ଓଡିଶା

odisha

ETV Bharat / sports

T-20 WC Warmup: ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ଟି-ଟ୍ବଣ୍ଟି ବିଶ୍ବ କପ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇିଥିଲା ଅଭ୍ୟାସ ମ୍ୟାଚ। ଏହି ମ୍ୟାଚରେ ଟିମ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିବା ସହିତ ବିଶ୍ବ କପ ପାଇଁ ଏକଦମ ପ୍ରସ୍ତୁତ ବୋଲି ପ୍ରମାଣିତ କରିଛି। ମହମ୍ମଦ ସାମିଙ୍କ ସଫଳ ବୋଲିଂ ସହ ଇଶାନ କିଷନ ଓ ରାହୁଲଙ୍କର ବିସ୍ଫୋରକ ବ୍ୟାଟିଂ ଫଳରେ ଟିମ ଇଣ୍ଡିଆ ୭ ୱିକେଟରେ ମ୍ୟାଚକୁ କବଜା କରି ନେଇଛି । ଅଧିକ ପଢନ୍ତୁ...

By

Published : Oct 19, 2021, 8:21 AM IST

T-20 WC Warmup: ଇଂଲଣ୍ଡକୁ ୭ୱିକେଟରେ ହରାଇଲା ଭାରତ
T-20 WC Warmup: ଇଂଲଣ୍ଡକୁ ୭ୱିକେଟରେ ହରାଇଲା ଭାରତ

ଦୁବାଇ: ICC ଏକାଡେମୀ ଗ୍ରାଉଣ୍ଡରେ ଚମକିଲା ଭାରତ । ଟି-ଟ୍ବଣ୍ଟି ବିଶ୍ବ କପ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇିଥିଲା ଅଭ୍ୟାସ ମ୍ୟାଚ। ଏହି ମ୍ୟାଚରେ ଟିମ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିବା ସହିତ ବିଶ୍ବକପ ପାଇଁ ଏକଦମ ପ୍ରସ୍ତୁତ ବୋଲି ପ୍ରମାଣିତ କରିଛି। ମହମ୍ମଦ ସାମିଙ୍କ ସଫଳ ବୋଲିଂ ସହ ଇଶାନ କିଷନ ଓ ରାହୁଲଙ୍କର ବିସ୍ଫୋରକ ବ୍ୟାଟିଂ ଫଳରେ ଟିମ ଇଣ୍ଡିଆ ୭ ୱିକେଟରେ ମ୍ୟାଚକୁ କବଜା କରି ନେଇଛି।

ଟସ୍ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ବିରାଟ ବାହିନୀ। ଇଂଲଣ୍ଡ ପକ୍ଷରୁ ଜାସନ ରୟ ଓ ଜୋସ ବଟଲର ପାଳି ଆରମ୍ଭ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜନ୍ନି ବେୟରଷ୍ଟୋ ସର୍ବାଧିକ ୪୯ ଓ ମୋଇନ ଅଲୀ ୪୩ ରନ୍‌ର ଇଂନିସ ଖେଳିଥିଲେ । ବଟଲରଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ସମ୍ଭାଳିଥିବା ଜସ ବଟଲର ୧୮, ଡେବିଡ ମଲାନ ୧୮ ଓ ଜେସନ ରୟ ୧୭ ରନ୍‌ର ଇଂନିସ ଖେଳିଥିଲେ ।

ଲିଆମ ଲିଭିଂଷ୍ଟୋନ ୨୦ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ। ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୮ ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଜଶପ୍ରୀତ ବୁମରାହ ଓ ସ୍ପିନର ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଭାରତ ସାମ୍ନାରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ।

189 ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। ଯୁବ ଖେଳାଳି ବଟଲର ଓ କିଷାନ ଆକ୍ରମଣାତ୍ମକ ସଟ ଖେଳି ଇଂଳଣ୍ଡ ଖେଳାଳିଙ୍କୁ ନାକେଦନ କରିଥିଲେ। ଦଳୀୟ ସ୍କୋର ୮୨ ବେଳେ ପ୍ରଥମ ୱିକେଟ ପତନ ହୋଇଥିଲା । ୨୪ ବଲରେ ୬ଟି ଚୌକା ୩ଟି ଛକା ସହ ୫୧ ରନ କରି ରାହୁଲ ଆଉଟ ହୋଇଥିଲେ । ଏହାପରେ କୋହଲି ୧୧ ରନ କରି ଆଉଟ ହୋଇଥିଲେ । ଋଷବ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। କିଷନ ୪୬ ବଲରେ ୭୦ ରନ କରି ଆଉଟ ହୋଇଥିଲା । ପନ୍ତ ଓ ହାର୍ଦ୍ଦିକ ପାଣ୍ୟା ୧୬ ରନ କରି ଦଳକୁ ବିଜୟୀ କରିଥିଲେ । ଆଜି ବିଶ୍ବପପ ପ୍ରଥମ ରାଉଣ୍ଡ ମୁକାବିଲାରେ ଗ୍ରୁପ ବିର ଡବଲହେଡର ମ୍ୟାଚ ହେବ । ପପୁଆ ନ୍ୟୁ ଗିନି ଓ ସ୍କଟଲାଣ୍ଡ, ଓମାନ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details