ଓଡିଶା

odisha

ETV Bharat / sports

IPL: KKR ବିପକ୍ଷରେ ରୋହିତଙ୍କ ବିରଳ କିର୍ତ୍ତୀମାନ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ଇତିହାସରେ କୌଣସି ଗୋଟିଏ ଫ୍ରାଞ୍ଜାଇଜ ବିପକ୍ଷରେ ୧୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ରୋହିତ ଶର୍ମା । ଅଧିକ ପଢନ୍ତୁ...

By

Published : Sep 23, 2021, 9:01 PM IST

IPL: Rohit Sharma becomes first batter to score over 1000 runs against one franchise
IPL: KKR ବିପକ୍ଷରେ ରୋହିତଙ୍କ ବିରଳ କିର୍ତ୍ତୀମାନ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଗୁରୁବାର ଏକ ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL) ଇତିହାସରେ କୌଣସି ଗୋଟିଏ ଫ୍ରାଞ୍ଜାଇଜ ବିପକ୍ଷରେ ୧୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ରୋହିତ ।

ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା IPL ୨୦୨୧ର ୩୪ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ୧୦୦୦ ରନ୍‌ ପୂରଣ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଇଂନିସର ତୃତୀୟ ଓଭରରେ ଏହି ଉପଲବ୍ଧି ହାସଲ କରିଛନ୍ତି ରୋହିତ । KKR ପକ୍ଷରୁ ଇଂନିସର ତୃତୀୟ ଓଭର ବୋଲିଂ କରିଥିଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ।

ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ ଖେଳିନଥିଲେ ରୋହିତ, ମାତ୍ର KKR ବିପକ୍ଷ ମ୍ୟାଚରେ ଟିମକୁ ଫେରିଛନ୍ତି ।

ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି କରିବା ସହ ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । UAE ଲିଗ୍‌ର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ହରାଇଥିଲା କୋଲକାତା । ପଏଣ୍ଟ ଟେବୁଲରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ଥିବାବେଳେ, କୋଲକାତା ଷଷ୍ଠ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details