ଓଡିଶା

odisha

ETV Bharat / sports

ଭାଇରାଲ ହେଲା କୋହଲି ଓ SKYଙ୍କ ଭିଡିଓ, ବିଶ୍ବକପକୁ ନେଇ ଏଭଳି କହିଲେ ବିରାଟ

ଦିନିକିଆ ବିଶ୍ବକପ ନେଇ ଏବେଠୁ ପ୍ରସ୍ତୁତ ଜାରି ରଖିବେ କହିଲେ ଷ୍ଟାର ବ୍ୟାଟର ବିରାଟ କୋହଲି । ଅଧିକ ପଢନ୍ତୁ

By

Published : Jan 11, 2023, 8:50 PM IST

ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ
ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ

ହାଇଦ୍ରାବାଦ: ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜର ପ୍ରଥମ ଦିନିକିଆ ମ୍ୟାଚ ବିଜୟୀ ହୋଇଛି । ପ୍ରଥମ ଦିନିକିଆରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ବିଜୟୀ ହେବା ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚରେ ହିରୋ ସାଜିଥିଲେ କିଙ୍ଗ କୋହଲି । ସେ ବର୍ଷ ଆରମ୍ଭରୁ ଦିନିକିଆରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି । ଏହି ଶତକ ଦିନିକିଆରେ ୪୫ ତମ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟରେ ଏହା ୭୩ ତମ ଶତକ । ତେବେ ମ୍ୟାଚ ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହୋଇଛି ।

ଭିଡିଓରେ ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲି ଉଭୟ ଆଳାପ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲିଙ୍କୁ ପ୍ରଶ୍ନ କରୁଛନ୍ତି । ଏହା ପରେ ବିରାଟ କୋହଲି ମଧ୍ୟ SKYଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି । ପ୍ରଥମେ ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ବାର୍ତ୍ତାଳାପରେ ବିରାଟ କହିଛନ୍ତି, "ବହୁ ବର୍ଷ ଧରି ଆମେ ଖେଳିଆସୁଛୁ, ହେଲେ ୨୦୨୨ ବର୍ଷରେ ତମେ ଯାହା ଉପଲବ୍ଧି ହାସଲ କରିଛ ତାହା ବହୁତ ସ୍ପେଶାଲ ଥିଲା ।" ବିରାଟଙ୍କ ମହଁରୁ ସୂର୍ଯ୍ୟକୁମାର ଯାଦବ ଏଭଳି ପ୍ରଶଂସା ଶୁଣି ସେ ଖୁସି ହେବାର ନଜର ଆସିଥିଲେ । କିଙ୍ଗ କୋହଲି SKYଙ୍କ ଏହି ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ବର୍ଷ ଆରମ୍ଭରୁ ଦିନିକିଆରେ ମ୍ୟାଚରେ ଶତକ ହାସଲ କରିବା ପରେ ଅଧିକ ଆତ୍ମବିଶ୍ବାସ ମିଳିଛି । ଏଥର ହେବାକୁ ଥିବା ଦିନିକିଆ ବିଶ୍ବକପରେ ଏଭଳି ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବି । ସେପଟେ ଫେବୃଆରୀରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ମଧ୍ୟ ବହୁତ ଜରୁରୀ । ଏଥିପାଇଁ ଲଗାତାର ଅଭ୍ୟାସ ଜାରି ରଖିବି ।"

ମଙ୍ଗଳବାର ପ୍ରଥମ ଦିନିକିଆରେ 67 ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ । ଏହାର ଜବାବରେ ସିଂହଳୀ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ 306 ରନ କରିଥିଲା । ଏହି ମ୍ୟାଚରେ ବିରାଟ କୋହଲି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ୨୦୨୨ ମସିହାରେ ଏସିଆ କପ ପୂର୍ବରୁ ବିରାଟ କୋହଲି ନିଜ ଫର୍ମକୁ ନେଇ ବହୁ ସମାଲୋଚନାର ଶିକାର ହୋଇଥିଲା । ଏହାପରେ ତାଙ୍କୁ ଏକ ମାସ ବିଶ୍ରାମ ଦିଆଯାଇଥିଲା । ଏହି ଏକ ମାସରେ ବିରାଟ ବ୍ୟାଟ ଧରି ନଥିବା କହିଥିଲେ । ଏହା ପରେ ବିରାଟ ଏସିଆ କପରେ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ । ଟି୨୦ ଫର୍ମାଟରେ ଖେଳାଯାଇଥିବା ଏହି ଏସିଆ କପରେ ୧୦୨୧ ଦିନ ପରେ ବିରାଟଙ୍କ ବ୍ୟାଟକୁ ତିନି ଅଙ୍କ ବିଶିଷ୍ଟ ସ୍କୋର ଦେଖିବାକୁ ପାଇଥିଲେ ପ୍ରଶଂସକ । ଏହାପରେ ଡିସେମ୍ବର ୧୦ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ନିଜର ୪୪ତମ ଶତକ ହାସଲ କରିଥିଲେ । ଯାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୭୨ତମ ଶତକ ଥିଲା । ଏହି ଶତକ ହାସଲ ପରେ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଥିଲେ । ରିକି ପଣ୍ଟିଂ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୭୧ ଟି ଶତକ ହାସଲ କରିଛନ୍ତି ।

ABOUT THE AUTHOR

...view details