ଓଡିଶା

odisha

By

Published : Oct 17, 2021, 5:01 PM IST

ETV Bharat / sports

'କୋହଲିଙ୍କ ପାଇଁ ଟି-୨୦ ବିଶ୍ବକପ ଜିତିବା ଦରକାର ଟିମ ଇଣ୍ଡିଆ'

ବିରାଟ କୋହଲିଙ୍କ ପାଇଁ କ୍ୟାପଟେନ୍‌ ଭାବେ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଶେଷ ଟୁର୍ଣ୍ଣାମେଣ୍ଟ ହେବ । ସେଥିପାଇଁ ବିରାଟଙ୍କ ପାଇଁ ଭାରତୀୟ ଟିମ ଟି-୨୦ ବିଶ୍ବକପ ୨୦୨୧ ଟ୍ରଫି ଜିତିବା ଆବଶ୍ୟକ କହିଛନ୍ତି ରାଇନା । ଅଧିକ ପଢନ୍ତୁ...

T20 WC: Team India needs to win for Kohli, says Suresh Raina
'କୋହଲିଙ୍କ ପାଇଁ ଟି-୨୦ ବିଶ୍ବକପ ଜିତିବା ଦରକାର ଟିମ ଇଣ୍ଡିଆ'

ଦୁବାଇ: ଟି-୨୦ ବିଶ୍ବକପ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବଡ ବୟାନ । ବିରାଟ କୋହଲିଙ୍କ ପାଇଁ କ୍ୟାପଟେନ୍‌ ଭାବେ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଶେଷ ଟୁର୍ଣ୍ଣାମେଣ୍ଟ ହେବ । ସେଥିପାଇଁ ବିରାଟଙ୍କ ପାଇଁ ଭାରତୀୟ ଟିମ ଟି-୨୦ ବିଶ୍ବକପ ୨୦୨୧ ଟ୍ରଫି ଜିତିବା ଆବଶ୍ୟକ ।

ପୂର୍ବରୁ, କୋହଲି ଘୋଷଣା କରିସାରିଛନ୍ତି ଯେ ଟି-୨୦ ବିଶ୍ବକପ ୨୦୨୧ ପରେ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ପଦ ଛାଡିବେ ।

ରାଇନା କହିଛନ୍ତି "ଆମର ସମସ୍ତ ଖେଳାଳି UAEରେ ସଦ୍ୟ ସମାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଖେଳିଛନ୍ତି । ୮ରୁ ୯ଟି ମ୍ୟାଚ୍‌ରେ ଶୀର୍ଷ ଫର୍ମରେ ଖେଳିଛନ୍ତି ।"

ରାଇନା ଆହୁରି କହଛନ୍ତି, ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ବିଜେତା ଅନ୍ୟତମ ଦାବିଦାର ରହିଛି, କାରଣ IPL ଖେଳିଆସିଥିବାରୁ ସମସ୍ତ ଟିମ ଠାରୁ ଫାଇଦାରେ ରହିଛନ୍ତି ଭାରତୀୟ ଖେଳାଳି । ଟି-୨୦ କ୍ରିକେଟ ହୋଇଥିବାରୁ କିଛି ବି ହୋଇପାରେ । ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଟିମ ମଧ୍ୟ ରହିଛନ୍ତି । ମାତ୍ର ଭାରତୀୟ ଟିମର ସଫଳତାର କାରଣ ହେବ ଶୀର୍ଷକ୍ରମ ବ୍ୟାଟିଂକ୍ରମ ବୋଲି କହିଛନ୍ତି ରାଇନା ।

ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ୧୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରନ୍ତୁ ଓ ବିଜୟ ପକ୍କା କରନ୍ତୁ । ICC ଇଭେଣ୍ଟରେ ରୋହିତଙ୍କ ଦମଦାର ରେକର୍ଡ ରହିଛି । ଅନ୍ୟପତେ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଭାରତୀୟ ବୋଲିଂ ଆକ୍ରମଣର ପ୍ରମୁଖ ଖେଳାଳି ରହିବେ କହିଛନ୍ତି ରାଇନା ।

ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details