ଓଡିଶା

odisha

ETV Bharat / sports

ଭାରତୀୟ ମହିଳା ଟି-20 ଅଧିନାୟକ ହରମନପ୍ରୀତ କୌର କୋରୋନା ପଜିଟିଭ୍ - ଟି -20 ଅଧିନାୟକ ହରମନପ୍ରୀତ

ଭାରତୀୟ ମହିଳା ଟି-20ର ଅଧିନାୟକ ହରମନପ୍ରୀତ କୌର ପଜିଟିଭ୍ ଚିହ୍ନଟ । କୋଭିଡ୍ ପଜିଟିଭ୍ ଆସିବା ପରେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି ହରମନପ୍ରୀତ। ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଖବର ମିଳିଛି। ଅଧିକ ପଢନ୍ତୁ...

ଭାରତୀୟ ମହିଳା ଟି -20 ଅଧିନାୟକ ହରମନପ୍ରୀତ କୋରୋନା ପଜିଟିଭ୍
ଭାରତୀୟ ମହିଳା ଟି -20 ଅଧିନାୟକ ହରମନପ୍ରୀତ କୋରୋନା ପଜିଟିଭ୍

By

Published : Mar 30, 2021, 10:59 AM IST

ନୂଆଦିଲ୍ଲୀ: କୋରୋନା କାୟାରେ କ୍ରିକେଟର। ଜଣକ ପରେ ଜଣେ ଏହି ଭାଇରସ କବଳରେ ପଡୁଛନ୍ତି। ପ୍ରଥମେ ସଚିନ ଏବେ ଭାରତୀୟ ମହିଳା ଟି-20ର ଅଧିନାୟକ ହରମନପ୍ରୀତ କୈର ପଜିଟିଭ୍ ଚିହ୍ନଟ । ହରମନପ୍ରୀତ କୋଭିଡର ସାମାନ୍ୟ ଲକ୍ଷଣ ଅନୁଭବ କରୁଥିବାରୁ ସେ ଦକ୍ଷିଣ ଆଫ୍ରିକା ସହ ଥିବା ଟି 20 ସିରିଜ ଖେଳିନଥିଲେ। ଏହାସହ ସୋମବାର ପରୀକ୍ଷା କରିବା ସହ ପଜିଟିଭ୍ ଆସିଛନ୍ତି। କୋଭିଡ୍ ପଜିଟିଭ୍ ଆସିବା ପରେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି ହରମନପ୍ରୀତ। ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ ସେ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି।

ଏହାପୂର୍ବରୁ, ପୂର୍ବତନ ଭାରତ ଅଲରାଉଣ୍ଡର ଇରଫାନ ପଠାନ ସୋମବାର ଚତୁର୍ଥ ଭାରତୀୟ କ୍ରିକେଟର ଯିଏକି କୋରୋନା ପଜିଟିଭ୍ ଆସିଥିଲେ। ନିକଟରେ ରାୟପୁରରେ ଅନୁଷ୍ଠିତ ଭେଟେରାନ୍ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଇରଫାନଙ୍କ ପୂର୍ବରୁ ତାଙ୍କ ବଡ଼ ଭାଇ ୟୁସୁଫ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଏସ ବଦ୍ରିନାଥ ସମସ୍ତେ କୋଭିଡ୍ ପଜିଟିଭ୍ ଆସିଛନ୍ତି।

“ମୁଁ କେରୋନା ପଜିଟିଭ୍ ଆସିଛି। ସେଥିପାଇଁ ନିଜକୁ ସଙ୍ଗରୋଧରେ ରଖିଛି। ଯେଉଁମାନେ ନିକଟ ଅତୀତରେ ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ କୋରୋନା ଟେଷ୍ଟ କରିବାକୁ ମୁଁ ଅନୁରୋଧ କରୁଛି ବୋଲି ଇରଫାନ୍ ଟ୍ବିଟ କରିଥିଲେ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ। ଆପଣ ସମସ୍ତଙ୍କ ସୁସ୍ଥତା କାମନା କରୁଛି ବୋଲି ସେ ଆହୁରି ଲେଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details