୍ର ଭାବେ ଇମାଦ ୱାସିମ, ସାହିନ ଶାହ ଆଫ୍ରିଦୀ, ହାରିସ ରୌଫ୍‌, ସଦାବ ଖାନ୍‌ ଓ ହାସନ ଅଲୀ ରହିଛନ୍ତି ।

ଭାରତ ପଖରେ ଜଶପ୍ରୀତ ବୁମରାହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା ରହିଥିବାବେଳେ, ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନ, ପଖର ଜମନ, ସୋଏବ ମଲିକ, ଓ ମହମ୍ମଦ ହାଫିଜଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି । ଏ ଦେଖିବାକୁ ହେବ ଯେ ହିନ୍ଦୁସ୍ତାନର ଧୁରନ୍ଦରଙ୍କ ନାମରେ ଏ ବାଜି ହେବ ନା ପାକିସ୍ତାନର ପରାକ୍ରମ ଦେଖିବାକୁ ମିଳିବ ।

ସ୍କ୍ବାଡ୍‌:

ଭାରତ: ବିରାଟ କୋହଲି(କ୍ୟାପଟେନ୍‌), ରୋହିତ ଶର୍ମା(ଭାଇସ କ୍ୟାପଟେନ୍‌), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଶାର୍ଦ୍ଦୁଳ ଠାକୁର, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ଭୁବନେଶ୍ବର କୁମାର, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର ।

ପାକିସ୍ତାନ:ବାବର ଆଜମ(କ୍ୟାପଟେନ୍‌), ମହମ୍ମଜ ରିଜୱାନ, ପଖର ଜମନ, ମହମ୍ମଦ ହାଫିଜ, ସୋଏବ ମଲିକ, ହସନ ଅଲୀ, ହାରିସ ରୌଫ, ସାହିନ ଶାହ ଆଫ୍ରିଦୀ, ଇମାଦ ୱାସିମ, ସଦାବ ଖାନ, ମହମ୍ମଦ ନୱାଜ, ଆସିଫ ଅଲୀ, ହାଇଦର ଅଲୀ, ସର୍ଫରାଜ ଅହମ୍ମଦ, ମହମ୍ମଦ ୱାସିମ, ସୋଏବ ମକସୁଦ ।‌

ଭାରତ ବିପକ୍ଷରେ ୧୨ ଜଣିଆ ପାକିସ୍ତାନ ସ୍କ୍ବାଡ:

ବାବର ଆଜମ (କ୍ୟାପଟେନ୍‌), ଆସିଫ ଅଲି, ଫଖର ଜମନ, ହାଇଦର ଅଲୀ, ମହମ୍ମଦ ରିଜୱାନ(ୱିକେଟ କିପର), ଇମାଦ ୱାସିମ, ମହମ୍ମଦ ହାଫିଜ, ସଦାବ ଖାନ(ଭାଇସ କ୍ୟାପଟେନ), ସୋଏବ ମଲିକ, ହାରିସ ରୌଫ, ହାସଲ ଅଲୀ, ସାହିନ ଶାହ ଆଫ୍ରିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details