ଓଡିଶା

odisha

ETV Bharat / sports

T-20 WC; ୱେଷ୍ଟଇଣ୍ଡିଜ-ଦକ୍ଷିଣଆଫ୍ରିକା ମୁକାବିଲା - ଟି-ଟ୍ବେଣ୍ଟି

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଆୟୋଜିତ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଥିଲା ଇଂଲଣ୍ଡ । ଆଜି(ମଙ୍ଗଳବାର) ଦକ୍ଷିଣ ଆଫ୍ରିକାକୁ ଭେଟିବ ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ...

T-20 WC; ୱେଷ୍ଟଇଣ୍ଡିଜ-ଦକ୍ଷିଣଆଫ୍ରିକା ମୁକାବିଲା
T-20 WC; ୱେଷ୍ଟଇଣ୍ଡିଜ-ଦକ୍ଷିଣଆଫ୍ରିକା ମୁକାବିଲା

By

Published : Oct 26, 2021, 8:27 AM IST

ଦୁବାଇ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଆୟୋଜିତ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଥିଲା ଇଂଲଣ୍ଡ । ଆଜି(ମଙ୍ଗଳବାର) ଦକ୍ଷିଣଆଫ୍ରିକାକୁ ଭେଟିବ ୱେଷ୍ଟଇଣ୍ଡିଜ । ପୂର୍ବ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଦଳ ପରାସ୍ତ ହୋଇଥିବା ସ୍ବୀକାର କରିଛି । ଏ ମ୍ୟାଚରେ ଦଳ ତାହା ଦୋହରାଇବାକୁ ଚାହିଁବନି ।

ଆଜି ଟି-ଟ୍ବେଣ୍ଟିର ୧୮ତମ ମ୍ୟାଚରେ ଦୁବାଇ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ । ପୂର୍ବ ମ୍ୟାଚରେ ପରାସ୍ତ ହୋଇଥିବାରୁ ଫୁଲ ଫର୍ମରେ ପଡିଆକୁ ଓହ୍ଲାଇବ ପୋଲାର୍ଡ ବାହିନୀ । ଖେଳାଳିମାନେ ଭଲ ଅଭ୍ୟାସ କରିଛନ୍ତି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । କ୍ରିସ୍ ଗେଲ ୱେଷ୍ଟଇଣ୍ଡିଜ ଦଳ ପାଇଁ ଜଣେ ଭଲ ଖେଳାଳି । ଗେଲ ଜଣେ ବହୁତ ଅନୁଭବୀ ଖେଳାଳି । ସେ ୱେଷ୍ଟଇଣ୍ଡିଜ ଦଳ ପାଇଁ ବହୁତ କିଛି କରିଛନ୍ତି । ନମ୍ବର ୩ରେ ସେ ଏଥିପାଇଁ ଅଛନ୍ତି ବିପକ୍ଷ ଦଳର ସ୍ପିନରଙ୍କୁ ଆକ୍ରମଣ କରି ଆମେ ଅଧିକ ରନ୍ ସ୍କୋର କରିପାରିବା ବୋଲି କହିଛନ୍ତି ଏଷ୍ଟୱିକ ।

ସେପଟେ ଦକ୍ଷିଣ ଆଫ୍ରିକାକୁ ବି କିଛି କମ ନୁହେଁ । 23 ତରିଖରେ ଅଷ୍ଟେଲିଆ ସହ ଦକ୍ଷିଣଆଫ୍ରିକାର ମୁକାବିଲା ହୋଇଥିଲା । ସାଉଥ ଆଫ୍ରିକାକୁ ୫ ୱିକେଟରେ ହରାଇଥିଲା ଅଷ୍ଟ୍ରେଲିଆ । ଦକ୍ଷିଣଆଫ୍ରିକା ଅଷ୍ଟ୍ରେଲିଆକୁ କଡ୍ଡା ଟକ୍କର ଦେଇଥିବା ହେଲେ ସେମାନଙ୍କୁ ଶୃଙ୍ଖଳିତ ବୋଲିଂ ପାଇଁ ପରାସ୍ତ ହୋଇଥିଲା । ପୂର୍ବ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଆଜି ମୁହାଁ ମୁହିଁ ହେବେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।

ୱେଷ୍ଟଇଣ୍ଡିଜ ସାମ୍ଭାବ୍ୟ ଏକାଦଶ: ଇଭିନ ଲୁଇସ, ସିମସୋନ,କ୍ରସି ଗେଲ, କିରନ ପୋରାର୍ଡ, ସିମରନ ହେଟମେୟର, ଆଦ୍ରେ ରସେଲ, ବ୍ରାଭୋ, ଅକେଲ ହୋସେନ, ଓବେଡ ମାକକ, ହାଇଡେନ ୱାଲସ/ରାମପୁଲ

ଦକ୍ଷିଣଆଫ୍ରିକା ସାମ୍ଭାବ୍ୟ ଏକାଦଶ: ତିମବା ବାଭୁମା, ଡି କକ୍, ଆଡେନ ମାରକ୍ରମ, ରାଶି ଭେନ ଡେର, ଡେଭିଡ ମିଲର, ହେନରିଚ କାଲସେନ, ଡିୱାନି, କାଗିସୋ ରାବାଡା, କେସାଭ ମହାରାଜ,ଅନରିଚ ନୋରଜେ, ଟାବ୍ରାଜ ଶାମସୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details