ଦୁବାଇ:ପୂର୍ବତନ ପାକିସ୍ତାନ କ୍ୟାପଟେନ ଇମ୍ରାନ ଖାନ ଟି-୨୦ ବିଶ୍ବକପ ୨୦୨୧ରୁ ସଦ୍ୟ ବାଦ୍ ପଡିଥିବା ବାବର ଆଜମଙ୍କ ଟିମକୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଗୁରୁବାର ଅଷ୍ଟ୍ରେଲିଆ ଠାରୁ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ପରାସ୍ତ ହେବାପରେ ପାକିସ୍ତାନ ଟିମର ଦ୍ବିତୀୟ ଥର ଫଟାଫଟ ଫର୍ମାଟର ଚମ୍ପିଆନ ହେବା ଆଶା ମଉଳିଯାଇଛି ।
ମାଥ୍ୟୁ ୱେଡ୍ ଓ ମାର୍କସ ଷ୍ଟୋଇନିସ ଜବରଦସ୍ତ ଭାଗିଦାରୀ ସହ ଅଷ୍ଟ୍ରେଲିଆକୁ ୫ ୱିକେଟର ଧମାକାର ବିଜୟ ଭେଟିଦେଇଥିଲେ । ସାହିନ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍ ଛକା ଲଗାଇ ୱେଡ୍ ଅଷ୍ଟ୍ରେଲିଆକୁ ଫାଇନାଲକୁ ନେଇଯାଇଥିଲେ । ତେବେ ପରାଜୟ ସତ୍ତ୍ବେ ଲଢୁଆ ଖେଳ ପ୍ରଦରଶନ କରିଥିବା ପାକିସ୍ତାନ ଟିମକୁ ନିଜ ଦେଶର ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି ।
ଇମ୍ରାନ ଖାନ୍ ବାବର ଆଜାମଙ୍କ ଟିମ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି, "ମୁଁ ଭଲବାବେ ଅନୁଭବ କରିପାରୁଛି, ଟିମର ସମସ୍ତ ଖେଳାଳି ଏବେ କେତେ ଦୁଃଖି ଅଛନ୍ତି । କ୍ରିକେଟ ପଡିଆରେ ଏପରି ନିରାଶା ମୁହଁ ମୁଁ ଦେଖିଛି । ମାତ୍ର ଲଢୁଆ ଓ ଶ୍ରେଷ୍ଠ କ୍ରିକେଟ ପ୍ରଦର୍ଶନ କରିଥିବାରୁ ଗର୍ବିତ ।"